ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲେ ପଞ୍ଜାବ ଯିବେ ରାହୁଲ ଗାନ୍ଧି

ଅମୃତରସ: ମହିଳାଙ୍କ ବିରୋଧରେ ହେଉଥିବା ହିଂସାକାଣ୍ଡକୁ ନେଇ କଂଗ୍ରେସ ରାଜନୀତି କରୁଛି ଓ କେବଳ ବିଜେପି ଶାସିତ ରାଜ୍ୟରେ ହେଉଥିବା ଅପରାଧ ପ୍ରସଙ୍ଗରେ ସ୍ୱର ଉଠାଇଛି ବୋଲି ଯେଉଁ ବିତର୍କ ହେଉଥିଲା, ତା’ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ସାଂସଦ ରାହୁଲ ଗାନ୍ଧି। ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ କଂଗ୍ରେସ ଓ ରାହୁଲ ଗାନ୍ଧି କ୍ଷମତାସୀନ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଥିଲେ। ହେଲେ ପଞ୍ଜାବର ହୁସିଆରପୁରଠାରେ ଜଣେ ୬ ବର୍ଷୀୟ ନାବାଳିକାଙ୍କୁ […]

yh

Hemant Lenka
  • Published: Saturday, 24 October 2020
  • , Updated: 24 October 2020, 10:03 PM IST

ଅମୃତରସ: ମହିଳାଙ୍କ ବିରୋଧରେ ହେଉଥିବା ହିଂସାକାଣ୍ଡକୁ ନେଇ କଂଗ୍ରେସ ରାଜନୀତି କରୁଛି ଓ କେବଳ ବିଜେପି ଶାସିତ ରାଜ୍ୟରେ ହେଉଥିବା ଅପରାଧ ପ୍ରସଙ୍ଗରେ ସ୍ୱର ଉଠାଇଛି ବୋଲି ଯେଉଁ ବିତର୍କ ହେଉଥିଲା, ତା’ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ସାଂସଦ ରାହୁଲ ଗାନ୍ଧି।

ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ କଂଗ୍ରେସ ଓ ରାହୁଲ ଗାନ୍ଧି କ୍ଷମତାସୀନ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଥିଲେ। ହେଲେ ପଞ୍ଜାବର ହୁସିଆରପୁରଠାରେ ଜଣେ ୬ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ କଂଗ୍ରେସ କାହିଁକି ଚୁପ ବୋଲି ଅନେକ ପ୍ରଶ୍ନ କରିଥିଲେ।

ଉତ୍ତର ପ୍ରଦେଶ ପରି କ’ଣ ରାହୁଲ ଗାନ୍ଧି କଂଗ୍ରେସ ଶାସିତ ପଞ୍ଜାବ ଯାଇ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରିବେ କି ବୋଲି ମଧ୍ୟ ଅନେକ ପଚାରିଥିଲେ। ଏହା ଉପରେ ପ୍ରତିକ୍ରିୟା ଦେଇ ରାହୁଲ ଗାନ୍ଧି କହିଛନ୍ତି, ଯଦି ପଞ୍ଜାବ ସରକାର ପୀଡ଼ିତାଙ୍କୁ ନ୍ୟାୟ ଦେବେ ନାହିଁ, ତା’ହେଲେ ସେ ନିଶ୍ଚିତ ଭାବେ ପଞ୍ଜାବ ଯିବେ।

ସେ ଟ୍ୱିଟ କରି କହିଛନ୍ତି, ଉତ୍ତର ପ୍ରଦେଶ ସରକାରଙ୍କ ଭଳି ପଞ୍ଜାବ ଓ ରାଜସ୍ଥାନ ସରକାର ଝିଅ ଜଣଙ୍କ ଦୁଷ୍କର୍ମର ଶିକାର ହୋଇନାହାନ୍ତି ବୋଲି କହିନାହାନ୍ତି। ପଞ୍ଜାବ ଓ ରାଜସ୍ଥାନ ସରକାର ପୀଡ଼ିତାଙ୍କ ପରିବାରକୁ ଧମକ ଦେଉନାହାନ୍ତି କିମ୍ବା ନ୍ୟାୟ ପାଇବାରୁ ବଞ୍ଚିତ କରିନାହାନ୍ତି। ଯଦି ସେମାନେ ଏପରି କରିବେ, ତା’ହେଲେ ମୁଁ ନିଶ୍ଚିତ ନ୍ୟାୟ ଦେବାକୁ ସେଠାକୁ ଯିବି।

Related story