ରାମ ମନ୍ଦିର ଟ୍ରଷ୍ଟ ଘୋଷଣାକୁ ନେଇ ଆପତ୍ତି ଉଠାଇଲା ବିରୋଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକସଭାରେ ଅଯୋଧ୍ୟାରେ ପ୍ରସ୍ତାବିତ ରାମ ମନ୍ଦିରର ଟ୍ରଷ୍ଟ ଗଠନ ବାବଦରେ ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସରକାର ଟ୍ରଷ୍ଟର ନାମ ‘ଶ୍ରୀରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର’ ରଖିଛନ୍ତି। ଏହାକୁ ନେଇ ବିରୋଧୀ ଆପତ୍ତି ଉଠାଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ସହ ଯୋଡ଼ିଛି କଂଗ୍ରେସ ସମେତ ଏଆଇଏମଆଇଏମ। ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ପଡ଼ିବ। ଏହା ପୂର୍ବରୁ ସରକାର କାହିଁକି ପ୍ରସ୍ତାବିତ […]

Congress

Subhransu Sekhar
  • Published: Wednesday, 05 February 2020
  • , Updated: 05 February 2020, 01:31 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକସଭାରେ ଅଯୋଧ୍ୟାରେ ପ୍ରସ୍ତାବିତ ରାମ ମନ୍ଦିରର ଟ୍ରଷ୍ଟ ଗଠନ ବାବଦରେ ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସରକାର ଟ୍ରଷ୍ଟର ନାମ ‘ଶ୍ରୀରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର’ ରଖିଛନ୍ତି। ଏହାକୁ ନେଇ ବିରୋଧୀ ଆପତ୍ତି ଉଠାଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ସହ ଯୋଡ଼ିଛି କଂଗ୍ରେସ ସମେତ ଏଆଇଏମଆଇଏମ।

ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ପଡ଼ିବ। ଏହା ପୂର୍ବରୁ ସରକାର କାହିଁକି ପ୍ରସ୍ତାବିତ ରାମ ମନ୍ଦିର ଟ୍ରଷ୍ଟ ବାବଦରେ ଘୋଷଣା କରିଛନ୍ତି? କଂଗ୍ରେସ ପରେ ଏଆଇଏମଆଇଏମର ପ୍ରମୁଖ ଆସଦୁଦ୍ଦିନ ଓବେସୀ ମଧ୍ୟ ଟ୍ରଷ୍ଟ ଘୋଷଣାକୁ ନେଇ ବିଜେପିକୁ ସମାଲୋଚନା କରିଛନ୍ତି। ଏଭଳି ଘୋଷଣା ବିଜେପିର ଦୁର୍ବଳତାକୁ ପଦାରେ ପକାଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଲକ୍ଷ୍ୟ ରଖି ଏଭଳି ଘୋଷଣା କରାଯାଇଛି ବୋଲି ହାଇଦ୍ରାବାଦ ସାଂସଦ ଦାବି କରିଛନ୍ତି। ଦିଲ୍ଲୀରେ ଆଚରଣ ବିଧି ଲାଗୁ ହୋଇଥିବାରୁ ରାଲିରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିପାରିବେନି। ସେଥିପାଇଁ ପ୍ରଧାନମନ୍ତ୍ରୀ ସଂସଦ ମାଧ୍ୟମରେ ଘୋଷଣା କରିଛନ୍ତି ବୋଲି ଆସଦୁଦ୍ଦିନ ଓବେସୀ କହିଛନ୍ତି।

ଏନଡିଏରୁ ଅଲଗା ହୋଇଥିବା ଶିବସେନା କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ ଜଣାଇଛି।  ସେହିପରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, ‘ଭାରତର ଆସ୍ଥା ଏବଂ ଅତୁଟ ଶ୍ରଦ୍ଧାର ପ୍ରତୀକ ଭଗବାନ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପାଇଁ ସାଧୁବାଦ ଜଣାଉଛି। ଆଜିର ଦିନ ସମଗ୍ର ଦେଶ ପାଇଁ ଗୌରବର ଦିନ’।

ସୂଚନାଯୋଗ୍ୟ, ୯ ନଭେମ୍ୱର ୨୦୧୯ରେ ରାମ ମନ୍ଦିର ମାମଲାର ରାୟ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ। ରାୟ ପ୍ରକାଶ ପାଇବାର ତିନି ମାସ ମଧ୍ୟରେ ମନ୍ଦିର ଟ୍ରଷ୍ଟ ଏବଂ ମସଜିଦ ନିର୍ମାଣ ପାଇଁ ଜାଗା ଦେବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଧାରରେ ଫେବୃଆରୀ ୯ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଅବଧି ଶେଷ ହେଉଥିଲା।

Related story