୩ ମାସ ପରେ ଫେରିଲେ ପତ୍ନୀ, କରୋନା ଆଶଙ୍କାରେ ଘରେ ପୂରାଇଲେନି ସ୍ୱାମୀ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଆଶଙ୍କାରେ ଜଣେ ୩୮ ବର୍ଷୀୟ ମହିଳାଙ୍କୁ ତାଙ୍କ ସ୍ୱାମୀ ଘରେ ପଶି ବାକୁ ଅନୁମତି ନ ଦେଇ ବାହାର କରିଦେଇଛନ୍ତି। ଲକଡାଉନ ଯୋଗୁ ମହିଳା ଜଣଙ୍କ ଦୀର୍ଘ ୩ ମାସ ଧରି ପଞ୍ଜାବରେ ଫସି ରହିଥିଲେ। ହେଲେ ଘରୋଇ ବିମାନ ଚଳାଚଳ କରିବାରୁ ସେ ବେଙ୍ଗାଲୁରୁ ସ୍ଥିତ ତାଙ୍କ ସ୍ୱାମୀଙ୍କ ଘରକୁ ଆସିଥିଲେ। କର୍ଣ୍ଣାଟକା ସରକାରଙ୍କ ନିୟମ ଅନୁଯାୟୀ, ବିମାନରେ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକମାନେ ହୋମ କ୍ୱାରେଣ୍ଟାଇନରେ ରହିବାକୁ ବାଧ୍ୟ। […]

p

p

Hemant Lenka
  • Published: Tuesday, 07 July 2020
  • Updated: 07 July 2020, 08:28 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଆଶଙ୍କାରେ ଜଣେ ୩୮ ବର୍ଷୀୟ ମହିଳାଙ୍କୁ ତାଙ୍କ ସ୍ୱାମୀ ଘରେ ପଶି ବାକୁ ଅନୁମତି ନ ଦେଇ ବାହାର କରିଦେଇଛନ୍ତି। ଲକଡାଉନ ଯୋଗୁ ମହିଳା ଜଣଙ୍କ ଦୀର୍ଘ ୩ ମାସ ଧରି ପଞ୍ଜାବରେ ଫସି ରହିଥିଲେ। ହେଲେ ଘରୋଇ ବିମାନ ଚଳାଚଳ କରିବାରୁ ସେ ବେଙ୍ଗାଲୁରୁ ସ୍ଥିତ ତାଙ୍କ ସ୍ୱାମୀଙ୍କ ଘରକୁ ଆସିଥିଲେ।

କର୍ଣ୍ଣାଟକା ସରକାରଙ୍କ ନିୟମ ଅନୁଯାୟୀ, ବିମାନରେ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକମାନେ ହୋମ କ୍ୱାରେଣ୍ଟାଇନରେ ରହିବାକୁ ବାଧ୍ୟ। ମହିଳା ଜଣଙ୍କ ହୋମ କ୍ୱାରେଣ୍ଟାଇନରେ ରହିବେ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କ ସ୍ୱାମୀଙ୍କ ଘରେ ପହଞ୍ଚିଥିଲେ। ହେଲେ ମହିଳା ଜଣଙ୍କ କାଳେ କରୋନାରେ ସଂକ୍ରମିତ ହୋଇଛନ୍ତି, ସେକଥା ଆଶଙ୍କା କରି ସ୍ୱାମୀ ଜଣଙ୍କ ତାଙ୍କୁ ଘରେ ପ୍ରବେଶ ପାଇଁ ଅନୁମତି ଦେଇ ନଥିଲେ।

ଘରହୀନ ହୋଇପଡ଼ିଥିବା ମହିଳା ଜଣଙ୍କ ଭାତୁର ପୁଲିସ୍‌କୁ ଖବର ଦେବା ସହ ମହିଳା ହେଲପ୍‌ ଲାଇନକୁ ଖବର ଦେଇଥିଲେ। ମହିଳା ହେଲପ ଲାଇନ ଅଫିସିଆଲ ଓ ପୁଲିସ୍‌ ଅଧିକାରୀମାନେ ସ୍ୱାମୀ ଜଣଙ୍କୁ ଡାକି କରୋନା ସମ୍ପର୍କରେ ତାଙ୍କ ମନରେ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିଥିଲେ। ଶେଷରେ ମହିଳା ଜଣଙ୍କ ଘରେ ପ୍ରବେଶ କରି ସେଠାରେ କ୍ୱାରେଣ୍ଟାଇନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos