କରୋନା କଟକଣା ଭାଙ୍ଗିଥିଲେ, ଏବେ ଜୋରିମାନା ଭରିବେ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ

ଲଣ୍ଡନ: ମହାମାରୀ କରୋନା ପାଇଁ ଦେଶରେ ଲକଡାଉନ ଜାରି କରାଯାଇଥିଲା। ହେଲେ ଖୋଦ୍‌ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନନସ ଓ ଦେଶର ଅର୍ଥମନ୍ତ୍ରୀ ଋଷି ସୁନାକ ନିୟମ ଉଲ୍ଲଙ୍ଘନ କରିଥିଲେ। ଏବେ ଏଥିପାଇଁ ଉଭୟଙ୍କୁ ଜୋରିମାନା ଭରିବାକୁ ପଡ଼ିବ ବୋଲି ଜଣାପଡ଼ିଛି। ଉଭୟ ଲକଡାଉନ ନିୟମ ଭାଙ୍ଗିଥିବା ସ୍ପଷ୍ଟ ହୋଇଥିଲେ ମଧ୍ୟ କେତେ ଟଙ୍କାର ଜୋରିମାନା ଭରିବେ ସେକଥା ଜଣାପଡ଼ିନି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଓ ଅର୍ଥମନ୍ତ୍ରୀ […]

British

British

Hemant Lenka
  • Published: Tuesday, 12 April 2022
  • Updated: 12 April 2022, 08:50 PM IST

Sports

Latest News

ଲଣ୍ଡନ: ମହାମାରୀ କରୋନା ପାଇଁ ଦେଶରେ ଲକଡାଉନ ଜାରି କରାଯାଇଥିଲା। ହେଲେ ଖୋଦ୍‌ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନନସ ଓ ଦେଶର ଅର୍ଥମନ୍ତ୍ରୀ ଋଷି ସୁନାକ ନିୟମ ଉଲ୍ଲଙ୍ଘନ କରିଥିଲେ। ଏବେ ଏଥିପାଇଁ ଉଭୟଙ୍କୁ ଜୋରିମାନା ଭରିବାକୁ ପଡ଼ିବ ବୋଲି ଜଣାପଡ଼ିଛି। ଉଭୟ ଲକଡାଉନ ନିୟମ ଭାଙ୍ଗିଥିବା ସ୍ପଷ୍ଟ ହୋଇଥିଲେ ମଧ୍ୟ କେତେ ଟଙ୍କାର ଜୋରିମାନା ଭରିବେ ସେକଥା ଜଣାପଡ଼ିନି।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଓ ଅର୍ଥମନ୍ତ୍ରୀ ଋଷି ସୁନାକଙ୍କ ପାଖକୁ ମେଟ୍ରୋପଲିଟାନ ପୁଲିସ୍‌ ପକ୍ଷରୁ ନୋଟିସ କରାଯାଇଛି। ଏଥିରେ ପୁଲିସ୍‌ ଉଭୟଙ୍କୁ ଧାର୍ଯ୍ୟ ଜୋରିମାନା ନୋଟିସ ପଠାଇବ ବୋଲି କହିଛି। ତେବେ ଏସମ୍ପର୍କରେ ଏଯାଏ ଅନ୍ୟ କୌଣସି ନୋଟିସ ଆସିନାହିଁ। ନୋଟିସ ଆସିବା ପରେ ଧାର୍ଯ୍ୟ ଜୋରିମାନା ଅର୍ଥ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯିବ ବୋଲି ବିବୃତିରେ କୁହାଯାଇଛି।

କୋଭିଡ -୧୯ର ପ୍ରଥମ ଲକଡାଉନ ଅର୍ଥାତ ୨୦୨୦ ମେ’ ମାସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ୧୦ ଡାଉନ ଷ୍ଟ୍ରିଟରେ ଗୋଟିଏ ମଦ ପାର୍ଟିର ଆୟୋଜନ କରାଯାଇଥିଲା। ସେହିପରି ଜୁନ୍‌ ମାସରେ ଜନସନଙ୍କ ଜନ୍ମଦିନ ପାର୍ଟି ମଧ୍ୟ ଆୟୋଜନ କରାଯାଇଥିଲା। କରୋନା ପାଇଁ ଲକଡାଉନ ଓ ସମବେତ ଉପରେ ରୋକ ଲାଗିଥିବା ବେଳେ କେମିତି ପାର୍ଟି ଆୟୋଜନ କରାଯାଇଥିଲା, ତା’କୁ ନେଇ ପ୍ରଶ୍ନ ଉଠିଛି। ଏହି ଘଟଣାକୁ କେନ୍ଦ୍ର କରି ପୁଲିସ୍‌ ଜନସନ ଓ ସୁନାକଙ୍କ ପାଖରୁ ଜୋରିମାନା ଆଦାୟ କରିବ ବୋଲି ନିଷ୍ପତ୍ତି ନେଇଛି।

ଜାନୁଆରୀ ମାସରେ ହିଁ ଜନସନ ଓ ତାଙ୍କ କ୍ୟାବିନେଟ ସହଯୋଗୀମାନେ ୨୦୨୦ ଓ ୨୦୨୧ ଲକଡାଉନ ବେଳେ ନିୟମ ଭାଙ୍ଗି ୪ଥର ପାର୍ଟି କରିଥିବା ଖବର ମିଳିଥିଲା। ସେହିପରି ମୋଟ ୧୬ଟି ଅଭିଯୋଗ ମଧ୍ୟରୁ ୪ଟି ସତ୍ୟତା ଥିବା ଜଣାପଡ଼ିବା ପରେ  ଏହାକୁ ନେଇ ପୂରା ଦେଶରେ ବିବାଦ ମଧ୍ୟ ଦେଖାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos