ଟେକ୍ସାସ୍‌ ଫାୟାରିଂ: ଗୁଳିମାଡ଼ର ଦିନକ ପରେ ବନ୍ଧୁକ ସହ ଆଉ ଜଣେ ଛାତ୍ର ଗିରଫ

ୱାଶିଂଟନ୍‌: ଆମେରିକାରେ ଏବେ ଦେଖାଦେଇଛି ବନ୍ଧୁକ ଆତଙ୍କ। ଟେକ୍ସାସ୍ ସ୍କୁଲରେ ବୁଧବାର ମୃତ୍ୟୁର ତାଣ୍ଡବ ପରେ ବି ଥମିବାର ନା ନେଉ ନାହିଁ ଭୟ। ଏହି ଘଟଣାର ଦିନକ ପରେ ସ୍କୁଲ ବାହାରେ ବନ୍ଧୁକ ଧରି ବୁଲୁଥିବା ଆଉ ଜଣେ ଛାତ୍ରକୁ ପୁଲିସ ଗିରଫ କରିଛି। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଦିନକ ପୂର୍ବରୁ ଟେକ୍ସାସ ଓୱାଲ୍ଡେ ସ୍କୁଲରେ ଜଣେ ୧୮ ବର୍ଷୀୟ ଯୁବକର ଗୁଳିମାଡରେ ୧୯ ଛାତ୍ର ପ୍ରାଣ ହରାଇଥିଲେ। […]

texas-shooting

texas-shooting

Madhupriya Mistry
  • Published: Thursday, 26 May 2022
  • Updated: 26 May 2022, 12:07 PM IST

Sports

Latest News

ୱାଶିଂଟନ୍‌: ଆମେରିକାରେ ଏବେ ଦେଖାଦେଇଛି ବନ୍ଧୁକ ଆତଙ୍କ। ଟେକ୍ସାସ୍ ସ୍କୁଲରେ ବୁଧବାର ମୃତ୍ୟୁର ତାଣ୍ଡବ ପରେ ବି ଥମିବାର ନା ନେଉ ନାହିଁ ଭୟ। ଏହି ଘଟଣାର ଦିନକ ପରେ ସ୍କୁଲ ବାହାରେ ବନ୍ଧୁକ ଧରି ବୁଲୁଥିବା ଆଉ ଜଣେ ଛାତ୍ରକୁ ପୁଲିସ ଗିରଫ କରିଛି। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

ଦିନକ ପୂର୍ବରୁ ଟେକ୍ସାସ ଓୱାଲ୍ଡେ ସ୍କୁଲରେ ଜଣେ ୧୮ ବର୍ଷୀୟ ଯୁବକର ଗୁଳିମାଡରେ ୧୯ ଛାତ୍ର ପ୍ରାଣ ହରାଇଥିଲେ। ଏଥିସହ ୩ ଶିକ୍ଷକ ମଧ୍ୟ ଗୁଳିମାଡରେ ଆଖି ବୁଜିଥିଲେ। ଏହି ଘଟଣାକୁ ନେଇ ପୂରା ଦେଶରେ ଶୋକର ଛାୟା ଖେଳିଯାଇଥିଲା। ଏହାପରେ ସେହି ଇଲାକାରୁ ଆଉ ଜଣେ ସନ୍ଦିଗ୍ଧ ଯୁବକକୁ ବନ୍ଧୁକ ସହ ଗିରଫ କରାଯାଇଛି।  ଏହି ଘଟଣା ଏବେ ସାଧାରଣ ଲୋକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରିଚାର୍ଡସନ୍ ପୁଲିସର ସୂଚନା ମୁତାବକ, ମେ' ୨୫ ତାରିଖ ସକାଳ ପାଖାପାଖି ସାଢେ ୧୦ଟା ସମୟରେ ଇଷ୍ଟ ସ୍ପ୍ରିଙ୍ଗ ବେଲି ରୋଡର ୧୫୦୦ ବ୍ଲକରୁ ପୁଲିସକୁ ଏକ ଫୋନ୍‌ ଆସିଥିଲା। ଜଣେ ଛାତ୍ର ଏହି ଅଞ୍ଚଳରେ ରାଇଫଲ ଧରି ଯାଉଥିବାର ପୁଲିସକୁ ସୂଚନା ମିଳିଥିଲା । ଏହାପରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିବା ସହ ଛାତ୍ରକୁ ସ୍କୁଲ ପରିସର ବାହାରୁ ଗିରଫ କରାଯାଇଛି। ଯୁବକ ଜଣକ ବର୍କନର ହାଇ ସ୍କୁଲ ଆଡକୁ ଯାଉଥିବା ଦେଖାଯାଇଥିଲା।

ତେବେ ଗିରଫ ପରେ ଉକ୍ତ ଛାତ୍ର ଜଣକ ନିକଟରୁ କୌଣସି ହତିଆର ଜବତ ହୋଇନଥିଲା। ପୁଲିସ ଟିମ୍‌ ସ୍କଲ୍‌ର ପାର୍କିଂ ପ୍ଲେସ୍‌ରେ ଥିବା ସନ୍ଦିଗ୍ଓର ଗାଡିକୁ ସର୍ଚ୍ଚ କରିବା ବେଳେ ସେଥିରୁ ଏକେ-୪୭ ଷ୍ଟାଇଲ୍‌ର ପିସ୍ତଲ ଏବଂ ଗୋଟିଏ ଏଆର୍‌-୧୫ ଷ୍ଟାଇଲ୍‌ର ରାଇଫଲ ମିଳିଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos