Advertisment

ସ୍କୁଲ ପିଲାଙ୍କ ଉପରେ ଆଖିବୁଜା ଗୁଳିମାଡ଼, ୬ ଜଣଙ୍କ ଜୀବନ ଗଲା

ସାଲାମାନ୍ସା(ମେକ୍ସିକୋ): ଆମେରିକା ପରେ ମେକ୍ସିକୋରେ ସ୍କୁଲ ପିଲାଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ହାଇସ୍କୁଲରେ ପଢ଼ୁଥିବା ୫ ଜଣ ଶିକ୍ଷାର୍ଥୀଙ୍କ ସମେତ ୬ ଜଣଙ୍କ ଜୀବନ ଯାଇଛି। କେନ୍ଦ୍ରୀୟ ମେକ୍ସିକୋରେ ଏହି ଘଟଣା ଘଟିଛି। ପୁଲିସ କହିଛି ଯେ ସୋମବାର ରାତିରେ କିଛି ବନ୍ଧୁକଧାରୀ ସ୍କୁଲ ପିଲାମାନଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୩ ଜଣ ପୁରୁଷ ଓ ୨ ଜଣ ମହିଳା ଶିକ୍ଷାର୍ଥୀଙ୍କ ଜୀବନ ଯାଇଛି। ସମସ୍ତଙ୍କ ବୟସ ୧୬ରୁ […]

author-image
Hemant Lenka
ଅଦ୍ୟତନ ହୋଇଛି
ସ୍କୁଲ ପିଲାଙ୍କ ଉପରେ ଆଖିବୁଜା ଗୁଳିମାଡ଼, ୬ ଜଣଙ୍କ ଜୀବନ ଗଲା

Police

ସାଲାମାନ୍ସା(ମେକ୍ସିକୋ): ଆମେରିକା ପରେ ମେକ୍ସିକୋରେ ସ୍କୁଲ ପିଲାଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ହାଇସ୍କୁଲରେ ପଢ଼ୁଥିବା ୫ ଜଣ ଶିକ୍ଷାର୍ଥୀଙ୍କ ସମେତ ୬ ଜଣଙ୍କ ଜୀବନ ଯାଇଛି। କେନ୍ଦ୍ରୀୟ ମେକ୍ସିକୋରେ ଏହି ଘଟଣା ଘଟିଛି। ପୁଲିସ କହିଛି ଯେ ସୋମବାର ରାତିରେ କିଛି ବନ୍ଧୁକଧାରୀ ସ୍କୁଲ ପିଲାମାନଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଥିଲେ।

Advertisment

ଏଥିରେ ୩ ଜଣ ପୁରୁଷ ଓ ୨ ଜଣ ମହିଳା ଶିକ୍ଷାର୍ଥୀଙ୍କ ଜୀବନ ଯାଇଛି। ସମସ୍ତଙ୍କ ବୟସ ୧୬ରୁ ୧୮ ବର୍ଷ। ସେହିପରି ଗୁଳିମାଡ଼ରେ ଜଣେ ୬୫ ବର୍ଷୀୟ ବୃଦ୍ଧା ମଧ୍ୟ ପ୍ରାଣ ହରାଇଛନ୍ତି। ବାରୋନ କମ୍ୟୁନିଟିରେ ଏହି ଘଟଣା ଘଟିଛି। ଏହାପୂର୍ବରୁ ୨ ସପ୍ତାହ ତଳେ ଗୁଆନଜୁଆଟୋ ସହରର ସେଲାୟାରେ ଦୁଇଟି ବାର ଓ ଗୋଟିଏ ହୋଟେଲରେ ବନ୍ଧୁକଧାରୀମାନେ ଗୁଳିମାଡ଼ କରିଥିଲେ। ଏଥିରେ ୮ ଜଣ ମହିଳା ଓ ୩ ଜଣ ପୁରୁଷଙ୍କ ମୃତ୍ୟୁ ଘଟିଥିଲା। ଏବେ ପୁଣି ସ୍କୁଲ ପିଲାଙ୍କୁ ଟାର୍ଗେଟ ଗୁଳିମାଡ଼ ଘଟଣା ସମସ୍ତ ମନରେ ଭୟର ବାତାବରଣ ସୃଷ୍ଟି କରିଛି।

ଅନ୍ୟପକ୍ଷରେ କେଉଁମାନେ ଓ କାହିଁକି ସ୍କୁଲ ପିଲାଙ୍କୁ ଟାର୍ଗେଟ କଲେ, ସେକଥା ଜଣାପଡ଼ିନି। ସୁରକ୍ଷାକର୍ମୀମାନେ ଘଟଣାର ଯାଞ୍ଚ କରୁଥିବାରୁ ବିସ୍ତୃତ ସୂଚନା ମିଳିନାହିଁ।

Advertisment
Terror Attack