୧୫ ବର୍ଷ ପୂର୍ବେ ପ୍ରଥମ ଦେଖାରେ ହୋଇଥିଲା ପ୍ରେମ, ତା’ପରେ ସହିଦ୍‌, ପତ୍ନୀଙ୍କୁ ମିଳିଲା ଏହି ସମ୍ମାନ

ନୂଆଦିଲ୍ଲୀ: ଦେଶ ପାଇଁ ସହିଦ୍‌ ହୋଇଥିବା ବୀର ଯବାନ ଲାଂସ ନାଏକ ନଜିର ଅହମ୍ମଦ ବାନୀଙ୍କୁ ଅଶୋକ ଚକ୍ରରେ ସମ୍ମାନିତ ପାଇଁ ଘୋଷଣା କରାଯାଇଛି। ମରୋଣତ୍ତର ଭାବେ ମିଳିଥିବା ଏହି ପୁରସ୍କାରକୁ ତାଙ୍କ ପତ୍ନୀ ମେହଜବୀନ୍‌ ଗ୍ରହଣ କରିବେ। ତେବେ ଗର୍ବ ଓ ଗୌରବର ପ୍ରତୀକ ତଥା ଦେଶର ସର୍ବୋଚ୍ଚ ବୀରତା ପୁରସ୍କାର ସହିଦ୍‌ ଲାଂସ ନାଏକ ପାଉଥିବା ଶୁଣି ଅତ୍ୟନ୍ତ ଗର୍ବରେ ଫାଟି ପଡ଼ିଥିଲେ ତାଙ୍କ ପତ୍ନୀ ମେହଜବୀନ୍‌। ଆଉ ସେହି ଖୁସିରେ ତାଙ୍କ ମୁଖରୁ […]

jj

Tapas Behera
  • Published: Saturday, 26 January 2019
  • , Updated: 26 January 2019, 09:00 AM IST

ନୂଆଦିଲ୍ଲୀ: ଦେଶ ପାଇଁ ସହିଦ୍‌ ହୋଇଥିବା ବୀର ଯବାନ ଲାଂସ ନାଏକ ନଜିର ଅହମ୍ମଦ ବାନୀଙ୍କୁ ଅଶୋକ ଚକ୍ରରେ ସମ୍ମାନିତ ପାଇଁ ଘୋଷଣା କରାଯାଇଛି। ମରୋଣତ୍ତର ଭାବେ ମିଳିଥିବା ଏହି ପୁରସ୍କାରକୁ ତାଙ୍କ ପତ୍ନୀ ମେହଜବୀନ୍‌ ଗ୍ରହଣ କରିବେ। ତେବେ ଗର୍ବ ଓ ଗୌରବର ପ୍ରତୀକ ତଥା ଦେଶର ସର୍ବୋଚ୍ଚ ବୀରତା ପୁରସ୍କାର ସହିଦ୍‌ ଲାଂସ ନାଏକ ପାଉଥିବା ଶୁଣି ଅତ୍ୟନ୍ତ ଗର୍ବରେ ଫାଟି ପଡ଼ିଥିଲେ ତାଙ୍କ ପତ୍ନୀ ମେହଜବୀନ୍‌। ଆଉ ସେହି ଖୁସିରେ ତାଙ୍କ ମୁଖରୁ ନିଶୃତ ହୋଇଥିବା କେଇପଦ କଥା ଖୁବ୍‌ ମର୍ମସ୍ପର୍ଷୀ।

ତାଙ୍କ ପତ୍ନୀ ମେହଜବୀନ୍‌ କହିଥିଲେ, ତାଙ୍କ ସ୍ୱାମୀ ଜଣେ ଏମିତି ସାହସୀ ଓ ପରାକ୍ରମୀ ଥିଲେ ଯେ, ତାଙ୍କ ମୃତ୍ୟୁ ଖବର ଶୁଣିବି ତାଙ୍କ ଆଖିରୁ ଲୁହ ଠୋପେ ଗଡ଼ି ନଥିଲା। କଶ୍ମିରିର ସୋପିଆନ୍‌ରେ ଦେଢ଼ ମାସ ପୂର୍ବେ ଆତଙ୍କବାଦୀଙ୍କ ଗୁଳିରେ ଟଳିପଡ଼ିଥିବା ଲାଂସ ନାଏକଙ୍କ ଉଦ୍ଦେଶ୍ୟରେ ତାଙ୍କ ପତ୍ନୀଙ୍କୁ ଦେଶର ସର୍ବୋଚ୍ଚ ବୀରତା ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ଏମିତି କଥା କହିଥିଲେ ମେହଜବୀନ୍‌। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ବାନୀଙ୍କୁ ଆଜି ମରୋଣତ୍ତର ଅଶୋକଚକ୍ର ସମ୍ମାନରେ ସମ୍ମାନିତ କରିବେ।

ମେହଜବୀନ କହିଛନ୍ତି ଯେ, ମୋ ସ୍ୱାମୀଙ୍କ ସହିଦ ଖବର ଶୁଣି ମୋ ଆଖିରେ ଲୁହ ଆସି ନଥିଲା। ମୋ ଭିତରେ ଏକ ସଂକଳ୍ପ ଏମିତି ଜାଗ୍ରତ ହୋଇ ଥିଲା, ଯାହା ମତେ କାନ୍ଦିବାକୁ ଦେଇ ନଥିଲା।  ପେଶାରେ ଶିକ୍ଷୟିତ୍ରୀ ଥିବା ମେହଜବୀନ ହେଉଛନ୍ତି ୨ ଜଣଙ୍କ ପିଲାଙ୍କ ମା’। ଦକ୍ଷିଣ କଶ୍ମିରରେ ଏକ ସ୍କୁଲରେ ଉଭୟଙ୍କ ମଧ୍ୟରେ ୧୫ ବର୍ଷ ତଳେ ଦେଖା ହୋଇ ଥିଲା। ପ୍ରଥମ ଦେଖାରେ ହିଁ ଦୁହିଙ୍କ ମଧ୍ୟରେ ପ୍ରେମ ହୋଇ ଯାଥିଲା।  ଆଉ ପରେ ବିବାହ ହୋଇଥିଲା।

Related story