କୋରାନ ବାଣ୍ଟିବା ସର୍ତ୍ତରେ ଛାତ୍ରୀଙ୍କୁ ମିଳିଲା ଜାମିନ

ରାଞ୍ଚି: ଫେସବୁକରେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଆକ୍ଷେପ କରି ଜେଲଦଣ୍ଡ ଭୋଗୁଥିବା ଜଣେ ଛାତ୍ରୀଙ୍କୁ ଆଜି ରାଞ୍ଚିର ଏକ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତେବେ ୧୫ ଦିନ ମଧ୍ୟରେ ସଂପୃକ୍ତ ଛାତ୍ରୀଙ୍କୁ ବିଭିନ୍ନ ଅନୁଷ୍ଠାନରେ ମୁସଲିମ ଧର୍ମର ପବିତ୍ର ଗ୍ରନ୍ଥ କୋରାନକୁ ବାଣ୍ଟିବାକୁ ପଡ଼ିବ। ଏଥିସହ ଏହାର ରସିଦ କୋର୍ଟରେ ଦାଖଲ କରିବାକୁ ପଡ଼ିବ। ଅଭିଯୁକ୍ତ ରିଚା ଭାରତୀଙ୍କୁ ଜୁଡିସିଆଲ ମାଜିଷ୍ଟ୍ରେଟ ମନୀଷ ସିଂହ ଜାମିନ ଦେଇଛନ୍ତି। ସେ କହିଛନ୍ତି,“ ରିଚା ଏକ ନିର୍ଦ୍ଦିଷ୍ଟ ଧର୍ମକୁ […]

rt

Hemant Lenka
  • Published: Tuesday, 16 July 2019
  • , Updated: 16 July 2019, 02:32 PM IST

ରାଞ୍ଚି: ଫେସବୁକରେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଆକ୍ଷେପ କରି ଜେଲଦଣ୍ଡ ଭୋଗୁଥିବା ଜଣେ ଛାତ୍ରୀଙ୍କୁ ଆଜି ରାଞ୍ଚିର ଏକ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତେବେ ୧୫ ଦିନ ମଧ୍ୟରେ ସଂପୃକ୍ତ ଛାତ୍ରୀଙ୍କୁ ବିଭିନ୍ନ ଅନୁଷ୍ଠାନରେ ମୁସଲିମ ଧର୍ମର ପବିତ୍ର ଗ୍ରନ୍ଥ କୋରାନକୁ ବାଣ୍ଟିବାକୁ ପଡ଼ିବ। ଏଥିସହ ଏହାର ରସିଦ କୋର୍ଟରେ ଦାଖଲ କରିବାକୁ ପଡ଼ିବ।

ଅଭିଯୁକ୍ତ ରିଚା ଭାରତୀଙ୍କୁ ଜୁଡିସିଆଲ ମାଜିଷ୍ଟ୍ରେଟ ମନୀଷ ସିଂହ ଜାମିନ ଦେଇଛନ୍ତି। ସେ କହିଛନ୍ତି,“ ରିଚା ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଆକ୍ଷେପ କରିଥିଲେ। ଏବେ ଏହାର ପ୍ରାୟଶ୍ଚିତ କରିବା ପାଇଁ ତାଙ୍କୁ ୫ଟି କୋରାନ ବିଭିନ୍ନ ଅନୁଷ୍ଠାନକୁ ବାଣ୍ଟିବାକୁ ପଡ଼ିବ।

ଏହା ମଧ୍ୟରୁ ଗୋଟିଏ କୋରାନକୁ ସେ ସଦର ଅଞ୍ଜୁମାନ ଇସଲାମିକ କମିଟିକୁ ଦେବେ। ବାକି ୪ଟି କୋରାନକୁ ସେ ଯେକୌଣସି ସ୍କୁଲ ଓ କଲେଜର ଲାଇବ୍ରେରୀରେ ଦାଖଲ କରିବେ। ୧୫ ଦିନ ମଧ୍ୟରେ ଏହିଁ ସର୍ତ୍ତକୁ ପୂରଣ କରିବାକୁ ପଡ଼ିବ।”

ଫେସବୁକରେ ରିଚା ଦେଇଥିବା ଏକ ବୟାନକୁ ନେଇ ପ୍ରଥମେ ପିଥୋରିଆ ପୁଲିସ୍‌ ଷ୍ଟେସନରେ ଆବେଦନ ହୋଇଥିଲା। ଏହାପରେ ପୁଲିସ୍‌ ତାଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲା।

ତେବେ ଶନିବାର ଘଟିଥିବା ଏହି ଘଟଣାକୁ ଦକ୍ଷିଣ ପନ୍ଥୀ ହିନ୍ଦୁ ସଂଗଠନ ଗୁଡ଼ିକ ବିରୋଧ କରିଥିଲେ। ସେମାନେ ରିଚାଙ୍କୁ ଛାଡ଼ିବାକୁ ଦାବି କରିଥିଲେ।

Related story