୨୫ ବର୍ଷୀୟ ମହିଳାଙ୍କୁ ୧୩୯ ଜଣଙ୍କ ଦୁଷ୍କର୍ମ, ଓକିଲ ଓ ନେତା ବି ସାମିଲ!

ହାଇଦ୍ରାବାଦ: ଜଣେ ୨୫ ବର୍ଷୀୟ ମହିଳା ସାଂଘାତିକ ଅଭିଯୋଗ ଆଣିଛନ୍ତି। କିଛି ବର୍ଷ ମଧ୍ୟରେ ତାଙ୍କୁ ପ୍ରାୟ ୧୩୯ ଜଣ ଲୋକ ଦୁଷ୍କର୍ମ କରିଛନ୍ତି। ମହିଳାଙ୍କ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମହିଳାଙ୍କୁ ଦୁଷ୍କର୍ମ କରିବା ତାଲିକାରେ ଅନେକ ନେତା ଏବଂ ଓକିଲ ମଧ୍ୟ ରହିଛନ୍ତି। ସୂଚନା ଅନୁସାରେ, ୨୦୧୦ରେ ମହିଳାଙ୍କ ବିବାହ ହୋଇଥିଲା। କିନ୍ତୁ ବାହାଘରର ଗୋଟିଏ ବର୍ଷ ମଧ୍ୟରେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା। ସେ ଯେଉଁ ବ୍ୟକ୍ତିଙ୍କୁ […]

d

Hemant Lenka
  • Published: Saturday, 22 August 2020
  • , Updated: 22 August 2020, 03:30 PM IST

ହାଇଦ୍ରାବାଦ: ଜଣେ ୨୫ ବର୍ଷୀୟ ମହିଳା ସାଂଘାତିକ ଅଭିଯୋଗ ଆଣିଛନ୍ତି। କିଛି ବର୍ଷ ମଧ୍ୟରେ ତାଙ୍କୁ ପ୍ରାୟ ୧୩୯ ଜଣ ଲୋକ ଦୁଷ୍କର୍ମ କରିଛନ୍ତି। ମହିଳାଙ୍କ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମହିଳାଙ୍କୁ ଦୁଷ୍କର୍ମ କରିବା ତାଲିକାରେ ଅନେକ ନେତା ଏବଂ ଓକିଲ ମଧ୍ୟ ରହିଛନ୍ତି।

ସୂଚନା ଅନୁସାରେ, ୨୦୧୦ରେ ମହିଳାଙ୍କ ବିବାହ ହୋଇଥିଲା। କିନ୍ତୁ ବାହାଘରର ଗୋଟିଏ ବର୍ଷ ମଧ୍ୟରେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା। ସେ ଯେଉଁ ବ୍ୟକ୍ତିଙ୍କୁ ବିବାହ କରିଥିଲେ, ତାଙ୍କ ଘରର ପ୍ରାୟ ୨୦ ଜଣ ଲୋକ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏହାପରେ ବିଭିନ୍ନ ସମୟରେ ତାଙ୍କୁ ଅନାକ ଲୋକ ଯୌନ ନିର୍ଯାତନା ଦେଇ ଚାଲିଥିବା ସେ ଅଭିଯୋଗ କରିଛନ୍ତି।

ହାଇଦ୍ରାବାଦର ପୁଞ୍ଜୁଗୁଟ୍ଟା ପୁଲିସ୍‌ ଷ୍ଟେସନରେ ଏନେଇ ମାମଲା ରୁଜୁ କରାଯାଇଛି। ପୁଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି, ମହିଳାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇଛି। ଧମକ ଚମକ ଦେଇ ମହିଳାଙ୍କୁ କିଛି ବର୍ଷ ହେଲା ପ୍ରାୟ ୧୩୯ ଜଣ ବ୍ୟକ୍ତି ବିଭିନ୍ନ ସ୍ଥାନରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ତେବେ ଏତେ ବର୍ଷ ପରେ କାହିଁକି ମହିଳା ଜଣଙ୍କ ଅଭିଯୋଗ କଲେ ବୋଲି ପ୍ରଶ୍ନର ଜବାବ ଦେଇ ସେ କହିଛନ୍ତି, ତାଙ୍କୁ ଅନେକ ସମୟରେ ଜୀବନରୁ ମାରି ଦେବାକୁ ଧମକ ଦିଆଯାଉଥିବାରୁ ସେ ଭୟରେ ପୁଲିସ ପାଖକୁ ଆସି ନଥିଲେ। ମହିଳା ଜଣଙ୍କ ଅଭିଯୋଗ କରିଥିବା ୧୩୯ ଜଣଙ୍କ ମଧ୍ୟରେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର କିଛି ଲୋକ, ଛାତ୍ର ନେତା, ରାଜନେତାଙ୍କ ପିଏ, ଆଇନଜୀବୀ, ମିଡିଆ କର୍ମୀ ଓ ବ୍ୟବସାୟୀମାନେ ରହିଥିବା ଜଣାପଡ଼ିଛି।

ମହିଳା ଜଣକ କହିଛନ୍ତି ଯେ ବିବାହ ପରେ ତାଙ୍କୁ ଶାଶୂଘର ଲୋକମାନେ ଶାରୀରିକ ଓ ଯୌନ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏହି କାରଣରୁ ସେ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ। ପରେ ସେ ଏକ କଲେଜରେ ନାମ ଲେଖାଇଥିଲେ ଯେଉଁଠାରେ ସେ ପୁଣି ଯୌନ ଉତ୍ପୀଡ଼ନର ସମ୍ମୁଖୀନ ହୋଇଥିଲେ। ଅଭିଯୁକ୍ତମାନେ ତାଙ୍କର ଅଶ୍ଳୀଳ ଫଟୋ ଓ ଭିଡିଓ ଉଠାଇଥିବାରୁ ସେ ପୁଲିସ୍‌ରେ ଅଭିଯୋଗ କରି ନଥିଲେ।

ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଅନେକ ଥର ସିଗାରେଟରେ ଅଭିଯୁକ୍ତମାନେ ଚେଙ୍କ ଦେଇଥିଲେ। ଏକ ନଜିଓରୁ ସହାୟତା ପାଇବା ପରେ ସେ ପୁଲିସ ନିକଟରେ ଅଭିଯୋଗ କରିବାକୁ ସକ୍ଷମ ହୋଇଥିବା କହିଛନ୍ତି।

Related story