ଚେକପୋଷ୍ଟରେ ବଡ଼ଧରଣର ଆତଙ୍କୀ ହମଲା, ୧୦ ସୁରକ୍ଷାକର୍ମୀ ମୃତ

ବାଲୋଚିସ୍ତାନ: ପାକିସ୍ତାନରେ ଅଶାନ୍ତ ହୋଇପଡ଼ି ଥିବା ବାଲୋଚିସ୍ତାନର ଗୋଟିଏ ଚେକପୋଷ୍ଟ ନିକଟରେ ଆତଙ୍କବାଦୀମାନେ ବଡ଼ଧରଣର ହମଲା କରିଛନ୍ତି। ଏଥିରେ ୧୦ ଜଣ ପାକିସ୍ତାନ ସୈନ୍ୟ ନିହତ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ବାଲୋଚିସ୍ତାନର କେଚ ଜିଲ୍ଲାରେ ଏପରି ଘଟଣା ଘଟିଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆଇଏସପିଆର ଜାରି କରିଥିବା ବିବୃତିରେ କୁହାଯାଇଛି ଯେ ଆତଙ୍କବାଦୀମାନେ ୨୫-୨୬ ରାତିରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି। ସୁରକ୍ଷାକର୍ମୀମାନେ ଚେକପୋଷ୍ଟରେ ମୁତୟନ ହୋଇଥିବା ବେଳେ ହଠାତ୍‌ […]

terro

terro

Hemant Lenka
  • Published: Friday, 28 January 2022
  • Updated: 28 January 2022, 02:02 PM IST

ବାଲୋଚିସ୍ତାନ: ପାକିସ୍ତାନରେ ଅଶାନ୍ତ ହୋଇପଡ଼ି ଥିବା ବାଲୋଚିସ୍ତାନର ଗୋଟିଏ ଚେକପୋଷ୍ଟ ନିକଟରେ ଆତଙ୍କବାଦୀମାନେ ବଡ଼ଧରଣର ହମଲା କରିଛନ୍ତି। ଏଥିରେ ୧୦ ଜଣ ପାକିସ୍ତାନ ସୈନ୍ୟ ନିହତ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ବାଲୋଚିସ୍ତାନର କେଚ ଜିଲ୍ଲାରେ ଏପରି ଘଟଣା ଘଟିଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଆଇଏସପିଆର ଜାରି କରିଥିବା ବିବୃତିରେ କୁହାଯାଇଛି ଯେ ଆତଙ୍କବାଦୀମାନେ ୨୫-୨୬ ରାତିରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି। ସୁରକ୍ଷାକର୍ମୀମାନେ ଚେକପୋଷ୍ଟରେ ମୁତୟନ ହୋଇଥିବା ବେଳେ ହଠାତ୍‌ ବିସ୍ଫୋରଣ ପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଜବାବୀ କାର୍ଯ୍ୟାନୁଷ୍ଠାନରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ତେବେ ଲଢ଼େଇ ବେଳେ ପାକିସ୍ତାନର ୧୦ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ସୁରକ୍ଷାକର୍ମୀମାନେ ଜୀବିତ ଅବସ୍ଥାରେ ୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ଅନ୍ୟମାନଙ୍କୁ ଧରିବା ପାଇଁ ପ୍ରୟାସ ଚାଲିଥିବା ବିବୃତିରେ କୁହାଯାଇଛି। ଅନ୍ୟପକ୍ଷରେ ଏହି ହମଲା ପାଇଁ ଏଯାଏ କୌଣସି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି।

ଇରାନ ଓ ଆଫଗାନିସ୍ତାନ ସୀମାକୁ ଲାଗି ରହିଥିବା ବାଲୋଚିସ୍ତାନରେ ଦୀର୍ଘ ଦିନ ହେଲା ବିଦ୍ରୋହ ଲାଗି ରହିଛି। ଏଠାକାର ଲୋକମାନେ ପାକିସ୍ତାନ ଠାରୁ ସ୍ୱାଧୀନତା ଦାବି କରି ଅନେକ ସମୟରେ ବିକ୍ଷୋଭ କରନ୍ତି। ବିଦ୍ରୋହ ଯୋଗୁ ସରକାରୀ ବଳ ଓ କଳ ବାଲୋଚିସ୍ତାନରେ ପ୍ରବେଶ କରିପାରୁ ନାହାନ୍ତି।

ତେଣୁ ଏହା ବିଦ୍ରୋହୀଙ୍କ ଗଡ଼ ଭାବେ ମଧ୍ୟ ପରିଚୟ ହାସଲ କରିଛି। ପୂର୍ବରୁ ମଧ୍ୟ ଅନେକ ଥର ଏଠାରେ ସୁରକ୍ଷାକର୍ମୀ ଓ ସରକାରୀ ପ୍ରତିଷ୍ଠାନକୁ ଟାର୍ଗେଟ କରି ହମଲା କରାଯିବାର ନଜିର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos