୩.୫ ମିଲିୟନ ଲୋକଙ୍କୁ ଲକଡାଉନ କଲା ଚାଇନା

ବେଜିଂ: ତିନି ଦିନ ମଧ୍ୟରେ ମାତ୍ର ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ସୋମବାର ଚାଇନା ଭିଏତନାମ ସୀମାନ୍ତରେ ଥିବା ଗୋଟିଏ ସହରରେ ଲକଡଡାନ ଜାରି କରିଛି। ଏହି ସହରରେ ମୋଟ ୩.୫ ମିଲିୟନ ଲୋକ ରହୁଛନ୍ତି। ଲକଡାଉନ ଯୋଗୁ ସେମାନଙ୍କୁ ଘରେ ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚାଇନା ବିଶ୍ୱର ଏକମାତ୍ର ଦେଶ ଯିଏ କରୋନା ବିରୋଧରେ ଶୂନ ସହନଶୀଳତା ନୀତି ଆପଣାଉଥିବା କହୁଛି। ସେହିପରି ଏବେ ଚାଇନାରେ ୱିଣ୍ଟର ଅଲିମ୍ପିକ୍ସ ମଧ୍ୟ ଆରମ୍ଭ […]

china

Hemant Lenka
  • Published: Monday, 07 February 2022
  • , Updated: 07 February 2022, 03:59 PM IST

ବେଜିଂ: ତିନି ଦିନ ମଧ୍ୟରେ ମାତ୍ର ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ସୋମବାର ଚାଇନା ଭିଏତନାମ ସୀମାନ୍ତରେ ଥିବା ଗୋଟିଏ ସହରରେ ଲକଡଡାନ ଜାରି କରିଛି। ଏହି ସହରରେ ମୋଟ ୩.୫ ମିଲିୟନ ଲୋକ ରହୁଛନ୍ତି। ଲକଡାଉନ ଯୋଗୁ ସେମାନଙ୍କୁ ଘରେ ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଚାଇନା ବିଶ୍ୱର ଏକମାତ୍ର ଦେଶ ଯିଏ କରୋନା ବିରୋଧରେ ଶୂନ ସହନଶୀଳତା ନୀତି ଆପଣାଉଥିବା କହୁଛି। ସେହିପରି ଏବେ ଚାଇନାରେ ୱିଣ୍ଟର ଅଲିମ୍ପିକ୍ସ ମଧ୍ୟ ଆରମ୍ଭ ମଧ୍ୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ବଢ଼ିବା ପ୍ରତି ବେଜିଂ ଅଧିକ ସତର୍କତା ଅବଲମ୍ବନ କରୁଛି।

ରବିବାର ଗୁଆଙ୍ଗସିର ବାଇସେ ସହରରେ ସୋମବାର ଠାରୁ ଲକଡାଉନ ଆରମ୍ଭ ହେବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା। ପ୍ରଶାସନର ଘୋଷଣା ଅନୁଯାୟୀ, କେହି ବି ବିନା ଅନୁମତିରେ ସହର ବାହାରକୁ ଯାଇ ପାରିବେ ନାହିଁ। ସେହିପରି ଏଠାରେ ରହୁଥିବା ଲୋକଙ୍କୁ ଘରେ ମଧ୍ୟରେ ରହିବାକୁ କୁହାଯାଇଛି।

ପୂରା ସହରରେ ନାକାବନ୍ଦୀ କରାଯିବା ସହ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଲକଡାଉନ ଲାଗୁ କରାଯାଇଥିବାରୁ ସହର ଭିତରକୁ କିମ୍ବା ସହର ବାହାରକୁ କୌଣସି ଗାଡ଼ି ମୋଟର ଯାତାୟାତ କରିପାରିବ ନାହିଁ। ଲୋକମାନେ ଅଯଥା କାମରେ ବାହାରକୁ ବାହାରି ପାରିବେ ନାହିଁ। ଟେଷ୍ଟିଂକୁ ଜୋରଦାର କରାଯିବ ବୋଲି ଉପ ମେୟର ଗୁ ଜୁନୟାନ ସୂଚନା ଦେଇଛନ୍ତି।

ଭିଏତନାମର ସୀମାନ୍ତରୁ ୧୦୦ କିମି ଦୂରରେ ବାଇସେ ସହର ରହିଛି। ଏଠାରେ ଶୁକ୍ରବାର ଦିନ ପ୍ରଥମ ସ୍ଥାନୀୟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଲୁନାର ନୂଆ ବର୍ଷ ପାଇଁ ଏଠାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହି କାରଣରୁ ପୂରା ସହରରେ କରୋନା ଟେଷ୍ଟିଂ ଆରମ୍ଭ ହୋଇଛି। ଏହି ସମୟରେ ୩ ଦିନ ଭିତରେ ୭୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିପାଇଁ ସୋମବାର ଠାରୁ ଲକଡାଉନ ଲାଗୁ କରାଯାଇଛି।

ଦୁଇ ବର୍ଷ ତଳେ ଚାଇନାର ଉହାନରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏହାପରେ ସାରା ବିଶ୍ୱକୁ ଏହା ବ୍ୟାପିଥିଲା। ଚାଇନା ସେବେଠାରୁ ଲକଡାଉନ, ଟେଷ୍ଟିଂ ଓ ସୀମା ବନ୍ଦ କରି ଏହାର ମୁକାବିଲା କରିବାରେ ଲାଗିଛି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ମାତ୍ରେ ଏହାକୁ ତୁରନ୍ତ ଠାବ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ମଧ୍ୟ ବେଜିଂ ଆପଣାଇବାର ନିଜର ରହିଛି।

Related story