ଭୟଙ୍କର ବରଫ ଝଡ଼, ୧୯ ମୃତ

ୱାଶିଂଟନ୍‌: ତାଣ୍ଡବ ରଚିଛି ବମ୍ ସାଇକ୍ଲୋନ୍। ଭୟଙ୍କର ବରଫ ଝଡ଼ରେ ଅସ୍ତବ୍ୟସ୍ତ ଆମେରିକା। ପ୍ରବଳ ବରଫପାତ ଓ ଥଣ୍ଡା ଯୋଗୁଁ ଏଠାରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ବରଫ ଝଡ଼ ଲାଗି ଲକ୍ଷାଧିକ ଘରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। ରାସ୍ତାଘାଟ ଚାରିଆଡେ ବରଫର ମୋଟା ଆସ୍ତରଣ ଜମି ରହିଛି। ଲୋକେ ଘରୁ ବାହାରିବା ମୁସକିଲ ହୋଇପଡିଛି। ଫଳରେ ନ୍ୟୁୟର୍କ ସହର ସମେତ ଅଧିକାଂଶ ରାଜ୍ୟରେ ଖ୍ରୀଷ୍ଟମାସ ଉତ୍ସବ ଫିକା ପଡିଛି। ରିପୋର୍ଟ ମୁତାବକ, ଆମେରିକାରରେ ବରଫ […]

frigid-winter-storm

frigid-winter-storm

Madhupriya Mistry
  • Published: Sunday, 25 December 2022
  • Updated: 25 December 2022, 12:24 PM IST

Sports

Latest News

ୱାଶିଂଟନ୍‌: ତାଣ୍ଡବ ରଚିଛି ବମ୍ ସାଇକ୍ଲୋନ୍। ଭୟଙ୍କର ବରଫ ଝଡ଼ରେ ଅସ୍ତବ୍ୟସ୍ତ ଆମେରିକା। ପ୍ରବଳ ବରଫପାତ ଓ ଥଣ୍ଡା ଯୋଗୁଁ ଏଠାରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ବରଫ ଝଡ଼ ଲାଗି ଲକ୍ଷାଧିକ ଘରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। ରାସ୍ତାଘାଟ ଚାରିଆଡେ ବରଫର ମୋଟା ଆସ୍ତରଣ ଜମି ରହିଛି। ଲୋକେ ଘରୁ ବାହାରିବା ମୁସକିଲ ହୋଇପଡିଛି। ଫଳରେ ନ୍ୟୁୟର୍କ ସହର ସମେତ ଅଧିକାଂଶ ରାଜ୍ୟରେ ଖ୍ରୀଷ୍ଟମାସ ଉତ୍ସବ ଫିକା ପଡିଛି।

अधिकारियों ने कार दुर्घटनाओं, पेड़ के गिरने और तूफान के अन्य प्रभावों के लिए मौतों को जिम्मेदार ठहराया है. बफ़ेलो क्षेत्र में कम से कम तीन लोगों की मौत हो गई. (AP/PTI)

ରିପୋର୍ଟ ମୁତାବକ, ଆମେରିକାରରେ ବରଫ ଝଡ ଯୋଗୁଁ ଏଠାରେ ଦ୍ରୁତ ଗତିରେ ତାପମାତ୍ରା ଖସିବରେ ଲାଗିଛି। ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୪୫ ଡିଗ୍ରୀ ଉପରେ ରହିଛି। ଥଣ୍ଡା ପବନ ଓ ତୁଷାରପାତ ଯୋଗୁଁ ନ୍ୟୁୟର୍କରେ ଏମରଜେନ୍ସି ପରିସ୍ଥିତି ଘୋଷଣା କରାଯାଇଛି। ଏଥିସହ ସହରର ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରକୁ ମଧ୍ୟ ବନ୍ଦ କରାଯାଇଛି।

वहीं, दूसरी ओर रोग नियंत्रण और रोकथाम केंद्र (सीडीसी) की ओऱ से जारी अनुमानों के मुताबिक, अमेरिका में इस मौसम में अब तक कम से कम 18 मिलियन लोग बीमार हैं. इसमें से 1 लाख 90 हजार लोग अस्पताल में भर्ती हुए और फ्लू से 12,000 मौतें हुईं. (AP/PTI)

ଅନ୍ୟପଟେ ଦୁର୍ଘଟଣା, ଗଛ ପଡିବା ଓ ସାଇକ୍ଲୋନର ଅନ୍ୟ ପ୍ରଭାବ ଯୋଗୁଁ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ଆମେରିକାର ବଫେଲୋ ଅଞ୍ଚଳରେ ଅତିକମ୍‌ରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ବରଫ ଝଡ଼ ଯୋଗୁଁ ବିଭିନ୍ନ ସ୍ଥାନରେ ଘର ଭାଙ୍ଗିବା ସହ ବିଦ୍ୟୁତ ଖଣ୍ଟ ସବୁ ଉପୁଡି ପଡିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତୁଷାର ଝଡ ବେଳେ ଲୋକଙ୍କୁ ସଚେତନ କରାଇବା ସହ ଘରୁ ନ ବାହାରିବା ପାଇଁ ନିବେଦନ କରିଛନ୍ତି।

तूफान की वजह से अमेरिका भर में हजारों उड़ानें रद्द कर दी गई हैं. छुट्टियों की यात्रा को कम कर दिया गया है. लोगों से घरों में रहने की अपील की जा रही है. (AP/PTI)

ସେଠାକାର ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର ତଥା ସିଡିସିର ସୂଚନା ମୁତାବକ, ଆମରିକାରେ ବର୍ତ୍ତମାନ ସୁଦ୍ଧା ଅତିକମ୍‌ରେ ୧୮ ମିଲିଅନ୍ ଲୋକେ ଅସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ୧ ଲକ୍ଷ ୯୦ ହଜାର ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos