ପୂର୍ବତନ ମନ୍ତ୍ରୀଙ୍କ ୱିଗ୍‌ ଉପାଡ଼ି ଆଣିଲେ ମିଳିବ ୫୦,୦୦୦

ଇସଲାମାବାଦ: ପାକିସ୍ତାନର ପୂର୍ବତନ ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ରଶିଦ ମୁଣ୍ଡରେ ଲଗାଇଥିବା ୱିଗ୍‌କୁ ଯଦି କେହି ଉପାଡ଼ିବ ଆଣିବ ତା’ହେଲେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହଯୋଗୀ ହନିଫ ଆବ୍ବାସୀ ପାକିସ୍ତାନ ମୁଦ୍ରାରେ ୫୦ ହଜାର ଟଙ୍କା ଦେବେ। ଆଜି ଆବ୍ବାସୀ ନିଜେ ଏପରି ଘୋଷଣା କରିଛନ୍ତି। ରାୱଲପିଣ୍ଡିରେ ଆୟୋଜିତ ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ମୁସଲିମ ଲିଗ୍‌ ନୱାଜ(ପିଏମଏଲ-ଏନ)ର ନେତା ଆବ୍ବାସୀ କହିଛନ୍ତି, “ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ଶେଖ ରଶିଦ ଓ ତାଙ୍କ ପୁତୁରା ହିଁ […]

Rashid

Rashid

Hemant Lenka
  • Published: Monday, 02 May 2022
  • Updated: 02 May 2022, 05:07 PM IST

Sports

Latest News

ଇସଲାମାବାଦ: ପାକିସ୍ତାନର ପୂର୍ବତନ ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ରଶିଦ ମୁଣ୍ଡରେ ଲଗାଇଥିବା ୱିଗ୍‌କୁ ଯଦି କେହି ଉପାଡ଼ିବ ଆଣିବ ତା’ହେଲେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହଯୋଗୀ ହନିଫ ଆବ୍ବାସୀ ପାକିସ୍ତାନ ମୁଦ୍ରାରେ ୫୦ ହଜାର ଟଙ୍କା ଦେବେ। ଆଜି ଆବ୍ବାସୀ ନିଜେ ଏପରି ଘୋଷଣା କରିଛନ୍ତି।

ରାୱଲପିଣ୍ଡିରେ ଆୟୋଜିତ ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ମୁସଲିମ ଲିଗ୍‌ ନୱାଜ(ପିଏମଏଲ-ଏନ)ର ନେତା ଆବ୍ବାସୀ କହିଛନ୍ତି, “ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ଶେଖ ରଶିଦ ଓ ତାଙ୍କ ପୁତୁରା ହିଁ ମିଳିତ ଭାବେ ସାଉଦି ଆରବର ମସଜିଦ-ଇ-ନବବୀ ଘଟଣା ପାଇଁ ଦାୟୀ। ସେମାନଙ୍କ ଚକ୍ରାନ୍ତରେ ହିଁ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ମଣ୍ଡଳ ଅପମାନିତ ହୋଇଛନ୍ତି।”

ମସଜିଦ-ଇ-ନବବୀକୁ ଶରିଫ ଓ ଅନ୍ୟମାନେ ଯାଉଥିବା ବେଳେ ଶହଶହ ଲୋକ ସେଠାରେ ଚୋର ଚୋର ନାରା ଦେଉଥିବା ବେଳର ଭିଡିଓ ଆସିଛି। ଏହି ଭିଡିଓରେ ସୂଚନା ମନ୍ତ୍ରୀ ମାରିୟମ ଔରଙ୍ଗଜେବ ଓ ଜାତୀୟ ସଂସଦର ସଦସ୍ୟ ଶାହଜାଇନ ବୁଗଟି ମଧ୍ୟ ରହିଥିବା ଦେଖିବାକୁ ମିଳିଥିଲା।

ଏହି ଘଟଣାକୁ ନେଇ ଇମ୍ରାନ ଖାନ ଓ ତାଙ୍କର କିଛି ସହଯୋଗୀଙ୍କ ବିରୋଧରେ ଧର୍ମକୁ ଅପମାନିତ କରିବା ଭଳି ମାମଲା ରୁଜୁ କରାଯାଇଛି। ଏପରି କି ତାଙ୍କୁ ଗିରଫ ମଧ୍ୟ ହେବାକୁ ପଡ଼ିପାରେ।

ଆଜି ଆବ୍ବାସୀ କହିଛନ୍ତି, “ମୁଁ ଶେଖ ରଶିଦଙ୍କ ବିରୋଧରେ ରାଜନୀତିର ସବୁ ସ୍ତରରେ ଲଢ଼ିବି। ସେ ଯେଉଁଠି ବି ନିର୍ବାଚନ ଲଢ଼ିବାକୁ ଡାକିବେ ମୁଁ ସେଠାରେ ପ୍ରାର୍ଥୀ ହେବାକୁ ପ୍ରସ୍ତୁତ। ସେମାନେ ମସଜିଦ-ଇ-ନବବୀରେ ଯେଉଁ ସବୁ ଷଡ଼ଯନ୍ତ୍ର କରିଥିଲେ, ତାହା ନିନ୍ଦନୀୟ। ଏପରି ଆଚରଣ ମସଜିଦର ପବିତ୍ରତାକୁ ନଷ୍ଟ କରିଛି। ଏହାକୁ କେବେ ହେଲେ କ୍ଷମା କରାଯାଇ ପାରିବ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story