ଛକାପଞ୍ଝା ପରେ ଜେଲରୁ ବାହାରିଲା ବିକିନି କିଲର ଶୋଭରାଜ

କାଠମାଣ୍ଡୁ: ସିରିଏଲ କିଲର ତଥା ବିକିନି କିଲର ଭାବେ ଜଣାଣୁଣା ଚାର୍ଲସ ଶୋଭରାଜ ଶେଷରେ ଜେଲରୁ ବାହାରିଛି। ୨୦୦୩ରୁ କାଠମାଣ୍ଡୁ ଜେଲରେ ରହିଥିବା ଶୋଭରାଜକୁ ବୁଧବାର ନେପାଳ ସୁପ୍ରିମକୋର୍ଟ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରାଥମିକ ଅବସ୍ଥାରେ ଜେଲ କର୍ତ୍ତୃପକ୍ଷ ଏହାକୁ ଶୁଣି ନଥିଲେ। ହେଲେ ଆଜି ସକାଳେ ସେ ଜେଲରୁ ପୁଲିସ୍‌ ଭ୍ୟାନରେ ବାହାରକୁ ଆସିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଫ୍ରାନ୍ସ ନାଗରିକ ଶୋଭରାଜକୁ ପ୍ୟାରିସ ପଠାଯିବ। ଏଥିପାଇଁ ଭିସା ଓ ପାସପୋର୍ଟ କାମ କରାଯାଉଛି। […]

Charles-Sobhraj

Charles-Sobhraj

Hemant Lenka
  • Published: Friday, 23 December 2022
  • Updated: 23 December 2022, 01:11 PM IST

Sports

Latest News

କାଠମାଣ୍ଡୁ: ସିରିଏଲ କିଲର ତଥା ବିକିନି କିଲର ଭାବେ ଜଣାଣୁଣା ଚାର୍ଲସ ଶୋଭରାଜ ଶେଷରେ ଜେଲରୁ ବାହାରିଛି। ୨୦୦୩ରୁ କାଠମାଣ୍ଡୁ ଜେଲରେ ରହିଥିବା ଶୋଭରାଜକୁ ବୁଧବାର ନେପାଳ ସୁପ୍ରିମକୋର୍ଟ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରାଥମିକ ଅବସ୍ଥାରେ ଜେଲ କର୍ତ୍ତୃପକ୍ଷ ଏହାକୁ ଶୁଣି ନଥିଲେ। ହେଲେ ଆଜି ସକାଳେ ସେ ଜେଲରୁ ପୁଲିସ୍‌ ଭ୍ୟାନରେ ବାହାରକୁ ଆସିଥିବା ଦୃଶ୍ୟ ସାମ୍ନାକୁ ଆସିଛି।

ଫ୍ରାନ୍ସ ନାଗରିକ ଶୋଭରାଜକୁ ପ୍ୟାରିସ ପଠାଯିବ। ଏଥିପାଇଁ ଭିସା ଓ ପାସପୋର୍ଟ କାମ କରାଯାଉଛି। ବର୍ତ୍ତମାନ ସେ ଇମିଗ୍ରେସନ ଅଟକ କେନ୍ଦ୍ରରେ ରହିବ। ସେଠାରୁ କାଗଜପତ୍ର କାମ ଶେଷ ହେବା ପରେ ତାକୁ ଫ୍ରାନ୍ସ ପଠାଯିବ। ବିକିନି କିଲର ଭାବେ ଜଣାଶୁଣା ୭୮ ବର୍ଷୀୟ ଶୋଭରାଜ ୧୯୭୫ ମସିହାର ଡବଲ ହତ୍ୟା ମାମଲାରେ ୨୦୦୩ରେ ଗିରଫ ହୋଇଥିଲା।

ନେପାଳ ପୁଲିସ ତା’କୁ ଆମେରିକୀୟ ମହିଳା କୋନି ଜୋ ବ୍ରୋନଚିଞ୍ଚ ଓ ତାଙ୍କ ବନ୍ଧୁଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିଥିଲା।  କିନ୍ତୁ ଶୋଭରାଜ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା। ତା’ ବିରୋଧରେ କୌଣସି ପ୍ରମାଣ ନାହିଁ। କେବଳ ଅନୁମାନ କରି ତାକୁ ଦୋଷୀ ସାବ୍ୟସ୍ତ କରାଯାଉଥିବା ଶୋଭରାଜଙ୍କ ଓକିଲ ଯୁକ୍ତି ଦର୍ଶାଇ ଥିଲେ।

ଏହାର କିଛି ବର୍ଷ ପରେ କୋନିଙ୍କ କାନାଡା ବନ୍ଧୁ ଲରେଣ୍ଟ କେରିଙ୍କ ହତ୍ୟା ମାମଲାରେ ବି ଶୋଭରାଜ ବିରୋଧରେ ଦୋଷ ପ୍ରମାଣିତ ହୋଇଥିଲା। ଏକଦା ଭାରତରେ ମଧ୍ୟ ଶୋଭରାଜ ତା’ର ଆତଙ୍କ ରାଜ ଚଳାଇ ଗିରଫ ହୋଇଥିଲା।

ବିକିନି କିଲର ଶୋଭରାଜର ବାପା ଭାରତୀୟ ହୋଇଥିବା ବେଳେ ମା’ ଭିଏତାନାମର। ଶୋଭରାଜ ଫ୍ରାନ୍ସ ନାଗରିକ। ୭୦ ଓ ୮୦ ଦଶକରେ ସେ ୨୦ରୁ ଅଧିକ ହତ୍ୟା, ଚୋରି, ଲୁଟ ଭଳି ସାଂଘାତିକ ମାମଲାରେ ସାମିଲ ଥିଲା।
କେବଳ ଗୋଟିଏ ଦେଶରେ ତା’ର ଅପରାଧିକ ସାମ୍ରାଜ୍ୟ ସୀମିତ ନଥିଲା। ସେ ଏସିଆ ମହାଦେଶର ବିଭିନ୍ନ ଦେଶ ସମେତ ୟୁରୋପ ଓ ଆମେରିକାର ନିଜର ଅପରାଧ ଦୁନିଆକୁ ଗଢ଼ିଥିଲା। କେଉଁ ଦେଶରେ ସେ ବିକିନି କିଲର୍ ତ ଆଉ କେଉଁଠି ସର୍ପେଣ୍ଟ ଭାବେ ଜଣାଶୁଣା ଥିଲା କୁଖ୍ୟାତ ଅପରାଧୀ ଶୋଭରାଜ।

ଏହି ଚତୁର ଅପରାଧୀ ଥାଇଲ୍ୟାଣ୍ଡରେ ବିକିନି କିଲର୍ ନାଁରେ ପରିଚିତ ଥିଲା। ଶୋଭରାଜ ୭୦ ଦଶକରେ ବିଦେଶ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣସ୍ଥଳ ପଟାୟାରେ ୬ ଜଣ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସମୁଦ୍ରକୂଳକୁ ମଉଜ କରିବାକୁ ଆସୁଥିବା ଏହି ମହିଳାମାନଙ୍କୁ ଡ୍ରଗ୍ସ ଦେବା ପରେ ସେମାନଙ୍କୁ ହତ୍ୟା କରିଥିଲା ଶୋଭରାଜ।

ତେବେ ଏସବୁ ଅପରାଧ ଲାଗି ଆଇନ୍ ଜାଲରେ ଫସିବା ପୂର୍ବରୁ ସେ ଭାରତରେ ସଜା କାଟୁଥିଲା। ଛଳନା କରି ମହିଳାଙ୍କୁ ଅତି ଚତୁରତାର ସହ ଠକି ପାରୁଥିବା ଓ ବାରମ୍ବାର ଜେଲ ଭାଙ୍ଗି ଖସିଯିବାରେ ସଫଳ ହୋଇଥିବାରୁ ସେ ସର୍ପେଣ୍ଟ ନାଁରେ ମଧ୍ୟ ପରିଚିତ।

୧୯୭୦ରେ ସେ ପ୍ରଥମେ ଭାରତ ଚାଲି ଆସିଥିଲା। ମୁମ୍ବାଇରେ ପହଞ୍ଚିବା କ୍ଷଣି ସେ ସ୍ମଗଲିଂ ଓ କାର୍ ଚୋରି ଭଳି ଧନ୍ଦା ଆରମ୍ଭ କରିଥିଲା। ୧୯୭୩ରେ ଅଶୋକା ହୋଟେଲରେ ଥିବା ଏକ ଅଳଙ୍କାର ଦୋକାନରୁ ଲୁଟ୍ ଅଭିଯୋଗରେ ତାକୁ ପ୍ରଥମ ଜେଲ୍ ହୋଇଥିଲା। ତେବେ ଅସୁସ୍ଥ ଥିବା ବାହାନା କରି ସେ ଜେଲରୁ ଖସି ଯାଇଥିଲା। ମାତ୍ର ମୁମ୍ବାଇ ପୁଲିସ ତାକୁ ପୁଣି ଗିରଫ କରିଥିଲା। ଏହା ପରେ ନିଜ ବାପାଙ୍କ ସହାୟତାରେ ସେ ଜାମିନ ପାଇଥିଲା ଓ ଆଫଗାନିସ୍ତାନ,ନେପାଳ ଇରାନ, ତୁର୍କୀ ଓ ଗ୍ରୀସ ଭଳି ଦେଶରେ ବୁଲିବା ସହ ଏକାଧିକ ଅପରାଧ ଘଟାଇଥିଲା। ୧୯୭୬ରେ ସେ ପୁଣି ଭାରତ ପଲାଇ ଆସିଥିଲା।

ଫ୍ରାନ୍ସରୁ ଆସିଥିବା ଗୋଟିଏ ଛାତ୍ରଦଳକୁ ଡ୍ରଗ୍ସ ଦେଇ ସେ ଲୁଟିବା ଯୋଜନା କରୁଥିବା ବେଳେ ଏହା ଭଣ୍ଡୁର ହୋଇଯାଇଥିଲା। ଏହି ଘଟଣା ପରେ ସେ ଭାରତରେ ଘଟାଇଥିବା ଅନେକ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଥିଲା। ୧୯୮୬ ଯାଏ ତିହାର ଜେଲରେ ଥିଲା ଚାର୍ଲସ୍ ଶୋଭରାଜ। ଏହାପରେ ତା’ର ଥାଇଲ୍ୟାଣ୍ଡ ଅପରାଧର ବିଚାର ଆରମ୍ଭ ହୋଇଥାଆନ୍ତା। ମାତ୍ର ଜନ୍ମଦିନ ପାର୍ଟି ଆଳରେ ଜେଲ୍ କର୍ମଚାରୀଙ୍କୁ ନିଶା ଔଷଧ ମିଶା ଲଡୁ ଖୁଆଇ ଅତି ଚତୁରତାର ସହ ଖସି ଯାଇଥିଲା।

ତେବେ ମୁମ୍ବାଇ ପୁଲିସ ଇନସ୍ପେକଟର ମଧୁକର ଜେଣ୍ଡେ ତା’କୁ ଗୋଆରୁ ଗିରଫ କରିଥିଲେ। ଏହାପରେ ଶୋଭରାଜର ଜେଲ ଦଣ୍ଡାଦେଶକୁ ଆଉ ୧୦ ବର୍ଷ ବଢାଯାଇଥିଲା। ୧୯୯୭ରେ ଭାରତୀୟ ଜେଲରୁ ମୁକୁଳିବା ବେଳକୁ ତା’କୁ ୫୨ ବର୍ଷ ହୋଇସାରିଥିଲେ। ଭାରତ ସରକାର ତା‘କୁ ଫ୍ରାନ୍ସ ପଠାଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story