ଓଡ଼ିଆ ପୁଅ ପିକେ ମିଶ୍ର ମୋଦି ସରକାରରେ ଏସବୁ କଥା ବୁଝିବେ

ନୂଆଦିଲ୍ଲୀ: ଓଡ଼ିଆ ପୁଅ ପିକେ ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ହେବା ପରେ ସେ କେଉଁ ସବୁ ଦାୟିତ୍ୱ ନିର୍ବାହ କରିବେ, ସେ ବିଷୟରେ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ପିକେ ମିଶ୍ର ନୁହନ୍ତି ମୋଦିଙ୍କ ପ୍ରିନ୍ସିପାଲ ପରାମର୍ଶଦାତା ପିକେ ସିହ୍ନା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମୋଦି-୨ ସରକାରର କେଉଁ ସବୁ ବିଷୟ କଥା ବୁଝିବେ, ସେ ବାବଦରେ ମଧ୍ୟ ଜଣାପଡ଼ିଛି। ପିଏମଓ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, […]

es

Hemant Lenka
  • Published: Monday, 16 September 2019
  • , Updated: 16 September 2019, 09:01 PM IST

ନୂଆଦିଲ୍ଲୀ: ଓଡ଼ିଆ ପୁଅ ପିକେ ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ହେବା ପରେ ସେ କେଉଁ ସବୁ ଦାୟିତ୍ୱ ନିର୍ବାହ କରିବେ, ସେ ବିଷୟରେ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ପିକେ ମିଶ୍ର ନୁହନ୍ତି ମୋଦିଙ୍କ ପ୍ରିନ୍ସିପାଲ ପରାମର୍ଶଦାତା ପିକେ ସିହ୍ନା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମୋଦି-୨ ସରକାରର କେଉଁ ସବୁ ବିଷୟ କଥା ବୁଝିବେ, ସେ ବାବଦରେ ମଧ୍ୟ ଜଣାପଡ଼ିଛି।

ପିଏମଓ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଆ ପୁଅ ପିକେ ମିଶ୍ର ପର୍ସନାଲ, ଆଇନ୍‌, ନିଯୁକ୍ତିଭିତ୍ତିକ କ୍ୟାବିନେଟ୍‌ କମିଟି ଓ ଅନ୍ୟ ନିଯୁକ୍ତି ସମ୍ପର୍କରେ ଆଗତ ହେଉଥିବା ବିଷୟଗୁଡ଼ିକର କଥା ବୁଝିବେ। ଏହାବାଦ୍‌ କ୍ୟାବିନେଟ୍‌ ସେକ୍ରେଟେରିଏଟ, କେନ୍ଦ୍ର କ୍ୟାବିନେଟ୍‌ରେ କେଉଁ ସବୁ ବିଷୟରେ ଆଲୋଚନା ହେବ, ଦୁର୍ନୀତି ନିରୋଧୀ ୟୁନିଟ ଓ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଷ୍ପତ୍ତି ଶ୍ରୀ ମିଶ୍ର ହିଁ ନେବେ।

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କେବଳ ନିଯୁକ୍ତିକୁ ଛାଡ଼ି ଜାତୀୟ ସୁରକ୍ଷା ଓ ନୀତିଗତ ମାମଲା ସହ ଜଡ଼ିତ ସମସ୍ତ ପ୍ରସଙ୍ଗ କଥା ବୁଝିବେ। ବୈଦେଶିକ ମନ୍ତ୍ରଣାଳୟ, ପ୍ରବାସୀ ଭାରତୀୟ ବ୍ୟାପାରର ମନ୍ତ୍ରଣାଳୟ, ପ୍ରତିରକ୍ଷା, ମହାକାଶ, ଆଟୋମିକ ଏନର୍ଜି ଓ ଗୁଇନ୍ଦା ସଂସ୍ଥା ର’ ଆଦି ବିଷୟ ଡୋଭାଲଙ୍କ ଅଧୀନରେ ରହିବ।

ତାଙ୍କୁ ନ୍ୟାଶନାଲ ସୋସିଆଲିଷ୍ଟ କାଉନସିଲ ଅଫ୍ ନାଗଲ୍ୟାଣ୍ଡ(ଏନ୍ଏସ୍‌ସିଏନ୍) ସହ ଆଲୋଚନା କରିବାର ଗୁରୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି।

ଅନ୍ୟପକ୍ଷରେ ମୋଦିଙ୍କ ପ୍ରିନ୍ସିପାଲ ପରାମର୍ଶଦାତା ପିକେ ସିହ୍ନାଙ୍କୁ ମନ୍ତ୍ରଣାଳୟ, ବିଭାଗ ଓ ଏଜେନ୍ସି ସମ୍ପର୍କିତ ସମସ୍ତ ନୀତିଗତ ପ୍ରସଙ୍ଗ କଥା ବୁଝିବେ।

ଶ୍ରୀ ମିଶ୍ର ଓ ଶ୍ରୀ ଡୋଭାଲଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଛି।

Related story