ଦୁଷ୍କର୍ମ ଅଭିଯୁକ୍ତକୁ ୩୫ ଲକ୍ଷ ଟଙ୍କା ଲାଞ୍ଚ ମାଗି ମହିଳା ସବ ଇନସପେକ୍ଟର ଗିରଫ

ଅହମଦାବାଦ: ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ୩୫ ଲକ୍ଷ ଟଙ୍କା ଲାଞ୍ଚ ମାଗି ଗିରଫ ହୋଇଛନ୍ତି ଲେଡି ସବ ଇନସପେକ୍ଟର ଶ୍ୱେତା ଜାଡେଜା। ଲାଞ୍ଚ ବାବଦକୁ ଜଣେ ମଧ୍ୟସ୍ଥି ମାଧ୍ୟମରେ ୨୦ ଲକ୍ଷ ପାଇଥିଲେ ଆଉ ବାକି ୧୫ ଲକ୍ଷ ଟଙ୍କା ଦାବି କରୁଥିବା ବେଳେ ପୁଲିସ ଶ୍ୱେତାଙ୍କୁ ଗିରଫ କରିଛି। ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ବେଳେ ଶ୍ୱେତା ଜେଲ ଯିବାକୁ ଚାହୁଁନଥିଲେ ୩୫ ଲକ୍ଷ ଟଙ୍କା ଦେବାକୁ ହେବ ବୋଲି କହିଥିଲେ। ଏହାପରେ ଶ୍ୱେତାଙ୍କ ନାମରେ […]

sweta

sweta

Subhransu Sekhar
  • Published: Sunday, 05 July 2020
  • Updated: 06 July 2020, 07:12 AM IST

Sports

Latest News

ଅହମଦାବାଦ: ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ୩୫ ଲକ୍ଷ ଟଙ୍କା ଲାଞ୍ଚ ମାଗି ଗିରଫ ହୋଇଛନ୍ତି ଲେଡି ସବ ଇନସପେକ୍ଟର ଶ୍ୱେତା ଜାଡେଜା। ଲାଞ୍ଚ ବାବଦକୁ ଜଣେ ମଧ୍ୟସ୍ଥି ମାଧ୍ୟମରେ ୨୦ ଲକ୍ଷ ପାଇଥିଲେ ଆଉ ବାକି ୧୫ ଲକ୍ଷ ଟଙ୍କା ଦାବି କରୁଥିବା ବେଳେ ପୁଲିସ ଶ୍ୱେତାଙ୍କୁ ଗିରଫ କରିଛି। ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ବେଳେ ଶ୍ୱେତା ଜେଲ ଯିବାକୁ ଚାହୁଁନଥିଲେ ୩୫ ଲକ୍ଷ ଟଙ୍କା ଦେବାକୁ ହେବ ବୋଲି କହିଥିଲେ। ଏହାପରେ ଶ୍ୱେତାଙ୍କ ନାମରେ ଗୁଜରାଟର ଅହମଦାବାଦ ଓ୍ୱେଷ୍ଟରେ ଥିବା ମହିଳା ଥାନାରେ ଏତଲା ଦାୟର ହୋଇଥିଲା।

ଏକ ଘରୋଇ କମ୍ପାନୀର ଦୁଇଜଣ ମହିଳା କର୍ମଚାରୀ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ କେନାଲ ଶାହଙ୍କୁ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। କେନାଲ ଶାହ ଅହମଦାବାଦରେ ଏକ କୃଷି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ। ମାମଲାର ତଦନ୍ତ ଶ୍ୱେତା ଜାଡେଜା କରୁଥିଲେ। ତଦନ୍ତ ବେଳେ ଅଭିଯୁକ୍ତଙ୍କଠାରୁ ୩୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ସେ। ପ୍ରିଭେନସନ୍ ଅଫ୍ ଆଣ୍ଟି-ସୋସିଆଲ୍ ଆକ୍ଟିଭିଟିସ୍ ଆକ୍ଟ (ପାସା) ଅଧିନିୟମ ଅନୁଯାୟୀ ଶାହାଙ୍କୁ ବୁକିଂ ନକରିବା ପାଇଁ ସେ ଟଙ୍କା ମାଗିଥିଲେ, ଯେଉଁଥିରେ ପୁଲିସ ଜଣେ ଅଭିଯୁକ୍ତକୁ ଅନ୍ୟ ଏକ ଜିଲ୍ଲାର ଜେଲକୁ ପଠାଇପାରେ।

୨୦୧୯ରେ ହୋଇଥିବା ଏହି ଦୁଷ୍କର୍ମ ମାମଲାରେ କେନାଲ ଶାହାଙ୍କ ଭାଇ ଭବେଶଙ୍କ ଠାରୁ ଶ୍ୱେତା ଜାଡେଜା ୩୫ ଲକ୍ଷ ଟଙ୍କା ମାଗିଥିଲେ। ଏହାପରେ ଶ୍ୱେତା ଜଣେ ମଧ୍ୟସ୍ଥିଙ୍କ ମାଧ୍ୟମରେ ୨୦ ଲକ୍ଷ ଟଙ୍କା ଗ୍ରହଣ କରିଥିଲେ ଏବଂ ବାକି ୧୫ ଲକ୍ଷ ଟଙ୍କା ମାଗିଥିଲେ। ଅଭିଯୁକ୍ତ ଜଣଙ୍କ ଫେବୃଆରୀରେ ଜାଡେଜାଙ୍କୁ ୨୦ ଲକ୍ଷ ଟଙ୍କା ଦେଇଥିଲେ ବୋଲି ଅହମଦାବାଦ ଓ୍ୱେଷ୍ଟରେ ଥିବା ମହିଳା ଥାନାରେ ଦାୟର ହୋଇଥିବା ଏତଲାରେ ଏହା ଉଲ୍ଲେଖ ରହିଛି।

ଏହାପରେ ଗତ ଶୁକ୍ରବାର ଶ୍ୱେତାଙ୍କୁ ଲାଞ୍ଚ ଅଭିଯୋଗରେ ଗିରଫ କରାଯାଇଥିଲା ଏବଂ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ଶନିବାର ଶ୍ୱେତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ପୁଲିସକୁ ତିନି ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ବୋଲି ସରକାରୀ ଓକିଲ ସୁଧୀର ବ୍ରହ୍ମବତ କହିଛନ୍ତି।

ସରକାରୀ ଓକିଲ କହିଛନ୍ତି, ଅଭିଯୁକ୍ତଙ୍କ ଠାରୁ ଶ୍ୱେତା ନେଇଥିବା ୨୦ ଲକ୍ଷ ଟଙ୍କା ଫେରସ୍ତ କରିବା ଆବଶ୍ୟକ। ଲାଞ୍ଚ ଟଙ୍କା ମଧ୍ୟସ୍ଥିଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ତଦନ୍ତରୁ ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story