ବଡ଼ଧରଣର ଭୂକମ୍ପ ଝଟକା ପରେ ଲୋକେ ଆତଙ୍କିତ

ଜାକାର୍ତ୍ତା: ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ଇଣ୍ଡୋନେସିଆର ଜାଭା ଦ୍ୱୀପପୁଞ୍ଜ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୦ ଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି। ସେହିପରି ଝଟକା ପରେ ଲୋକମାନେ ଖୋଲା ରାସ୍ତାରେ ଦୀର୍ଘ ସମୟ ଧରି ଆଶ୍ରୟ ନେଇଥିବା ମଧ୍ୟ ଦେଖିବାକୁ ମିଳିଛି। ବଡ଼ଧରରଣ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ସୁନାମୀ ଆଲର୍ଟ ଜାରି କରାଯାଇ ନାହିଁ। ସୂଚନା ଅନୁସାରେ, ପୂର୍ବ ଜାଭାର ମଲଙ୍ଗ ସହର ଠାରୁ […]

Earth-Quack

Hemant Lenka
  • Published: Saturday, 10 April 2021
  • , Updated: 10 April 2021, 03:41 PM IST

ଜାକାର୍ତ୍ତା: ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ଇଣ୍ଡୋନେସିଆର ଜାଭା ଦ୍ୱୀପପୁଞ୍ଜ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୦ ଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି। ସେହିପରି ଝଟକା ପରେ ଲୋକମାନେ ଖୋଲା ରାସ୍ତାରେ ଦୀର୍ଘ ସମୟ ଧରି ଆଶ୍ରୟ ନେଇଥିବା ମଧ୍ୟ ଦେଖିବାକୁ ମିଳିଛି।

ବଡ଼ଧରରଣ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ସୁନାମୀ ଆଲର୍ଟ ଜାରି କରାଯାଇ ନାହିଁ। ସୂଚନା ଅନୁସାରେ, ପୂର୍ବ ଜାଭାର ମଲଙ୍ଗ ସହର ଠାରୁ ୪୫ କିମି ଦୂରରେ ଭୂକମ୍ପର କେନ୍ଦ୍ର ସ୍ଥଳ ରହିଛି। ଏହା ଭୂପୃଷ୍ଠରୁ ୮୨ କିମି ଗଭୀରତାରେ ସୃଷ୍ଟି ହୋଇଥିଲା।

ଏଯାଏ କ୍ଷୟକ୍ଷତିର ସୂଚନା ମିଳି ନଥିଲେ ହେଁ ଲକ୍ଷାଧିକ ଲୋକ ରହୁଥିବା ମଲଙ୍ଗ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ଭୂକମ୍ପ ଝଟକା ବେଶ ଶକ୍ତିଶାଳୀ ଥିଲା ଓ ଦୀର୍ଘ ସମୟ ଧରି ଅନୁଭୂତ ହୋଇଥିଲା। ଝଟକା ବେଳେ ସବୁ କିଛି ଭୁଶୁଡ଼ି ପଡ଼ିବ ବୋଲି ଲାଗୁଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ସବୁ କିଛି ଠିକ ଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୮ରେ ସୁଲାୱେସି ଦ୍ୱୀପପୁଞ୍ଜର ପଲରେ ୭.୫ ତୀବ୍ରତାର ଭୂକମ୍ପ ପରେ ସୁନାମୀ ମାଡ଼ି ଆସିଥିଲା। ଏଥିରେ ପ୍ରାୟ ୪,୩୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୦୪ ମସିହା ଡିସେମ୍ବର ୨୬ରେ ସୁମାତ୍ରା ଉପକୂରେ ଭୟଙ୍କର ୯.୧ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାପରେ ମାଡ଼ି ଆସିଥିବା ସୁନାମୀରେ ଲକ୍ଷେରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

Related story