ୟୁକ୍ରେନ୍‌ ଉପରେ ରୁଷର ରକେଟ୍‌ ମାଡ, ୩୦ ମୃତ

ମସ୍କୋ: ୟୁକ୍ରେନ ଉପରେ ପୁଣି ଆକ୍ରମଣ ଜୋରଦାର କରିଛି ରୁଷ। ରୁଷର ରକେଟ୍, ଡ୍ରୋନ୍ ଓ ମିଜାଇଲ୍ ଆକ୍ରମଣରେ ୟୁକ୍ରେନରେ ୩୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଅନେକ ସାଧାରଣ ନାଗରିକଙ୍କ ସମେତ ଦୁଇଜଣ ଶିଶୁ ଅଛନ୍ତି।  ସେପଟେ ଏହି ଆକ୍ରମଣରେ ୮୦ରୁ ଅଧିକ ଆହତ ହୋଇଛନ୍ତି। ୟୁକ୍ରେନର ଜାପୋରିଝ୍‌ଝିଆ ଅଂଚଳରେ ସାଧାରଣ ଲୋକଙ୍କ କାରକୁ ଟାର୍ଗେଟ୍ କରି ରୁଷ ଏହି ଆକ୍ରମଣ କରିଛି। ଏଥିରେ ଅନେକ ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି।  […]

Russian missile hit

Russian missile hit

Madhupriya Mistry
  • Published: Saturday, 01 October 2022
  • Updated: 01 October 2022, 11:18 AM IST

Sports

Latest News

ମସ୍କୋ: ୟୁକ୍ରେନ ଉପରେ ପୁଣି ଆକ୍ରମଣ ଜୋରଦାର କରିଛି ରୁଷ। ରୁଷର ରକେଟ୍, ଡ୍ରୋନ୍ ଓ ମିଜାଇଲ୍ ଆକ୍ରମଣରେ ୟୁକ୍ରେନରେ ୩୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଅନେକ ସାଧାରଣ ନାଗରିକଙ୍କ ସମେତ ଦୁଇଜଣ ଶିଶୁ ଅଛନ୍ତି।  ସେପଟେ ଏହି ଆକ୍ରମଣରେ ୮୦ରୁ ଅଧିକ ଆହତ ହୋଇଛନ୍ତି।

ୟୁକ୍ରେନର ଜାପୋରିଝ୍‌ଝିଆ ଅଂଚଳରେ ସାଧାରଣ ଲୋକଙ୍କ କାରକୁ ଟାର୍ଗେଟ୍ କରି ରୁଷ ଏହି ଆକ୍ରମଣ କରିଛି। ଏଥିରେ ଅନେକ ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି।  ‘ଟେଲିଗ୍ରାମ୍’ରେ ଜାପୋରିଝ୍‌ଝିଆ ଆଞ୍ଚଳିକ ସେନା ପ୍ରଶାସନର ମୁଖ୍ୟ ଓଲେଜେଣ୍ଡର୍‌ ସ୍ତାରୁଖ୍‌ କହିଛନ୍ତି, ଧାଡ଼ି କରି ଜାପୋରିଝ୍‌ଝିଆରୁ ବାହାରକୁ ଯାଉଥିବା ବେସାମରିକ ଯାନ ଉପରେ ରୁଷ ରକେଟ୍‌ ମାଡ କରିଛି।  ଆହତମାନଙ୍କ ମଧ୍ୟରେ ଥିବା ୨୭ଜଣ ପୁଲିସ ଅଧିକାରୀଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଜାପୋରିଝ୍‌ଝିଆ ଗଭର୍ଣ୍ଣର୍‌ କହିଛନ୍ତି, ରୁଷ୍‌ ନିୟନ୍ତ୍ରଣାଧୀନ ଅଞ୍ଚଳ ମଧ୍ୟକୁ ଯିବା ଲାଗି ଉକ୍ତ ବେସାମରିକ ଯାନଗୁଡ଼ିକ ଅପେକ୍ଷା କରିଥିବା ବେଳେ ରୁଷ ସେନା ଏହି ଆକ୍ରମଣ କରିଥିଲା। ଏଥିରେ ଅନେକ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି।

ଗତକାଲି ୟୁକ୍ରେନର ୪ଟି ଅଞ୍ଚଳ ଦୋନେତସ୍କ, ଲୁହାନ୍‌ସ୍କ, ଖେର୍‌ସୋନ୍‌ ଏବଂ ଜାପୋରିଝ୍‌ଝିଆ ଉପରେ ବିଜୟ ହାସଲ କରିଥିବା କଥା ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ। ଏହି ୪ ଅଞ୍ଚଳର ୟୁକ୍ରେନର ୧୫ ପ୍ରତିଶତ ଥିବା ବେଳେ ଚିର ଦିନ ଲାଗି ଏହା ରୁଷ ଅଂଶ ହୋଇ ରହିବ ବୋଲି ପୁଟିନ୍ କହିଥିଲେ।

ତେବେ ପୁଟିନ୍‌ଙ୍କ ଏହି ପଦକ୍ଷେପକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁଟିନ୍ ଯୁଦ୍ଧ ଚାହାନ୍ତି, ଜୀବନ ନୁହେଁ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭଲଡୋମିର ଜେଲେନସ୍କି। ପୁଟିନଙ୍କ ପଦକ୍ଷେପ ବେଆଇନ୍ ଏବଂ ଆନ୍ତର୍ଜାତିକ ଆଇନର ଉଲ୍ଲଂଘନ ବୋଲି କହିବା ସହ ଏହାକୁ ନିନ୍ଦା କରିଛି ଜାତିସଂଘ। ସାଂଘାତିକ ସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଅ ଗୁଟେରସ୍।

ଅନ୍ୟପକ୍ଷରେ ଆମେରିକା ପୁଟିନଙ୍କ ଦାବିକୁ କେବେ ବି ଗ୍ରହଣ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍। ୟୁରୋପୀୟ ସଂଘ ମଧ୍ୟ ଏ ପ୍ରସଙ୍ଗରେ ମନ୍ତବ୍ୟ ରଖି ରୁଷ ଦଖଲ କରି ନେଇଥିବା ସମସ୍ତ ଅଞ୍ଚଳ ୟୁକ୍ରେନର ହୋଇ ରହିବ ବୋଲି କହିଛି। ଏହି ଅବସରରରେ ନାଟୋର ସହାୟତା ଲୋଡ଼ିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ଏପଟେ ତୁରନ୍ତ ଯୁଦ୍ଧ ବନ୍ଦ ସହ ଅାଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ପ୍ରସ୍ତାବ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story