ମହାରାଷ୍ଟ୍ରରେ ପ୍ରାଣ ହରାଇଥିବା ମହିଳାଙ୍କ ଶରୀରରେ କରୋନା ଭାଇରସ

ମୁମ୍ବାଇ: ମାର୍ଚ୍ଚ ୨୪ରେ ମହାରାଷ୍ଟ୍ରରେ ପ୍ରାଣ ହରାଇଥିବା ଜଣେ ମହିଳାଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ଅର୍ଥାତ ସେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଘଟଣା ପରେ ମହାରାଷ୍ଟ୍ରରେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ରେ ପହଞ୍ଚି ଯାଇଛି। ପୂର୍ବରୁ ୩ ଜଣ ମହାରାଷ୍ଟ୍ର ବିଭିନ୍ନ ସ୍ଥାନରେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ନାଭି ମୁମ୍ବାଇରେ ରହୁଥିବା ମହିଳା ଜଣଙ୍କ ଶରୀରରେ କରୋନା […]

u

u

Hemant Lenka
  • Published: Thursday, 26 March 2020
  • Updated: 26 March 2020, 11:28 AM IST

Sports

Latest News

ମୁମ୍ବାଇ: ମାର୍ଚ୍ଚ ୨୪ରେ ମହାରାଷ୍ଟ୍ରରେ ପ୍ରାଣ ହରାଇଥିବା ଜଣେ ମହିଳାଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ଅର୍ଥାତ ସେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଘଟଣା ପରେ ମହାରାଷ୍ଟ୍ରରେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ରେ ପହଞ୍ଚି ଯାଇଛି। ପୂର୍ବରୁ ୩ ଜଣ ମହାରାଷ୍ଟ୍ର ବିଭିନ୍ନ ସ୍ଥାନରେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ।

ନାଭି ମୁମ୍ବାଇରେ ରହୁଥିବା ମହିଳା ଜଣଙ୍କ ଶରୀରରେ କରୋନା ଭାଇରସରେ ଯେଉଁ ଭଳି ଲକ୍ଷଣ ଦେଖାଯାଏ, ସେଭଳି ରୋଗ ସବୁ ଦେଖିବାକୁ ମିଳିଥିଲା। ଏହି କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ମୃତ୍ୟୁ ପୂର୍ବରୁ ତାଙ୍କର କୌଣସି କରୋନା ପରୀକ୍ଷା କରାଯାଇ ନଥିଲେ। ହେଲେ ମୃତ୍ୟୁ ପରେ ତାଙ୍କ ନମୁନାକୁ ପରୀକ୍ଷା ପାଇଁ ପଠା ଯାଇଥିଲା।

ଆଜି ସକାଳେ ତାଙ୍କର ରିପୋର୍ଟ ମିଳିଥିଲା। ଏଥିରେ ସେ କରୋନାରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି। ଏବେ ପ୍ରଶାସନ ପକ୍ଷରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ପରିବାର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବାର ବ୍ୟବସ୍ଥା କରାଯାଉଛି। ମହିଳା ଜଣଙ୍କ ଜଣେ ବିଦେଶୀ ନାଗରିକଙ୍କ ସଂସ୍ପର୍ଶରେ ଆସି ଏଭଳି ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos