ଇସ୍ଲାମାବାଦ: ଏକ ପାକିସ୍ତାନୀ ବିମାନ ଉଡ଼ାଣ ଭରିବା ସମୟରେ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳା ଯାତ୍ରୀ ଟଏଲେଟ୍ ଭାବି ବିମାନର ଇମର୍ଜେନ୍ସି ଏକ୍ଜିଟ୍ ଡୋର୍ ଖୋଲିଦେବାରୁ ବିମାନର କର୍ମଚାରୀ ଏବଂ ଯାତ୍ରୀଙ୍କୁ ହଟହଟା ହେବାକୁ ପଡ଼ିଛି।
ଏହା ମାଞ୍ଚେଷ୍ଟର ବିମାନବନ୍ଦରରୁ ଉଡ଼ାଣ ଭରୁଥିଲା। ମହିଳା ଜଣକୁ କାହାକୁ କିଛି ନପଚାରି ବିମାନର ଇମର୍ଜେନ୍ସି ଏକ୍ଜିଟ୍ ଡୋର ପାଇଁ ଉଦ୍ଦିଷ୍ଟ ବଟନ୍ ଦବାଇଦେଇଥିଲେ। ଏହି ବିମାନ କମ୍ପାନୀର ମୁଖପାତ୍ରଙ୍କ କହିବା ଅନୁଯାୟୀ, ଏହି ପିଆଇଏ ବିମାନ ପିକେ ୭୦୨ ମଡେଲର ଥିଲା। ଏହା ଇସଲାମାବାଦକୁ ଉଡ଼ାଣ କରୁଥିଲା। ଜଣେ ଯାତ୍ରୀ ଭୁଲରେ ଏପରି କରିବାରୁ ଇମର୍ଜେନ୍ସି ଏକ୍ଜିଟ୍ ଡୋର ଖୋଲିଯାଇ ଇମର୍ଜେନ୍ସି ଚ୍ୟୁଟ୍ ଆକ୍ଟିଭେଟ୍ ହୋଇଯାଇଥିଲା।
ଏପରି ଘଟଣା ଘଟିବା ପରେ ୪୦ ଜଣ ଯାତ୍ରୀଙ୍କୁ ସେମାନଙ୍କ ଜିନିଷପତ୍ର ସହିତ ଓହ୍ଲାଇବାକୁ ପଡ଼ିଥଇଲା। ଏହାପରେ ସେମାନଙ୍କୁ ଗାଡ଼ି ଏବଂ ହୋଟେଲ ବ୍ୟବସ୍ଥା ଯୋଗାଇଦିଆଯାଇଥିଲା। ପରେ ସେମାନଙ୍କୁ ଅନ୍ୟ ଏକ ବିମାନରେ ଇସଲାମାବାଦ ପଠାଯାଇଥିଲା। ଏହି ଘଟଣା ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଫୁଟ୍ପାଥରେ ଶୋଇଥିଲେ ୯ ଜଣ, ମାଡ଼ିଗଲା ଡମ୍ପର୍
ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ଜଣ ଛୋଟ ପିଲା ଅଛନ୍ତି। ସେହିପରି ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି।
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
National
ଏଥର ବି ସାଧାରଣତନ୍ତ୍ର ଦିବସରେ ଦିଶିବନି ଦିଲ୍ଲୀର ପ୍ରଜ୍ଞାପନ ମେଢ଼
ଏହାକୁ ମିଶାଇ ୪ର୍ଥ ଥର ପାଇଁ ଦେଶର ରାଜଧାନୀ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଦର୍ଶିତ କରିବାକୁ ଅନୁମତି ମିଳିନାହିଁ।
Politics
ବିଭାଗ ବଣ୍ଟନକୁ ନେଇ ମହାୟୁତି ମେଣ୍ଟରେ ଅସନ୍ତୋଷ, ସ୍ୱୀକାର କଲେ ଅଜିତ ପାୱାର
ଶନିବାର ରାତିରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ ହୋଇଛି। ମନ୍ତ୍ରୀଙ୍କ ସଂଖ୍ୟା ଅଧିକ ଥିବାରୁ ସମସ୍ତଙ୍କୁ ଗୋଟିଏ ଲେଖାଏଁ ବିଭାଗ ଦେବାକୁ ପଡ଼ିଲା ବୋଲି କହିଲେ ଅଜିତ ପାୱାର।
National
ଅଲ୍ଲୁ ଅର୍ଜୁନଙ୍କ ଘର ଆଗରେ ବିକ୍ଷୋଭ ଓ ଭଙ୍ଗାରୁଜା, ୮ ଗିରଫ
ବିକ୍ଷୋଭକାରୀ ଅଲ୍ଲୁ ଅର୍ଜୁନଙ୍କ ବାସଭବନରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ୮ ଜଣଙ୍କୁ ଉଠାଇ ନେଇଛି ପୁଲିସ।