ଶ୍ରୀଲଙ୍କାରେ ୩୬ ଘଣ୍ଟିଆ କର୍ଫ୍ୟୁ, ଡିଜେଲ ଓ ଚାଉଳ ପଠାଇଲା ଭାରତ

କଲମ୍ବୋ: ଆର୍ଥିକ ସଙ୍କଟ ଯୋଗୁ ଶ୍ରୀଲଙ୍କାର ସ୍ଥିତି ପୂରା ଦୟନୀୟ ହୋଇଯାଇଛି। ଦେଶରେ ଖାଇବାକୁ ଖାଦ୍ୟ ନାହିଁ। ପିଇବାକୁ ପାଣି ନାହିଁ। ପେଟ୍ରୋଲ ପାଇଁ ଲମ୍ବା ଲାଇନ ଲାଗୁଛି। ଡିଜେଲ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଦୈନିକ ୧୦ ଘଣ୍ଟାରୁ ଅଧିକ ସମୟ ବିଜୁଳି କାଟ ହେଉଛି। ଏଥିଯୋଗୁ ଲୋକମାନେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ଧୈର୍ଯ୍ୟ ବାଡ଼ ମଧ୍ୟ ଭାଙ୍ଗିବାକୁ ବସିଲାଣି। ଏହାକୁ ବିରୋଧୀ କରି ସେମାନେ ଆନ୍ଦୋଳନକୁ ଓହ୍ଲାଉଥିବାରୁ ଆଜି ରାଷ୍ଟ୍ରପତି […]

Srilanka

Srilanka

Hemant Lenka
  • Published: Saturday, 02 April 2022
  • Updated: 02 April 2022, 08:42 PM IST

Sports

Latest News

କଲମ୍ବୋ: ଆର୍ଥିକ ସଙ୍କଟ ଯୋଗୁ ଶ୍ରୀଲଙ୍କାର ସ୍ଥିତି ପୂରା ଦୟନୀୟ ହୋଇଯାଇଛି। ଦେଶରେ ଖାଇବାକୁ ଖାଦ୍ୟ ନାହିଁ। ପିଇବାକୁ ପାଣି ନାହିଁ। ପେଟ୍ରୋଲ ପାଇଁ ଲମ୍ବା ଲାଇନ ଲାଗୁଛି। ଡିଜେଲ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଦୈନିକ ୧୦ ଘଣ୍ଟାରୁ ଅଧିକ ସମୟ ବିଜୁଳି କାଟ ହେଉଛି। ଏଥିଯୋଗୁ ଲୋକମାନେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ଧୈର୍ଯ୍ୟ ବାଡ଼ ମଧ୍ୟ ଭାଙ୍ଗିବାକୁ ବସିଲାଣି।

ଏହାକୁ ବିରୋଧୀ କରି ସେମାନେ ଆନ୍ଦୋଳନକୁ ଓହ୍ଲାଉଥିବାରୁ ଆଜି ରାଷ୍ଟ୍ରପତି ଗୋତବାୟା ରାଜପକ୍ଷ ଦେଶରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରିଛନ୍ତି। ଏହା ଶନିବାର ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଛି। ସୋମବାର ସକାଳ ୬ଟା ଯାଏ ଏହି ନିୟମ ବଳବତ୍ତର ରହିବ। ତେବେ ଶ୍ରୀଲଙ୍କାର ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତ ପୁଣି ସହାୟତା ପଠାଇଛି। ଆଜି ଭାରତ ପକ୍ଷରୁ ଚାଉଳ ଓ ଡିଜେଲ ଶ୍ରୀଲଙ୍କାକୁ ପଠାଯାଇଛି।

ଶ୍ରୀଲଙ୍କା ସରକାରଙ୍କ ସୂଚନା ଅନୁଯାୟୀ, କର୍ଫ୍ୟୁ ସମୟରେ ଲୋକମାନଙ୍କୁ ଘରୁ ବାହାରିବାକୁ ଅନୁମତି ମିଳିବ ନାହିଁ। ତେଣୁ କେହି ବି ଆନ୍ଦୋଳନ କରିବାକୁ ରାସ୍ତାକୁ ଆସିବେ ନାହିଁ। ପୂର୍ବରୁ ହିଁ ସରକାର ଦେଶରେ ଆର୍ଥିକ ଜରୁରୀ ପରିସ୍ଥିତି ଲାଗୁ କରିଛନ୍ତି। ବର୍ତ୍ତମାନ ଆମଦାନୀ ପାଇଁ ଶ୍ରୀଲଙ୍କା ପାଖରେ ବିଦେଶୀ ପାଣ୍ଠି ନାହିଁ। ବସ୍ ଓ ବ୍ୟବସାୟିକ ଗାଡ଼ି ଚଳାଚଳ ପାଇଁ ଡିଜେଲ ଆବଶ୍ୟକ। କିନ୍ତୁ ଶ୍ରୀଲଙ୍କାର କୌଣସି ଷ୍ଟେସନରେ ଡିଜେଲ ମିଳୁନାହିଁ। ସ୍ଥିତି ଏପରି ହୋଇଛି ଯେ ଶ୍ରୀଲଙ୍କାରେ ଆଜି ରାତି ପରଠାରୁ ବସ୍‌ ଚଳାଚଳ କରିବ ନାହିଁ। କାରଣ ବସ୍‌ ମାଲିକମାନେ ଗାଡ଼ି ଚଳାଚଳ କରିବାକୁ ଡିଜେଲ ପାଉନାହାନ୍ତି।

ଲୋକମାନେ ଏହାକୁ ନେଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ପୋଡ଼ାଜଳା ଆରମ୍ଭ କରିଦେଇଛନ୍ତି। ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବାର ଆଶଙ୍କା ଥିବାରୁ ସରକାର ୩୬ ଘଣ୍ଟିଆ କର୍ଫ୍ୟୁ ଲାଗୁ କରିଛନ୍ତି। ବର୍ତ୍ତମାନ ଶ୍ରୀଲଙ୍କାରେ ଶିଳ୍ପ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ହେବାକୁ ବସିଲାଣି। ଫଳରେ ଲୋକମାନେ ଚାକିରି ହରାଇ ଶରଣାର୍ଥୀ ଭାବେ ଭାରତ ମୁହାଁ ମଧ୍ୟ ହୋଇଛନ୍ତି।

ଅନ୍ୟପକ୍ଷରେ ଭାରତ ସରକାର ଆଜି ଶ୍ରୀଲଙ୍କାକୁ ୪୦,୦୦୦ ମେଟ୍ରିକ ଟନ୍ ଡିଜେଲ ପଠାଇଛନ୍ତି। ଡିଜେଲ ଅଭାବରୁ ଗୁରୁବାର ୧୩ ଘଣ୍ଟା ପାଇଁ ଲୋକମାନେ ଅନ୍ଧାରରେ ରହିଥିଲେ। ୧୯୯୬ ପରେ ପ୍ରଥମଥର ପାଇଁ ଏପରି ଘଟଣା ଘଟିଥିଲା। ଏବେ ବି ଅନେକ ସହର ବିଜୁଳି ଅଭାବ ଯୋଗୁ ଅନ୍ଧାରରେ ରହିଛନ୍ତି।

ଶୁକ୍ରବାର ରାଷ୍ଟ୍ରପତି ରାଜପକ୍ଷ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଫଳରେ ସେନାକୁ ସ୍ୱତନ୍ତ୍ର କ୍ଷମତା ମିଳିଛି। ଏହି ସମୟରେ ସେନା ଅଧିକାରୀମାନେ ବିକ୍ଷୋଭ କରୁଥିବା ଲୋକଙ୍କୁ ଗିରଫ କରିପାରିବେ। ସେମାନଙ୍କୁ ବିନା କୋର୍ଟ ଶୁଣାଣିରେ ଦୀର୍ଘଦିନ ଧରି ଜେଲରେ ମଧ୍ୟ ରଖାଯାଇ ପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story