ଡାହାଣୀ ସାଜିଲା ମା’: ଝିଅକୁ ମାରି ନିଜେ ବେକରେ ଦେଲା ଦଉଡ଼ି

ହାଇଦ୍ରାବାଦ: ମା’ ସର୍ବସଂହା। ମା’ ଧୈର୍ଯ୍ୟମୟୀ। ସନ୍ତାନର ଟିକେବି କଷ୍ଟ ସହି ପାରୁ ନଥିବା ଏବଂ ପ୍ରତି ମୁହୂର୍ତ୍ତରେ ପିଲାର ମଙ୍ଗଳ ମନାସୁଥିବା ମଣିଷ ହେଉଛି ମା’। ଯିଏ ଜୀବନର ସକଳ ଯନ୍ତ୍ରଣାକୁ ଜଳାଞ୍ଜଳି ଦେଇ ସବୁବେଳେ ତା’ ସନ୍ତାନ ଓଠରେ ହସ ଟିଏକି ଫୁଟାଇବା ପାଇଁ ଦିନ-ଦିନ, ମାସ-ମାସ ଏବଂ ବର୍ଷ ବର୍ଷ ଅବିଶ୍ରାନ୍ତ ଭାବେ କେବଳ କାମ କରି ଚାଲିଥାଏ। ସନ୍ତାନର ସବୁ ଅଳିଅଦ୍ଦଳିକୁ ହସି ହସି ସହୁଥିବା ମା ହେଉଛି ପିଲାର ସୁରକ୍ଷାକବଚ। […]

baby-1

Rakesh Mallick
  • Published: Monday, 21 May 2018
  • , Updated: 21 May 2018, 05:18 PM IST

ହାଇଦ୍ରାବାଦ: ମା’ ସର୍ବସଂହା। ମା’ ଧୈର୍ଯ୍ୟମୟୀ। ସନ୍ତାନର ଟିକେବି କଷ୍ଟ ସହି ପାରୁ ନଥିବା ଏବଂ ପ୍ରତି ମୁହୂର୍ତ୍ତରେ ପିଲାର ମଙ୍ଗଳ ମନାସୁଥିବା ମଣିଷ ହେଉଛି ମା’। ଯିଏ ଜୀବନର ସକଳ ଯନ୍ତ୍ରଣାକୁ ଜଳାଞ୍ଜଳି ଦେଇ ସବୁବେଳେ ତା’ ସନ୍ତାନ ଓଠରେ ହସ ଟିଏକି ଫୁଟାଇବା ପାଇଁ ଦିନ-ଦିନ, ମାସ-ମାସ ଏବଂ ବର୍ଷ ବର୍ଷ ଅବିଶ୍ରାନ୍ତ ଭାବେ କେବଳ କାମ କରି ଚାଲିଥାଏ। ସନ୍ତାନର ସବୁ ଅଳିଅଦ୍ଦଳିକୁ ହସି ହସି ସହୁଥିବା ମା ହେଉଛି ପିଲାର ସୁରକ୍ଷାକବଚ। ହେଲେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର କୁଣ୍ଡାକୋରୁ ବ୍ଲକରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଜଣେ ଛୋଟ ଝିଅର କାନ୍ଦ ସହି ନପାରି ମା ଯେ, ଡାହାଣୀ ପାଲଟି ଯାଇପାରେ ତା’ର ନଗ୍ନ ଚିତ୍ର ଏଠି ଘଟିଛି। କାମ ସମୟରେ ଝିଅଟି ବାରମ୍ବାର କାନ୍ଦିବାରୁ ଏଥିରେ ବିରକ୍ତି ହୋଇ ପିଲାଟିକୁ ମାରିଦେଇଛି। ଏଥିସହ ନିଜେ ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନେଇଛି।  ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳି ଯାଇଛି। ରବିବାର ରାତିରେ ଏହି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଆତ୍ମହତ୍ୟ କରିଥିବା ମହିଳା ଜଣକ ହେଲେ ଭବ୍ୟଶ୍ରୀ (୨୩)।  ଆଉ ସେ ହେଉଛି ହାଉସ୍‌ ୱାଇଫ୍‌। ଘଟଣା ଦିନ ମହିଳା ଜଣକ ଘରେ ଥିବା ବେଳେ ତାଙ୍କ ଶୂଶୁର କାମ କରିବାକୁ ବାହାରକୁ ଯାଇଥିଲେ। ସେହିପରି ତାଙ୍କ ସ୍ୱାମୀ ମହେଶ ତେଲେଙ୍ଗନାରେ ଏକ ଘରୋଇ ଫାର୍ମରେ ଶ୍ରମିକଭାବେ କାମ କରିନ୍ତି। ଉଭୟେ ଫେରିବା ବେଳକୁ  ଦୁଇଜଣ ମୃତ ଦେହକୁ ଦେଖି ଚକିତ ହୋଇପଡ଼ିଥିଲେ। ତେବେ ପଡ଼ୋଶୀଙ୍କ କହିବା ଅନୁଯାୟୀ ମହିଳା ଜଣକ ଘରୋଇ କାମରେ ବ୍ୟସ୍ତ ଥିବା ବେଳେ ଛୋଟ ଝିଅଟି ବାରମ୍ବାର କାନ୍ଦିବାରୁ  ଏଥିରେ ବିରକ୍ତ ଅନୁଭବ କରିଥିଲେ।

ଆଉ ରାଗରେ ଝିଅଟିକୁ ପିଟିପିଟି ମାରିଦେଇଥିଲେ। ଆଉ ପରେ ବେଡରୁମରେ ରସି ଲାଗାଇ ଆତ୍ମହତ୍ୟା କରିଥିଲେ।  ମୃତ୍ୟୁ ପୂର୍ବରୁ ଏକ ସୁଇସାଇଡ୍ ନୋଟ ଛାଡ଼ିଯାଇଛନ୍ତି ଭବ୍ୟଶ୍ରୀ। ସେଥିରେ ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ଉଲ୍ଲେଖ କରିଛନ୍ତି । ଆପଣମାନଙ୍କୁ ଛାଡ଼ି ଯାଉଥିବାରୁ ମୁଁ ଦୁଃଖିତ।  ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି। ଏଥିହ ପୋଲିସ ଶବ ଜବତ କରି ବ୍ୟବେଚ୍ଛେଦ ପାଇଁ ପଠାଇଛି।

ସୌଜନ୍ୟ: ହିନ୍ଦୁସ୍ଥାନ ଟାଇମ୍‌ସ

 

Related story