ଟ୍ରିପଲ ତଲାକ ବିରୋଧରେ ଅଭିଯୋଗ କରିବାରୁ ଜୀଅନ୍ତା ଜାଳିଦେଲେ

ଲକ୍ଷ୍ନୌ: ଭାରତୀୟ ମୁସଲିମ ସମ୍ପ୍ରଦାୟରେ ପ୍ରଚଳିତ ଥିବା ଇନଷ୍ଟାଣ୍ଟ ଟ୍ରିପଲ ତଲାକ ଏବେ ଅପରାଧିକ ଶ୍ରେଣୀଭୁକ୍ତ ହୋଇଛି। ତଥାପି ପ୍ରତିଦିନ ଦେଶର କୋଣ ଅନୁକୋଣରେ ମୁସଲିମ ମହିଳାମାନେ ଟ୍ରିପଲ ତଲାକର ଶିକାର ହେଉଛନ୍ତି। ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଟ୍ରିପଲ ତଲାକର ଶିକାର ହୋଇଥିବା ଜଣେ ମହିଳା ପୁଲିସ୍‌ରେ ଅଭିଯୋଗ କରିଥିଲେ। ଏକଥା ଜାଣିବା ପରେ ତାଙ୍କ ଶ୍ୱଶୁର ଘର ଲୋକେ ମହିଳାଙ୍କୁ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ […]

wsd

Hemant Lenka
  • Published: Monday, 19 August 2019
  • , Updated: 19 August 2019, 06:10 PM IST

ଲକ୍ଷ୍ନୌ: ଭାରତୀୟ ମୁସଲିମ ସମ୍ପ୍ରଦାୟରେ ପ୍ରଚଳିତ ଥିବା ଇନଷ୍ଟାଣ୍ଟ ଟ୍ରିପଲ ତଲାକ ଏବେ ଅପରାଧିକ ଶ୍ରେଣୀଭୁକ୍ତ ହୋଇଛି। ତଥାପି ପ୍ରତିଦିନ ଦେଶର କୋଣ ଅନୁକୋଣରେ ମୁସଲିମ ମହିଳାମାନେ ଟ୍ରିପଲ ତଲାକର ଶିକାର ହେଉଛନ୍ତି। ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଟ୍ରିପଲ ତଲାକର ଶିକାର ହୋଇଥିବା ଜଣେ ମହିଳା ପୁଲିସ୍‌ରେ ଅଭିଯୋଗ କରିଥିଲେ। ଏକଥା ଜାଣିବା ପରେ ତାଙ୍କ ଶ୍ୱଶୁର ଘର ଲୋକେ ମହିଳାଙ୍କୁ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି।

ଏହି ଘଟଣା ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଘଟିଥିଲା। ପୀଡ଼ିତାଙ୍କ ବାପା ରମଜାନ ଖାନ୍‌ ଅଭିଯୋଗ କରି କହିଛନ୍ତି, “ଅଗଷ୍ଟ ୬ରେ ମୋ ଝିଅ ସୟେଦାଙ୍କୁ ତା’ ସ୍ୱାମୀ ନଫୀସ ମୁମ୍ବାଇରୁ ଫୋନ୍‌ ଯୋଗେ ଟ୍ରିପଲ ତଲାକ ଦେଇଥିଲା।

ଏ ସମ୍ପର୍କରେ ମୋ ଝିଅ ପୁଲିସ୍‌ ନିକଟକୁ ଯାଇଥିଲେ ହେଁ ପୁଲିସ୍‌ ତାଙ୍କ ଅଭିଯୋଗକୁ ଗ୍ରହଣ କରି ନଥିଲା। ନଫୀସ ମୁମ୍ବାଇରୁ ଫେରିବା ପରେ ମାମଲାର ବିଚାର ହେବ ବୋଲି ପୁଲିସ୍‌ ମୋ ଝିଅକୁ କହିଥିଲା। ଅଗଷ୍ଟ ୧୫ରେ ନଫୀସ ଆସିବା ପରେ ପୁଲିସ୍‌ ତାଙ୍କୁ ଏବଂ ସୟେଦାଙ୍କୁ ସମନ କରି ଡାକିଥିଲା। ଉଭୟଙ୍କୁ ବୁଝାସୁଝା କରି ଘରକୁ ପଠାଇ ଦେଇଥିଲା।”

ସୟେଦାଙ୍କ ଝିଅ ଫତିମା କହିଛନ୍ତି, “ମୋ ବାପା ଘରେ ପହଞ୍ଚିବା ପରେ ମା’କୁ ଘରୁ ବାହାରିଯିବାକୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଏହାପରେ ମୋ ଜେଜେବାପା, ଜେଜେମା’, ଦୁଇ ଜଣ ପିଉସୀ ମୋ ମା’କୁ ମାଡ଼ ମାରିଥିଲେ। ବାପା ମଧ୍ୟ ମୋ ମା’ର ଚୁଟି ଧରି ବାରମ୍ବାର ମାଡ଼ ମାରିଥିଲେ। ଦୁଇ ମାଉସୀ ମୋ ମା’ ଉପରେ କିରାସିନି ଢାଳିବା ପରେ ଜେଜେମା’ ଓ ବାପା ଦିଆସିଲି ମାରି ଦେଇଥିଲେ।”

ପୁଲିସ୍‌ ଏବେ ସୟେଦାଙ୍କ ଶବ ବ୍ୟବଚ୍ଛେଦ କରି ତଦନ୍ତ ଆରମ୍ଭ କରିଛି।

Related story