ଆତଙ୍କବାଦ ବିରୋଧରେ ଭାରତ ସହ ଏକାଠି ହେଲା ପୂରା ବିଶ୍ୱ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଏବେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ସାରା ଦେଶ ଭାରତ ସହ ହାତ ମିଳାଇଛନ୍ତି। ଆମେରିକା, ଇସ୍ରାଏଲ, ରୁଷ, ବ୍ରିଟେନ୍‌, ଫ୍ରାନ୍ସ, ଜର୍ମାନୀ ଓ ସାଉଦି ଆରବ ଭଳି ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଏଥିସହ ପୁଲୱାମା ଆକ୍ରମଣ ପଛରେ ଥିବା ଜୈଶ-ଇ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାରକୁ ମଧ୍ୟ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ସବୁ ରାଷ୍ଟ୍ର ଜାତିସଂଘ ସୁରକ୍ଷା […]

piu

piu

Hemant Lenka
  • Published: Wednesday, 20 February 2019
  • Updated: 20 February 2019, 08:27 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଏବେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ସାରା ଦେଶ ଭାରତ ସହ ହାତ ମିଳାଇଛନ୍ତି। ଆମେରିକା, ଇସ୍ରାଏଲ, ରୁଷ, ବ୍ରିଟେନ୍‌, ଫ୍ରାନ୍ସ, ଜର୍ମାନୀ ଓ ସାଉଦି ଆରବ ଭଳି ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି।

ଏଥିସହ ପୁଲୱାମା ଆକ୍ରମଣ ପଛରେ ଥିବା ଜୈଶ-ଇ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାରକୁ ମଧ୍ୟ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ସବୁ ରାଷ୍ଟ୍ର ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆଗତ କରିବେ ବୋଲି କହିଛନ୍ତି।

ଆମେରିକା, ରୁଷ, ଜର୍ମାନୀ, ବ୍ରିଟେନ୍‌, ଫ୍ରାନ୍ସ, ନ୍ୟୁଜିଲ୍ୟାଣ୍ଡ ଓ ଇସ୍ରାଏଲ୍‌ ବିନା ସର୍ତ୍ତରେ ଭାରତକୁ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସହଯୋଗ କରିବାକୁ ଆସିଥିବା ବେଳେ ସାଉଦି ଆରବ ପ୍ରଥମେ ପ୍ରମାଣ ଦେବାକୁ କହିଛି। ତେବେ ଆତଙ୍କବାଦ ପ୍ରସଙ୍ଗରେ ସାରା ବିଶ୍ୱ ଏକାଠି ହୋଇଥିବାରୁ ଏହାକୁ ଭାରତର ଏକ କୂଟନୀତିକ ବିଜୟ ବୋଲି କୁହାଯାଉଛି।

ଆମେରିକା ପକ୍ଷରୁ କୁହାଯାଇଛି ଯେ “ ପାକିସ୍ତାନ ଓ ଚୀନ୍‌ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ଘଣ୍ଟ ଘୋଡ଼ାଇବା ବନ୍ଦ କରୁ। ଜାତିସଂଘ ସୁରକ୍ଷା ପରିଷଦରେ ଉଭୟ ଦେଶ ଏକ ସଂକଳ୍ପ ମାଧ୍ୟରେ ଆତଙ୍କବାଦୀଙ୍କୁ ବିରୋଧ କରୁଛନ୍ତି ବୋଲି ପ୍ରତିଜ୍ଞା କରନ୍ତୁ।”

ଫ୍ରାନ୍ସ କହିଛି, “ ଆମେ ଦୁଇ ବର୍ଷ ହେଲାଣି ଜାତିସଂଘରେ ମାସୁଦକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ପ୍ରୟାସ କରୁଛୁ। ଆଗକୁ ମଧ୍ୟ ଆମର ଏହି ପ୍ରୟାସ ଜାରି ରହିବ।” ରୁଷ ମନ୍ତ୍ରୀ ଡେନିସ ମାଣ୍ଟୁରୋଭ କହିଛନ୍ତି, “ମାସୁଦ ଆଝାରକୁ ଆତଙ୍କବାଦୀ ଘୋଷଣା କରିବାକୁ ଭାରତର ପ୍ରସ୍ତାବକୁ ଦେଶ ପୂର୍ଣ୍ଣ ସମର୍ଥନ ଦେବ। ଆତଙ୍କବାଦ ପ୍ରସଙ୍ଗରେ ରୁଷ ସର୍ବଦା ଭାରତ ସହ ରହିଛି।”

ନ୍ୟୁଜିଲ୍ୟାଣ୍ଡ ସରକାର ମଧ୍ୟ ଆଜି ଦେଶର ସଂସଦରେ ପୁଲୱାମା ଆତଙ୍କବାଦୀ ଘଟଣାରେ ଏକ ନିନ୍ଦା ପ୍ରସ୍ତାବ ଆଗତ କରିଛନ୍ତି। ଇସ୍ରାଏଲ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରି ବିନା ସର୍ତ୍ତରେ ନୂଆଦିଲ୍ଲୀକୁ ସବୁ ପରିସ୍ଥିତିରେ ସହଯୋଗ କରିବ ବୋଲି କହିଛି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଲୱାମା ଆକ୍ରମଣକୁ ଭୟଙ୍କର ବୋଲି କହିଛନ୍ତି। ସେ କହିଛନ୍ତି, “ମୁଁ ସ୍ଥିତି ଉପରେ ନଜର ରଖିଛି। ଏ ସଂପର୍କରେ ମୁଁ ବହୁତ ରିପୋର୍ଟ ପାଇଛି। ଆମେ ଖୁବ୍‌ଶୀଘ୍ର ଏ ପ୍ରସଙ୍ଗରେ ଉଚିତ୍ ସମୟରେ ମତ ରଖିବୁ। ଯଦି ଭାରତ ଓ ପାକିସ୍ତାନ ଏକାଠି ହେବେ, ତା’ହେଲେ ଏହା ବହୁତ ଭଲ ହୁଅନ୍ତା।”ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷା ପରାମର୍ଶଦାତା ଜନ୍ ବୋଲ୍‌ଟନ୍ କହିଥିଲେ ଯେ ଭାରତର ଆତ୍ମରକ୍ଷା ଅଧିକାର ଅଛି।

ଅନ୍ୟପକ୍ଷରେ ଭାରତ ଗସ୍ତରେ ଥିବା ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ ଆତଙ୍କବାଦକୁ ସବୁ ସ୍ତରରେ ଦମନ କରାଯିବା ନେଇ ରାଜି ହୋଇଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ମିଳିତ ପ୍ରେସ୍‌ ବିବୃତିରେ ସେ କହିଛନ୍ତି, “ଆତଙ୍କବାଦକୁ କୌଣସି ଉପାୟରେ ମଧ୍ୟ ସମର୍ଥନ ଯୋଗାଉଥିବା ଦେଶ ଉପରେ ଚାପ ପକାଯିବ। ସାଉଦି ପ୍ରିନ୍ସ କହିଥିଲେ, “ଉଗ୍ରବାଦ ଏବଂ ଆତଙ୍କବାଦ ଆମ ସମସ୍ତଙ୍କର ପ୍ରମୁଖ ସମସ୍ୟା। ଗୁଇନ୍ଦା ତଥ୍ୟ ଯୋଗାଡ଼ ସମେତ ଅନ୍ୟ ପ୍ରସଙ୍ଗରେ ଆମେ ଭାରତକୁ ଯଥା ସମ୍ଭବ ସହଯୋଗ କରିବୁ। ପର ପିଢ଼ିଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ଆମକୁ କାମ କରିବାକୁ ହେବ।”

ତେବେ ସାଉଦି ଆରବର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଆଦେଲ ଅଲ ଜୁବେର କହିଛନ୍ତି, “ଆତଙ୍କବାଦ କାର୍ଯ୍ୟକଳାପରେ ଲିପ୍ତ ଥିବା ଲୋକଙ୍କୁ କେବଳ କଳା ତାଲିକା ଭୁକ୍ତ କଲେ ଚଳିବ ନାହିଁ। ସେମାନଙ୍କୁ ବାନ୍ଧିବା ସହ ଦଣ୍ଡ ଦେବା ଦରକାର।

ଯଦି ଭାରତ ସରକାରଙ୍କ କହିବା ଅନୁଯାୟୀ, ଜୈଶ-ଇ-ମହମ୍ମଦ ଓ ଏହାର ମୁଖ୍ୟ ମାସୁଦ ଆଝାର ବିରୋଧରେ ପ୍ରମାଣ ମିଳିବ, ତା’ହେଲେ ସେମାନଙ୍କୁ ଜାତିସଂଘରେ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ କେହି ବି କୁଣ୍ଠାବୋଧ ପ୍ରକାଶ କରିବେ ନାହିଁ। ଯିଏ ଆତଙ୍କବାଦୀ ଓ ଆତଙ୍କବାଦକୁ ଆର୍ଥିକ ସହାୟତା ଯୋଗାଉଛି, ତା’ହେଲେ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଉଦି କେବେ ହେଲେ ପଛଘୁଞ୍ଚା ଦେବନାହିଁ।”

କ’ଣ ଭାରତ ମାସୁଦ ଆଝାର ବିରୋଧରେ ଭାରତ ଆହୁରି ପ୍ରମାଣ ଦେବା ଦରକାର କି ପ୍ରଶ୍ନର ଉତ୍ତର ଦେଇ ଜୁବେର କହିଛନ୍ତି, “ ଏହା ଏବେ ଆଲୋଚା ସ୍ତରରେ ରହିଛି। ଏହା ଉପରେ ସାଉଦି ଓ ବିଶ୍ୱର ଅନ୍ୟ ରାଷ୍ଟ୍ର ସମୂହ ବିଚାର କରୁଛନ୍ତି।”

ଗୁରୁବାର ପୁଲୱାମା ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏଥିରେ ପାକ୍‌ରେ ସକ୍ରିୟ ଜୈଶ-ଇ-ମହମ୍ମଦର ହାତ ଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ଭାରତ ଉଭୟ ପାକିସ୍ତାନ ଓ ଜୈଶ ବିରୋଧରେ ସାରା ବିଶ୍ୱକୁ ଏକାଠି କରିବାକୁ ପ୍ରୟାସ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story