ନୂଆଦିଲ୍ଲୀ: ନାଗରିକତା ସଂଶୋଧିତ ଆଇନ୍ ଅସାମ୍ବିଧାନିକ। ଏହି ଅସାମ୍ୱିଧାନିକ ନିୟମ କଂଗ୍ରେସ ଶାସିତ ରାଜ୍ୟରେ ଲାଗୁ ହେବ ନାହିଁ। ଶୁକ୍ରବାର କଂଗ୍ରେସ ଏହି ସ୍ପଷ୍ଟୀକରଣ ରଖିଛି। ରାଜ୍ୟରେ ଲାଗୁ କରିବା ପାଇଁ କୌଣସି ପ୍ରକାର ବାଧ୍ୟ କରାଯାଇପାରିବନି ବୋଲି ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଏହି ସୂଚନା ଦେଇଛନ୍ତି। ସିଏଏକୁ ନେଇ ସାରା ଦେଶରେ ବିବାଦ ତେଜୁଥିବା ବେଳେ ଆଜି କଂଗ୍ରେସ ପକ୍ଷରୁ ଏଭଳି ମତ ରଖାଯାଇଛି।
ସୂଚନାଯୋଗ୍ୟ, କେନ୍ଦ୍ର ଏହି ନିୟମ ଲାଗୁ କରି ଧର୍ମାନ୍ତୀକରଣ ରାଜନୀତି କରୁଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗ, କେରଳ ଆଦି ରାଜ୍ୟ ମଧ୍ୟ ଏହି ଆଇନକୁ ଲାଗୁ କରିବେନି ବୋଲି ପୂର୍ବରୁ କହି ସାରିଛନ୍ତି।