ସରକାରଙ୍କୁ ସମର୍ଥନ କରିବ ବୋଲି କହିଲା କଂଗ୍ରେସ, ମୋଦିଙ୍କୁ ଚିଠି ଲେଖିଲେ ସୋନିଆ

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ କେନ୍ଦ୍ର ସରକାର ନେଉଥିବା ସମସ୍ତ ପଦକ୍ଷେପକୁ କଂଗ୍ରେସ ସମର୍ଥନ କରିବ ବୋଲି ଆଜି ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି କହିଛନ୍ତି। ଏଥିସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ୨୧ ଦିନ ପାଇଁ କରିଥିବା ଲକ୍‌ଡାଉନ୍‌କୁ ମଧ୍ୟ ସୋନିଆ ସମର୍ଥନ କରିଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। ସୋନିଆ ଲେଖିଥିବା ୪ ପୃଷ୍ଠାର ଚିଠିରେ ଉଲ୍ଲେଖ କରିଛନ୍ତି ଯେ “କଂଗ୍ରେସର ଦଳର ଅଧ୍ୟକ୍ଷ […]

c

c

Hemant Lenka
  • Published: Thursday, 26 March 2020
  • Updated: 26 March 2020, 12:14 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ କେନ୍ଦ୍ର ସରକାର ନେଉଥିବା ସମସ୍ତ ପଦକ୍ଷେପକୁ କଂଗ୍ରେସ ସମର୍ଥନ କରିବ ବୋଲି ଆଜି ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି କହିଛନ୍ତି। ଏଥିସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ୨୧ ଦିନ ପାଇଁ କରିଥିବା ଲକ୍‌ଡାଉନ୍‌କୁ ମଧ୍ୟ ସୋନିଆ ସମର୍ଥନ କରିଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ମଧ୍ୟ ଲେଖିଛନ୍ତି।

ସୋନିଆ ଲେଖିଥିବା ୪ ପୃଷ୍ଠାର ଚିଠିରେ ଉଲ୍ଲେଖ କରିଛନ୍ତି ଯେ “କଂଗ୍ରେସର ଦଳର ଅଧ୍ୟକ୍ଷ ଭାବେ ମୁଁ କହିବାକୁ ଚାହେଁ ଯେ ମହାମାରୀ କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ନେଉଥିବା ପ୍ରତିଟି ପଦକ୍ଷେପକୁ ଆମେ ସମର୍ଥନ କରିବୁ। ଏଥିସହ ମିଳିତ ଭାବେ ଏହି କାର୍ଯ୍ୟକୁ ଆଗକୁ ମଧ୍ୟ ନେବୁ।

ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମ ସମସ୍ତଙ୍କୁ ଦଳୀୟ ସ୍ୱାର୍ଥରୁ ଋର୍ଦ୍ଧ୍ୱରେ ରହି ଦେଶ ପାଇଁ ରହିଥିବା କର୍ତ୍ତବ୍ୟକୁ କରିବାକୁ ପଡ଼ିବ। ଏଥିସହ ମାନବ ଜାତିକୁ ସୁରକ୍ଷା ଦେବାକୁ ହେବ।

କେନ୍ଦ୍ର ସରକାର ଇଏମଆଇ ବ୍ୟବସ୍ଥାକୁ ୬ ମାସ ଯାଏ ଘୁଞ୍ଚାଇବା ଦରକାର। ଏହି ସମୟରେ ବ୍ୟାଙ୍କଗୁଡ଼ିକ ଯେମିତି ଲୋକଙ୍କ ଠାରୁ ସୁଧ ନ ନିଅନ୍ତି, ସେକଥାକୁ ମଧ୍ୟ ନିଶ୍ଚିତ କରିବା ଉଚିତ। କାରଣ ଲକଡାଉନ ଯୋଗୁ ଲୋକମାନେ ଆୟ କରିପାରୁ ନାହାନ୍ତି। ଏଭଳି ସ୍ଥିତିରେ ସେମାନଙ୍କ ପକ୍ଷରେ ଇଏମଆଇ ଦେବା କଷ୍ଟକର ହୋଇପଡ଼ିବ। ତେଣୁ ଏ ବିଷୟରେଆ କେନ୍ଦ୍ର ସରକାର ବିଚାର କରିବା ଦରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos