ମନ୍ତ୍ରୀଙ୍କ ବିରୋଧରେ ଆଣିଥିବା ଦୁଷ୍କର୍ମ ଅଭିଯୋଗ ପ୍ରତ୍ୟାହାର କଲେ ମହିଳା

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ମୁମ୍ବାଇର ଜଣେ ମହିଳା ଆଜି ୟୁ-ଟର୍ଣ୍ଣ ନେଇଛନ୍ତି। ସେ ମନ୍ତ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ହେଲେ ଆଜି ସେ ନିଜର ଅଭିଯୋଗକୁ ପ୍ରତ୍ୟାହାର କରି ନେଇଛନ୍ତି। ମହିଳା ଜଣଙ୍କ ପୁଲିସ୍‌ ଷ୍ଟେସନରେ ପହଞ୍ଚି ମନ୍ତ୍ରୀ ଧନଞ୍ଜୟଙ୍କ ବିରୋଧରେ କରିଥିବା ଲିଖିତ ଅଭିଯୋଗକୁ ପ୍ରତ୍ୟାହାର କରିଥିଲେ ହେଁ ଏହାର କାରଣ କିଛି କହିନାହାନ୍ତି। ତେବେ ପୁଲିସ୍‌ ତାଙ୍କୁ ସତ୍ୟପାଠ ଆକାରରେ […]

faz

Hemant Lenka
  • Published: Friday, 22 January 2021
  • , Updated: 22 January 2021, 06:29 PM IST

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ମୁମ୍ବାଇର ଜଣେ ମହିଳା ଆଜି ୟୁ-ଟର୍ଣ୍ଣ ନେଇଛନ୍ତି। ସେ ମନ୍ତ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ହେଲେ ଆଜି ସେ ନିଜର ଅଭିଯୋଗକୁ ପ୍ରତ୍ୟାହାର କରି ନେଇଛନ୍ତି।

ମହିଳା ଜଣଙ୍କ ପୁଲିସ୍‌ ଷ୍ଟେସନରେ ପହଞ୍ଚି ମନ୍ତ୍ରୀ ଧନଞ୍ଜୟଙ୍କ ବିରୋଧରେ କରିଥିବା ଲିଖିତ ଅଭିଯୋଗକୁ ପ୍ରତ୍ୟାହାର କରିଥିଲେ ହେଁ ଏହାର କାରଣ କିଛି କହିନାହାନ୍ତି। ତେବେ ପୁଲିସ୍‌ ତାଙ୍କୁ ସତ୍ୟପାଠ ଆକାରରେ ଅଭିଯୋଗ ପ୍ରତ୍ୟାହାର କରୁଥିବା କଥା ଥାନାରେ ଦାଖଲ କରିବାକୁ କହିଛି।

ଜାନୁଆରୀ ୧୧ରେ ମହିଳା ଜଣଙ୍କ ମହାରାଷ୍ଟ୍ରର ସାମାଜିକ ନ୍ୟାୟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ବିରୋଧରେ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ। ୨୦୦୬ରେ ସେ ଏଭଳି କରିଥିବା ମହିଳା ଜଣଙ୍କ ପୁଲିସକୁ ଅବଗତ କରାଇଥିଲେ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିବା ସହ ମହିଳା ଜଣଙ୍କ ୱଶିୱାରା ପୁଲିସ୍‌ ଷ୍ଟେସନ ଯାଇ ନିଜର ବୟାନ ରେକର୍ଡ କରାଇଥିଲେ।

ଅନ୍ୟପକ୍ଷରେ ମନ୍ତ୍ରୀ ଧନଞ୍ଜୟ ମହିଳା ଜଣଙ୍କ ଆଣିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ। କିନ୍ତୁ ଅଭିଯୋଗକାରୀଙ୍କ ଭଉଣୀଙ୍କ ସହ ସହମତି ଭିତ୍ତିରେ ତାଙ୍କର ସମ୍ପର୍କ ରହିଥିବା କଥାକୁ ସ୍ୱୀକାର କରିଥିଲେ।

Related story