ନଭେମ୍ବରରୁ ୧୮ ମାସ ହେଲା ଲାଗିଥିବା କଟକଣା ପ୍ରତ୍ୟାହାର ହେବ

ସିଡ୍‌ନୀ: ମହାମାରୀ କରୋନା ପାଇଁ ଦୀର୍ଘ ୧୮ ମାସ ହେଲା ଅଷ୍ଟ୍ରେଲିଆ ସରକାର ଅନ୍ତର୍ଜାତୀୟ ସୀମାରେ ଲଗାଇଥିବା ଟ୍ରାଭେଲ ବ୍ୟାନ୍‌କୁ ହଟାଇବାକୁ ଘୋଷଣା କରିଛନ୍ତି। ଆସନ୍ତା ମାସରୁ ଏହି ଟ୍ରାଭେଲ ବ୍ୟାନ୍‌ ପ୍ରତ୍ୟାହାର ହେବ ବୋଲି ଆଜି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏବେ ଅଷ୍ଟ୍ରେଲିଆବାସୀଙ୍କୁ ସେମାନଙ୍କ ଜୀବନ ଫେରାଇ ଦେବାର ସମୟ ଆସିଛି। ଆମେ ଜୀବନ ରକ୍ଷା କରିବାକୁ ସକ୍ଷମ ହୋଇଛୁ। ଆମେ ଜୀବିକାକୁ ମଧ୍ୟ ସୁରକ୍ଷିତ ରଖିଛୁ। କିନ୍ତୁ […]

Aus

Aus

Hemant Lenka
  • Published: Friday, 01 October 2021
  • Updated: 01 October 2021, 04:13 PM IST

ସିଡ୍‌ନୀ: ମହାମାରୀ କରୋନା ପାଇଁ ଦୀର୍ଘ ୧୮ ମାସ ହେଲା ଅଷ୍ଟ୍ରେଲିଆ ସରକାର ଅନ୍ତର୍ଜାତୀୟ ସୀମାରେ ଲଗାଇଥିବା ଟ୍ରାଭେଲ ବ୍ୟାନ୍‌କୁ ହଟାଇବାକୁ ଘୋଷଣା କରିଛନ୍ତି। ଆସନ୍ତା ମାସରୁ ଏହି ଟ୍ରାଭେଲ ବ୍ୟାନ୍‌ ପ୍ରତ୍ୟାହାର ହେବ ବୋଲି ଆଜି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଘୋଷଣା କରିଛନ୍ତି।

ସେ କହିଛନ୍ତି, ଏବେ ଅଷ୍ଟ୍ରେଲିଆବାସୀଙ୍କୁ ସେମାନଙ୍କ ଜୀବନ ଫେରାଇ ଦେବାର ସମୟ ଆସିଛି। ଆମେ ଜୀବନ ରକ୍ଷା କରିବାକୁ ସକ୍ଷମ ହୋଇଛୁ। ଆମେ ଜୀବିକାକୁ ମଧ୍ୟ ସୁରକ୍ଷିତ ରଖିଛୁ। କିନ୍ତୁ ଆମେ ସମସ୍ତେ ମିଳିତ ଭାବେ ପୂର୍ବରୁ ଅଷ୍ଟ୍ରେଲିଆବାସୀ ଧାରଣ କରିଥିବା ଜୀବନ ଶୈଳୀ କେମିତି ଫେରିପାଇବେ, ସେକଥାକୁ ନିଶ୍ଚିତ କରିବାକୁ ପଡ଼ିବ।

ନଭେମ୍ବର ମାସରୁ ଅନ୍ତର୍ଜାତୀୟ ଟ୍ରାଭେଲ ବ୍ୟାନ ଉପରେ ଲାଗିଥିବା କଟକଣା ହଟିବ। କିନ୍ତୁ ହୋମ କ୍ୱାରେଣ୍ଟାଇନ ବ୍ୟବସ୍ଥା ରହିବ। ସେହିପରି ସ୍ଥାନୀୟ ପ୍ରଶାସନ ହିଁ ଏ ସମ୍ପର୍କରେ ସମୟ ନିର୍ଦ୍ଧାରଣ କରିବ। ଏହାର ଅର୍ଥ ଅଷ୍ଟ୍ରେଲିଆ ନାଗରିକ ଓ ଏହାର ସ୍ଥାୟୀ ବାସିନ୍ଦା ସ୍ୱଦେଶ ଫେରି ହୋମ କ୍ୱାରେଣ୍ଟାଇନରେ ରହିପାରିବେ। ସେହିପରି ଲୋକମାନେ ବିଦେଶକୁ ଯାତ୍ରା ମଧ୍ୟ କରିପାରିବେ। ଏହାପରେ ବିଦେଶୀ ନାଗରିକଙ୍କ ପ୍ରବେଶ ପାଇଁ ମଧ୍ୟ ଅନୁମତି ମିଳି ବୋଲି ମୋରିସନ ସଙ୍କେତ ଦେଇଛନ୍ତି।

୨୦୨୦ ମସିହା ମାର୍ଚ୍ଚ ମାସରୁ ଅଷ୍ଟ୍ରେଲିଆ ସରକାର ଅନ୍ତର୍ଜାତୀୟ ସୀମାରେ ବ୍ୟାନ ଲଗାଇଥିଲେ। କେବଳ ସ୍ୱତନ୍ତ୍ର ଅନୁମତିପ୍ରାପ୍ତ ଅଧିକାରୀ ଓ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳୁଥିଲା। ଯେଉଁମାନେ ଅଷ୍ଟ୍ରେଲିଆ ଯାଉଥିଲେ ସେମାନଙ୍କୁ ୧୪ ଦିନ ପାଇଁ ନିଜ ଖର୍ଚ୍ଚରେ ହୋଟେଲରେ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ୁଥିଲା। କୌଣସି ସାଧାରଣ ଲୋକଙ୍କୁ ଅଷ୍ଟ୍ରେଲିଆ ବାହାରକୁ ଯିବାକୁ ଅନୁମତି ଦିଆଯାଉ ନଥିଲା।

ଶୁକ୍ରବାର ଘୋଷଣା ଅନୁଯାୟୀ, ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ଅଷ୍ଟ୍ରେଲିଆ ନାଗରିକମାନେ ଆସନ୍ତା ମାସରୁ ବିଦେଶ ଯାତ୍ରା କରିପାରିବେ। ସେମାନେ ଫେରିବା ପରେ ଘରେ ୭ ଦିନ କ୍ୱାରେଣ୍ଟାଇନରେ ରହିବେ। ଟିକା ନେଇ ନଥିବା ଲୋକମାନେ ସ୍ୱଦେଶ ଫେରିବା ପରେ ୧୪ ଦିନ ହୋଟେଲରେ ସଙ୍ଗରୋଧ ହୋଇ ରହିବା ବାଧ୍ୟତାମୂଳକ ହେବ। ତେବେ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ଏଯାଏ କୌଣସି ନିଷ୍ପତ୍ତି ହୋଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story