କାହିଁକି ଧୋଇଗଲା ଋଷିଗଙ୍ଗା?

ଦେବେନ୍ଦ୍ର ପୃଷ୍ଟି ଏବେ ଫେବୃଆରୀ ମାସ। ହିମାଳୟରେ ପ୍ରବଳ ଥଣ୍ଡା। ହିମାଚଳ ପ୍ରଦେଶରେ ଲାଗି ରହିଛି ତୁଷାରପାତ। ଉତ୍ତରାଖଣ୍ଡର ଅନେକ ପର୍ବତ ଘୋଡ଼େଇ ହୋଇଛି ହିମ କମ୍ବଳ। ବର୍ଷର ଏଇ ଋତୁରେ ସାଧାରଣତଃ ହିମସ୍ତର ଜମାଟ ବାନ୍ଧେ। ହିମ ପ୍ରାଚୀର ବହଳ ହୁଏ। ଚାମୋଲିରେ ବି ଗ୍ରୀଷ୍ମ ଆସିବାକୁ ଅନେକ ଡେରି। ଏଭଳି ଏକ ସମୟରେ ଭାସିଗଲା କାହିଁକି ଋଷିଗଙ୍ଗା? ଘଟିଲା କାହିଁକି ଭୂସ୍ଖଳନ? ତରଳିଗଲା କାହିଁକି ହିମ ପ୍ରାଚୀର? ପାହାଡ଼ ଭାଙ୍ଗି ସିମେଣ୍ଟ ଓ କଂକ୍ରିଟର […]

chamoli

chamoli

Debendra Prusty
  • Published: Monday, 08 February 2021
  • Updated: 08 February 2021, 06:57 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ଏବେ ଫେବୃଆରୀ ମାସ। ହିମାଳୟରେ ପ୍ରବଳ ଥଣ୍ଡା। ହିମାଚଳ ପ୍ରଦେଶରେ ଲାଗି ରହିଛି ତୁଷାରପାତ। ଉତ୍ତରାଖଣ୍ଡର ଅନେକ ପର୍ବତ ଘୋଡ଼େଇ ହୋଇଛି ହିମ କମ୍ବଳ। ବର୍ଷର ଏଇ ଋତୁରେ ସାଧାରଣତଃ ହିମସ୍ତର ଜମାଟ ବାନ୍ଧେ। ହିମ ପ୍ରାଚୀର ବହଳ ହୁଏ। ଚାମୋଲିରେ ବି ଗ୍ରୀଷ୍ମ ଆସିବାକୁ ଅନେକ ଡେରି। ଏଭଳି ଏକ ସମୟରେ ଭାସିଗଲା କାହିଁକି ଋଷିଗଙ୍ଗା? ଘଟିଲା କାହିଁକି ଭୂସ୍ଖଳନ? ତରଳିଗଲା କାହିଁକି ହିମ ପ୍ରାଚୀର?

ପାହାଡ଼ ଭାଙ୍ଗି ସିମେଣ୍ଟ ଓ କଂକ୍ରିଟର ବିକାଶ ପ୍ରକଳ୍ପ ଉପରେ ଗୁରୁତ୍ୱ ଦେଉଥିବା ସରକାର ଓ ତାଙ୍କ ସପକ୍ଷବାଦୀମାନେ ନିଶ୍ଚୟ କହିବେ, ଏହା ହେଉଛି ଏକ ପ୍ରାକୃତିକ ବିପର୍ଯ୍ୟୟ, ଈଶ୍ୱରଙ୍କ ଇଚ୍ଛା। ଯଦି ବିଭିନ୍ନ ପାଣିପାଗ ବିଶେଷଜ୍ଞଙ୍କ ମତ ନିଆଯାଏ ତେବେ ସେମାନେ କହିବେ ଏହା ପାଗ ପରିବର୍ତ୍ତନ ଓ ବିଶ୍ୱ ତାପନର ପ୍ରଭାବ। କିନ୍ତୁ ଯଦି ପରିବେଶବିତ୍‌ ଓ ପ୍ରକୃତିପ୍ରେମୀମାନଙ୍କୁ ପଚରାଯାଏ ସେମାନେ କହିବେ ଏହା ହେଉଛି ହିମାଳୟରେ ଅତ୍ୟଧିକ ନିର୍ମାଣର କୁପରିଣାମ। ଏ ତିନି ବର୍ଗର ବିଶେଷଜ୍ଞମାନଙ୍କର ମତ ଠିକ। ଏହା ଏକ ପ୍ରାକୃତିକ ବିପର୍ଯ୍ୟୟ। ଏହା ମଧ୍ୟ ପାଗ ପରିବର୍ତ୍ତନ ଓ ବିଶ୍ୱ ତାପନର ଏକ ପାର୍ଶ୍ୱ ପ୍ରତିକ୍ରିୟା। ଏହା ମଧ୍ୟ ହିମାଳୟର କଂକ୍ରିଟକରଣର କୁପରଣିମା।

୨୦୧୩ ମସିହାରେ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଘଟିଥିଲା ଏକ ପ୍ରଳୟଙ୍କରୀ ବନ୍ୟା। ସେହି ବନ୍ୟାନରେ ୬ ହଜାରରୁ ଅଧିକ ଲୋକଙ୍କର ପ୍ରାଣହାନୀ ଘଟିଥିଲା। ବନ୍ୟା ଜନିତ ଭୂସ୍ଖଳନ ଯୋଗୁଁ ୧୦ଟି ବଡ଼ ଜଳବିଦ୍ୟୁତ ପ୍ରକଳ୍ପ ଧ୍ୱଂସ ପାଇଥିଲା। ସେହି ବନ୍ୟାରେ ଅନ୍ୟ ୧୯ଟି କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଏହି ବନ୍ୟା ପରେ ଉତ୍ତରାଖଣ୍ଡର ହିମାଳୟ ଅଞ୍ଚଳରେ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ନେଇ ଅନେକ ବିଶେଷଜ୍ଞ ପ୍ରଶ୍ନ କରିଥିଲେ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରର ଅନେକ ସଂସ୍ଥା ମଧ୍ୟ ଏ ଦିଗରେ ଗବେଷଣା ଓ ଅନୁଧ୍ୟାନ କରିଥିଲେ। କିନ୍ତୁ ତା’ ପରେ ବନ୍ଦ ହୋଇନାହିଁ ହିମାଳୟରେ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ। ଅଧିକନ୍ତୁ ହିମାଳୟର କଂକ୍ରିଟକରଣ ତ୍ୱରାନ୍ୱିତ ହୋଇଛି। ତୀବ୍ର ହୋଇଛି ହିମାଳୟର ପୃଷ୍ଠଭୂମିରେ ତଥାକଥିତ ବିକାଶର ପ୍ରତିଯୋଗିତା। ଏବେ ବି ଉତ୍ତରାଖଣ୍ଡର ହିମାଳୟ ଅଞ୍ଚଳରେ ୩୭ଟି ଜଳବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟ କରୁଛି ଓ ଅଧିକ ୮୭ ପ୍ରକଳ୍ପ ପାଇପ୍‌ଲାଇନ୍‌ରେ ଅଛି।

୨୦୧୫ ମସିହାରେ ନେପାଳରେ ଏକ ଭୟଙ୍କର ଭୂମିକମ୍ପ ହୋଇଥିଲା। ସେହି ଭୂମିକମ୍ପରେ ନେପାଳ ଜଳବିଦ୍ୟୁତ କ୍ଷମତାର ୨୦ ପ୍ରତିଶତ ନଷ୍ଟ ହୋଇଥିଲା ଏବଂ ଅନ୍ୟୁନ ୩୦ଟି ଜଳବିଦ୍ୟୁତ ପ୍ରକଳ୍ପ ଧ୍ୱଂସ ପାଇଥିଲା। ସେତେବେଳେ ବିଶେଷଜ୍ଞ ମହଲ ଅନୁଧ୍ୟାନ କରି କହିଥିଲେ ଯେ ହିମାଳୟରେ କାର୍ଯ୍ୟକାରୀ ହେଉଥିବା ସମୁଦାୟ ଜଳବିଦ୍ୟୁତ ପ୍ରକଳ୍ପରୁ ୭୦ ପ୍ରତିଶତ ଭୂସ୍ଖଳନ ପ୍ରବଣ। ହିମାଚଳ ପ୍ରଦେଶରେ ଏପରି କେତେକ ବିପର୍ଯ୍ୟୟ ପରେ ଏକ ଗବେଷଣା ରିପୋର୍ଟ ପ୍ରକାଶ ପାଇଥିଲା। ସେହି ରିପୋର୍ଟ ଅନୁସାରେ ହିମାଚଳ ପ୍ରଦେଶର ୯୭ ପ୍ରତିଶତ ଜଳବିଦ୍ୟୁତ ପ୍ରକଳ୍ପ ଭୂସ୍ଖଳନ ପ୍ରବଣ। ହିମାଳୟ ଉପରେ କାର୍ଯ୍ୟକାରୀ ହେଉଥିବା ପ୍ରତି ୪ରୁ ୧ ଜଳବିଦ୍ୟୁତ ପ୍ରକଳ୍ପ ଭୂସ୍ଖଳନ ପ୍ରବଣ।

ଏହା ସତ୍ତ୍ୱେ ଜାମ୍ମୁକାଶ୍ମୀରର ହିମାଳୟ ଅଞ୍ଚଳରେ ନୂଆ ୮ଟି ଜଳବିଦ୍ୟୁତ ପ୍ରକଳ୍ପ ହେବ ବୋଲି ଘୋଷଣା କରାଯାଇଛି। ଭାରତ, ନେପାଳ ଓ ଭୁଟାନରେ ହିମାଳୟ ଉପରେ ତିଆରି ହେଉଛି ବା ହେଇସାରିଥିବା ଜଳବିଦ୍ୟୁତ ପ୍ରକଳ୍ପ ସଂଖ୍ୟା ହେଉଛି ୨୭୩। ଭାରତରେ ହିମାଳୟ ଜାମ୍ମୁକାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକ୍କିମ, ଆସାମ ଓ ଅରୁଣାଚଳ ପ୍ରଦେଶ ଆଦି ରାଜ୍ୟ ଦେଇ ଗତି କରିଛି।

ଏସବୁ ତଥ୍ୟର ପୃଷ୍ଠଭୂମିରେ ହିମାଳୟରେ ନିର୍ମାଣ କାର୍ଯ୍ୟ କାହିଁକି ବିପଜ୍ଜନକ ତାହାର ଅନୁଶୀଳନ କରାଯାଇ ପାରେ। ହିମାଳୟ ହେଉଛି ପୃଥିବୀର ଏକ କନିଷ୍ଠ ପର୍ବତ ଶ୍ରେଣୀ। ପୂର୍ବରୁ ଭାରତ ଏସିଆ ମହାଦେଶ ସହ ଲାଗି ରହି ନଥିଲା। ଏହା ଅଷ୍ଟ୍ରେଲିଆ ମହାଦେଶର ଉପକୂଳରେ ଏକ ଦ୍ୱୀପ ଭାବେ ରହିଥିଲା। ଭାରତ ଓ ଏସିଆ ମଧ୍ୟରେ ରହିଥିଲା ଟେଥିସ ନାମକ ଏକ ସମୁଦ୍ର। ଏସୀୟ-ଅଷ୍ଟ୍ରେଲୀୟ ପ୍ଲେଟ୍‌ ଓ ୟୁରେସିଆ ପ୍ଲେଟ୍‌ ମଧ୍ୟରେ ଘଟିଥିବା ମହାଦେଶୀୟ ସଂଘାତ ଯୋଗୁଁ ଭାରତ ଏସିଆ ସହ ଯୋଡ଼ି ହେଲା ଓ ଭାରତ ଏବଂ ଏସିଆ ମଧ୍ୟରେ ସୃଷ୍ଟି ହେଲା ହିମାଳୟ ପର୍ବତଶ୍ରେଣୀ। ଭୂତତ୍ତ୍ୱବିଦମାନଙ୍କ ମତରେ ହିମାଳୟ ପର୍ବତଶ୍ରେଣୀର ମୁଖ୍ୟ ଉପାଦାନ ହେଲା ମହାସାଗରୀୟ ପଙ୍କ ଓ ଜୀବାସ୍ମ ପଥର। ଏହା ବିଶ୍ୱର ଉଚ୍ଚତମ ପର୍ବତ ଶ୍ରେଣୀ ଭାବେ ସୁବିଦିତ। ଏହି ପର୍ବତ ଶ୍ରେଣୀରେ ନେପାଳ ଓ ଚୀନ ସୀମାନ୍ତରେ ରହିଛି ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟ।

ହିମାଳୟର ଅନେକ ଅଞ୍ଚଳରେ ରହିଛି ଅନେକ ହିମବାହ ଓ ହିମନଦ। ସେଗୁଡ଼ିକ ମଧ୍ୟରେ ରହିଛନ୍ତି ଗଙ୍ଗୋତ୍ରି, ଯମୁନୋତ୍ରି, ଖୁମ୍ବୁ, ଲାମତାଙ୍ଗ ଏବଂ ଜେମୁ। ଗଙ୍ଗୋତ୍ରି ଓ ଯମୁନେତ୍ରି ହିମବାହ ଉତ୍ତରାଖଣ୍ଡରେ ରହିଛି। ବିଭିନ୍ନ ଗବେଷଣା ଓ ଅନୁଧ୍ୟାନରୁ ମିଳିଥିବା ତଥ୍ୟ ଅନୁସାରେ ହିମାଳୟର ହିମାବାଦ ଓ ହିମନଦ ଗୁଡ଼ିକରେ ଗଚ୍ଛିତ ରହିଛି ପ୍ରାୟ ୧୨ ହଜାର କ୍ୟୁବିକ କିଲୋମିଟରର ଜଳ। ଏସବୁ ଜଳ ମୁଖ୍ୟତଃ ବରଫ ଆକାରରେ ଜମାଟ ବାନ୍ଧି ରହିଛି। ଏହି ବରଫ ସ୍ତର ଜମି ରହିବା ପାଇଁ ଶୂନ ବା ତା’ଠାରୁ କମ୍‌ ତାପମାତ୍ରା ଆବଶ୍ୟକ। କିନ୍ତୁ ପାଗ ପରିବର୍ତ୍ତନ ଓ ବିଶ୍ୱ ତାପନ ସମେତ ବିକାଶ ନାମରେ ଚାଲିଥିବା କଂକ୍ରିଟକରଣ ଯୋଗୁଁ ହିମାଳୟର ତାପମାତ୍ରା ବଢ଼ିବାରେ ଲାଗିଛି। ଏହା ପ୍ରଭାବରେ ହିମସ୍ତର ଓ ହିମ ପ୍ରାଚୀର ତରଳିବାରେ ଲାଗିଛି। ଏହି କାରଣରୁ ହିମାଳୟର ୫୨୦୦ ମିଟରରୁ ୫୭୦୦ ମିଟର ଉଚ୍ଚତା ମଧ୍ୟରେ ଜଳବାୟୁ ପରିବର୍ତ୍ତନ ତୀବ୍ର ହୋଇଛି। ଉତ୍ତର ନନ୍ଦାଦେବୀ, ଚାଙ୍ଗବାଙ୍ଗ, ରାମନି, ବେଥାରତୋଲି, ତ୍ରିଶୂଳ, ଦକ୍ଷିଣ ନନ୍ଦାଦେବୀ, ଦକ୍ଷିଣ ଋଷି ଓ ରୌନ୍ଥି ଆଦି ଅଞ୍ଚଳରେ ରହିଥିବା ତୁଷାର ସ୍ତରର ବସ୍ତୁତ୍ୱ ଇତିମଧ୍ୟରେ ୧୦ ପ୍ରତିଶତ ହ୍ରାସ ପାଇଛି। ୧୯୮୦ରୁ ୨୦୧୭ ମଧ୍ୟରେ ଏହିସବୁ ଅଞ୍ଚଳରେ ରହିଥିବା ହିମବାହ ଅବବାହିକାର କ୍ଷେତ୍ରଫଳ ୨୪୩ ବର୍ଗ କିଲୋମିଟରରୁ ୨୧୭ ବର୍ଗ କିଲୋମିଟରକୁ କମିଯାଇଛି। ଅନୁଧ୍ୟାନରୁ ଏହା ମଧ୍ୟ ଜଣାଯାଇଛି ଯେ ବିଶ୍ୱର ଅନ୍ୟ କୌଣସି ହିମବାହ ତୁଳନାରେ ହିମାଳୟର ହିମବାହ ଅଧିକ ବେଗରେ ତରଳୁଛି।

ଏଭଳି ଅବସ୍ଥାରେ ଉତ୍ତରାଖଣ୍ଡ ସମେତ ଭାରତର ଅନ୍ୟ ହିମାଳୟ ସଂଲଗ୍ନ ରାଜ୍ୟରେ ଥିବା ପର୍ବତଗୁଡ଼ିକରେ କଂକ୍ରିଟ ନିର୍ମାଣ ବୃଦ୍ଧି ପାଉଥିବାରୁ ସେହି ସ୍ଥାନ ସମେତ ତାହାର ଚତୁର୍ପାଶ୍ୱରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ତାପମାତ୍ରା ବୃଦ୍ଧି ପାଉଥିବାରୁ ହିମ ସ୍ତର ଓ ହିମ ପ୍ରାଚୀର ଚରଳିବାରେ ଲାଗିଛି। ତାହା ହିମ ପ୍ରବାହର ବେଗ ବୃଦ୍ଧି କରୁଛି। ଏହାର ପରିଣାମ ହେଉଛି ଭୂସ୍ଖଳନ। ଅନେକ ସମୟରେ ଭୂମିକମ୍ପ ଯୋଗୁଁ ମଧ୍ୟ ଭୂସ୍ଖଳନ ଘଟୁଛି। କିନ୍ତୁ ଚାମୋଲି ଜିଲ୍ଲାରେ ଋଷିଗଙ୍ଗା ବିଷ୍ଣୁଗଡ଼ ଅଞ୍ଚଳରେ ୨୦୨୧ ଫେବୃଆରୀ ୭ ତାରିଖରେ ଘଟିଥିବା ଭୟଙ୍କର ଭୂସ୍ଖଳନର କାରଣ ତାପମାତ୍ରା ଜନିତ ତୁଷାର ତରଳିବା ବୋଲି କୁହାଯାଇପାରେ। ଏହି ବିପର୍ଯ୍ୟୟରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ଏଯାଏଁ ୧୮ଟି ମୃତଦେହ ମିଳିଥିବାବେଳେ ୨୦୦ ଉପରେ ଲୋକ ନିଖୋଜ ରହିଥିବା କୁହାଯାଉଛି। ଅଧିକାଂଶ ନିଖୋଜ ବ୍ୟକ୍ତି ଋଷିଗଙ୍ଗା ଜଳବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟରତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story