ଜାତୀୟ ପତାକା ଉଡ଼ାଇବାକୁ ମନାକଲେ ମେହବୁବା ମୁଫତି

ଶ୍ରୀନଗର: ଦୀର୍ଘ ୧୪ ମାସର ଗୃହବନ୍ଦୀ ପରେ ମୁକୁଳିଥିବା ପିଡିପି ମୁଖ୍ୟ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ବୟାନକୁ ନେଇ ଝଡ଼ ଦେଖିବାକୁ ମିଳିଛି। ସେ ଗୃହବନ୍ଦୀରୁ ମୁକୁଳିବା ପରେ ପ୍ରଥମଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ସେ ଧାରେ ୩୭୦ ଉଚ୍ଛେଦ ସମ୍ପର୍କରେ ମଧ୍ୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରକୁ ତା’ର ନିଜସ୍ୱ ପତାକା ମିଳିନାହିଁ, ସେ ଯାଏ ସେ ଭାରତର ଜାତୀୟ ପତାକା ଉଡ଼ାଇବେ ନାହିଁ। […]

d

Hemant Lenka
  • Published: Friday, 23 October 2020
  • , Updated: 24 October 2020, 12:08 PM IST

ଶ୍ରୀନଗର: ଦୀର୍ଘ ୧୪ ମାସର ଗୃହବନ୍ଦୀ ପରେ ମୁକୁଳିଥିବା ପିଡିପି ମୁଖ୍ୟ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ବୟାନକୁ ନେଇ ଝଡ଼ ଦେଖିବାକୁ ମିଳିଛି। ସେ ଗୃହବନ୍ଦୀରୁ ମୁକୁଳିବା ପରେ ପ୍ରଥମଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ସେ ଧାରେ ୩୭୦ ଉଚ୍ଛେଦ ସମ୍ପର୍କରେ ମଧ୍ୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରକୁ ତା’ର ନିଜସ୍ୱ ପତାକା ମିଳିନାହିଁ, ସେ ଯାଏ ସେ ଭାରତର ଜାତୀୟ ପତାକା ଉଡ଼ାଇବେ ନାହିଁ। ସେହିପରି ସେ ଜମ୍ମୁ-କଶ୍ମୀରରେ ପୁଣିଥରେ ଧାରା ୩୭୦ ଲାଗୁ କରିବାକୁ ଦାବି କରିଛନ୍ତି।

କେନ୍ଦ୍ରକୁ ସେ ଲୁଟେରା ବୋଲି ସମ୍ବୋଧନ କରି କହିଛନ୍ତି, କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ସାମ୍ବିଧାନିକ ଅଧିକାର ଚୋରି କରି ନେଇଛନ୍ତି। ଆମ ଦଳ କେବେ ହେଲେ ସାମ୍ବିଧାନିକ ଲଢ଼େଇ କରିବା କାର୍ଯ୍ୟରୁ ବିରତ ରହିବ ନାହିଁ। ଆମ ରାଜ୍ୟର ପତାକା ନ ଫେରିବା ଯାଏ ଆମେ ଜାତୀୟ ପତାକା ଉଡ଼ାଇବୁ ନାହିଁ।

ଜମ୍ମୁ-କଶ୍ମୀରର ପତାକା ପାଇଁ ହିଁ ଏଠାରେ ଜାତୀୟ ପତାକା ଓ ସମ୍ବିଧାନ ରହିଛି। ଆମେ ଏହି ପତାକା ପାଇଁ ସାରା ଦେଶ ସହ ଜଡ଼ିତ ହୋଇ ରହିଥିଲୁ। ଆମେ ଜମ୍ମୁ-କଶ୍ମୀର ଛାଡ଼ି ଦେବୁ ବୋଲି ଯେଉଁମାନେ ଭାବୁଛନ୍ତି, ସେମାନେ ଭୁଲ। ଧାରା ୩୭୦ ନ ଲାଗୁ ହେବା ଯାଏ ମୁଁ କୌଣସି ପ୍ରକାରର ନିର୍ବାଚନ ଲଢ଼ିବି ନାହିଁ ବୋଲି ମଧ୍ୟ ମୁଫତି କହିଛନ୍ତି।

ଅନ୍ୟପକ୍ଷରେ ମୁଫତି ଜାତୀୟ ପତାକା ଉଡ଼ାଇବେ ନାହିଁ ବୋଲି କହିଥିବାରୁ ଏହା ସମସ୍ତେ ତିବ୍ର ସମାଲୋଚନା କରିଛନ୍ତି।

 

Related story