ଅଗଷ୍ଟ ୨୧ ଯାଏ ଭାରତରୁ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହର ଓ ଭାଇରସର ଡେଲ୍ଟା ଭାରିଆଣ୍ଟ ମାମଲା ବଢ଼ୁଥିବା ଦେଖି କାନାଡା ସରକାର ପୁଣି କଟକଣା କଡ଼ାକଡ଼ି କରିଛନ୍ତି। କାନାଡା ସରକାର ଭାରତରୁ ଡାଇରେକ୍ଟ ଫ୍ଲାଇଟ୍ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଆଉ ୩୦ ଦିନ ବଢ଼ାଇ ଦେଇଛନ୍ତି। ଅର୍ଥାତ୍ ଅଗଷ୍ଟ ୨୧ ତାରିଖ ଯାଏ ଭାରତରୁ କାନାଡା ବିମାନସେବା ବନ୍ଦ ରହିବ। ହେଲ୍‌ଥ କାନାଡା ଦ୍ୱାରା ଜାରି ବିଜ୍ଞପ୍ତିରେ ଏହାର ସୂଚନା ଦିଆଯାଇଛି । ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ ଜନସ୍ୱାସ୍ଥ୍ୟ […]

canada

canada

Ranjit Kumar Jena
  • Published: Tuesday, 20 July 2021
  • Updated: 20 July 2021, 12:47 PM IST

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହର ଓ ଭାଇରସର ଡେଲ୍ଟା ଭାରିଆଣ୍ଟ ମାମଲା ବଢ଼ୁଥିବା ଦେଖି କାନାଡା ସରକାର ପୁଣି କଟକଣା କଡ଼ାକଡ଼ି କରିଛନ୍ତି। କାନାଡା ସରକାର ଭାରତରୁ ଡାଇରେକ୍ଟ ଫ୍ଲାଇଟ୍ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଆଉ ୩୦ ଦିନ ବଢ଼ାଇ ଦେଇଛନ୍ତି। ଅର୍ଥାତ୍ ଅଗଷ୍ଟ ୨୧ ତାରିଖ ଯାଏ ଭାରତରୁ କାନାଡା ବିମାନସେବା ବନ୍ଦ ରହିବ।

ହେଲ୍‌ଥ କାନାଡା ଦ୍ୱାରା ଜାରି ବିଜ୍ଞପ୍ତିରେ ଏହାର ସୂଚନା ଦିଆଯାଇଛି । ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ ଜନସ୍ୱାସ୍ଥ୍ୟ ପରାମର୍ଶ ଆଧାରରେ ଏହି ପ୍ରତିବନ୍ଧକକୁ ବୃଦ୍ଧି କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। କାନାଡା ପକ୍ଷରୁ ମଧ୍ୟରୁ କୁହାଯାଇଛି ଯେ ଦେଶରେ ଯଦି କରୋନା ମାମଲା ସ୍ଥିତିରେ ସୁଧାର ଆସିବ, ତାହେଲେ ସେପ୍ଟେମ୍ବର ୭ ତାରିଖରୁ ଯାତ୍ରୀଙ୍କ ପାଇଁ ସୀମା ଗୁଡ଼ିକୁ ଖୋଲି ଦିଆଯିବ। ତେବେ ଯେଉଁମାନଙ୍କର ଟିକାକରଣ ସରିଥିବା, ସେହିମାନଙ୍କୁ ହିଁ ଅନୁମତି ମିଳିବ ବୋଲି କାନାଡା ପକ୍ଷରୁ କୁହାଯାଇଛି।

କାନାଡାର ପରିବହନ ମନ୍ତ୍ରୀ ଓମାର୍ ଆଲଘାବ୍ରା କହିଛନ୍ତି, କୋଭିଡ୍-୧୯ରେ ଦେଖା ଦେଇଥିବା ଡେଲ୍ଟା ଭାରିଆଟକୁ ଦୃଷ୍ଟିରେ ରଖି ଭାରତରୁ ବିମାନ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭାରତରେ ଏବେବି ସ୍ଥିତି ଚିନ୍ତାଜନକ ରହିଛି। ତେଣୁ କରୋନା ମାମଲା ନିୟନ୍ତ୍ରଣକୁ ଆସିବା ପରେ ହିଁ ବିମାନ ଚଳାଚଳ ସ୍ୱାଭାବିକ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଏପ୍ରିଲ୍ ୨୨ ତାରିଖରୋ କାନାଡା ପ୍ରଥମଥର ଭାରତରୁ ବିମାନସେବା ଉପରେ ରୋକ୍ ଲଗାଇଥିଲେ। ଯାହା ପରେ ଦେଶର ସ୍ଥିତିକୁ ଦେଖି ଚତୁର୍ଥଥର ପ୍ରତିବନ୍ଧକକୁ ବୃଦ୍ଧି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story