ଧରାପଡ଼ିଲେ ଆମେରିକା ରାଷ୍ଟ୍ରପତିଙ୍କ ସିକ୍ରେଟ ସର୍ଭିସକୁ ପ୍ରଲୋଭିତ କରୁଥିବା ୨ ପାକ୍‌ ଗୁପ୍ତଚର

ୱାଶିଂଟନ: ଆମେରିକା ଗୁଇନ୍ଦା ସଂସ୍ଥା ଓ ରାଷ୍ଟ୍ରପତିଙ୍କ ସିକ୍ରେଟ ସର୍ଭିସ ଭିତରେ ପଶିବାକୁ ଯୋଜନା କରୁଥିବା ୨ ଜଣ ପାକ ଗୁପ୍ତଚର ଧରା ପଡ଼ିଛନ୍ତି। ସେମାନଙ୍କୁ ଆମେରିକା ଏଫବିଆଇ ଗିରଫ କରିଛି। ଗିରଫ ଦୁଇ ବ୍ୟକ୍ତି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ କଥାରେ ପରିଚାଳିତ ହୋଇଥିଲେ। ସେମାନେ ‌ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିୟୋଜିତ ସିକ୍ରେଟ ସର୍ଭିସର ଅଧିକାରୀଙ୍କୁ ପ୍ରଲୋଭିତ କରାଇ ନିଜ ପକ୍ଷକୁ ଆଣିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନଙ୍କ ସବୁ ଯୋଜନା ଫସର ଫାଟିଛି। ଦକ୍ଷିଣ […]

USA

USA

Hemant Lenka
  • Published: Friday, 08 April 2022
  • Updated: 08 April 2022, 01:23 PM IST

ୱାଶିଂଟନ: ଆମେରିକା ଗୁଇନ୍ଦା ସଂସ୍ଥା ଓ ରାଷ୍ଟ୍ରପତିଙ୍କ ସିକ୍ରେଟ ସର୍ଭିସ ଭିତରେ ପଶିବାକୁ ଯୋଜନା କରୁଥିବା ୨ ଜଣ ପାକ ଗୁପ୍ତଚର ଧରା ପଡ଼ିଛନ୍ତି। ସେମାନଙ୍କୁ ଆମେରିକା ଏଫବିଆଇ ଗିରଫ କରିଛି। ଗିରଫ ଦୁଇ ବ୍ୟକ୍ତି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ କଥାରେ ପରିଚାଳିତ ହୋଇଥିଲେ।

ସେମାନେ ‌ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିୟୋଜିତ ସିକ୍ରେଟ ସର୍ଭିସର ଅଧିକାରୀଙ୍କୁ ପ୍ରଲୋଭିତ କରାଇ ନିଜ ପକ୍ଷକୁ ଆଣିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନଙ୍କ ସବୁ ଯୋଜନା ଫସର ଫାଟିଛି।

ଦକ୍ଷିଣ ୱାଶିଂଟନରୁ ଗିରଫ ଦୁଇ ପାକ୍ ଗୁପ୍ତଚର ହେଲେ ଆରିଆନ ତାହେରଜାଦେ ଓ ହାଇଦର ଅଲୀ। ସେମାନେ ବେଶ ଚତୁରତାରତାର ସହ ଆମେରିକାର ସୁରକ୍ଷା ଅଧିକାରୀଙ୍କ ସହ ବନ୍ଧୁତା କରିଥିଲେ। ଏହାପରେ ନିଜ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିଥିଲେ। ଏମାନଙ୍କ ଜାଲ୍‌ରେ ଫସିଥିବା ସିକ୍ରେଟ ସର୍ଭିସର ୪ ଜଣ ଅଧିକାରୀଙ୍କୁ ଏବେ ପ୍ରଶାସନିକ ଛୁଟିରେ ପଠାଇ ଦିଆଯାଇଛି।

ଗିରଫ ହାଇଦର ଅଲୀ ନିଜକୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ସଦସ୍ୟ ବୋଲି କହିଛି। ତା’ ନିକଟରୁ ପାକିସ୍ତାନ ଓ ଇରାନର ଏକାଧିକ ଭିସା ମିଳିଛି। ତେବେ ଅଲୀର ଦାବିରେ କେତେ ସତ୍ୟତା ରହିଛି ସେକଥା ଜଣାପଡ଼ିଛି। ଅଲୀ ଓ ତାହେରଜାଦେ ନିଜକୁ ଫେଡରାଲ ଲ’ ଏନଫୋର୍ସମେଣ୍ଟ ଏବଂ ପ୍ରତିରକ୍ଷା ବିଭାଗର ଅଧିକାରୀ ଭାବେ ପରିଚୟ ଦେଉଥିଲେ।

ତାହେରଜାଦେ ଆମେରିକା ସିକ୍ରେଟ ସର୍ଭିସର ଅଧିକାରୀ ଓ ଜଣେ ଡିଏଚଏସ୍‌ କର୍ମଚାରୀଙ୍କୁ ଭଡ଼ା ମୁକ୍ତ ଆପାର୍ଟମେଣ୍ଟ, ଆଇଫୋନ, ସର୍ଭେଲାନ୍ସ ସିଷ୍ଟମ, ଗୋଟିଏ ଫ୍ଲାଟ ସ୍କ୍ରିନ ଟିଭି ଓ ଅନ୍ୟାନ୍ୟ ଜିନିଷ ଯୋଗାଇ ଦେଇଥିଲା। ଏପରି ସେ ସିକ୍ରେଟ ସର୍ଭିସର ଜଣେ ଅଧିକାରୀଙ୍କୁ ଆସଲ୍ଟ ରାଇଫଲ କିଣିବାକୁ ୨ ହଜାର ଡଲାର ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା।

ସିକ୍ରେଟ ସର୍ଭିସର ଯେଉଁ ୪ ଅଧିକାରୀଙ୍କୁ ପାକ୍‌ ଗୁପ୍ତଚରମାନେ ଜାଲରେ ଫସାଇଥିଲେ ସେମାନଙ୍କୁ ଛୁଟିରେ ପଠା ଯାଇଛି। ଏଥିସହ ପୂରା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story