ଚିହ୍ନଟ ହେଲେ ୩ କରୋନା ଆକ୍ରାନ୍ତ, ୧.୧୭ ମିଲିୟନ ଲୋକ ଲକଡାଉନ

ବେଜିଂ: ପୁଣିଥରେ ଚାଇନାକୁ ଫେରିଛି ଲକଡାଉନ। ମାତ୍ର ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚାଇନାର ୧.୧୭ ମିଲିୟନ ଜନସଂଖ୍ୟା ବିଶିଷ୍ଟ ୟୁଝୌ ସହରରେ ସଂପୂର୍ଣ୍ଣ ଲକଡାଉନ ଲାଗୁ କରାଯାଇଛି। ଏହି ୩ କରୋନା ଆକ୍ରାନ୍ତଙ୍କର କୌଣସି ଲକ୍ଷଣ ଦେଖାଯାଇ ନଥିଲା। ତଥାପି ଟେଷ୍ଟ ବେଳେ ରିପୋର୍ଟ ପଜିଟିଭ ଆସିବାରୁ ଚାଇନା ସରକାର ଏପରି ପଦକ୍ଷେପ ନେଇଛନ୍ତି। ଦେଶରୁ କରୋନା ଭାଇରସ ଠାବ ହେବା ଦିନ ଠାରୁ ଚାଇନା ଶୂନ କୋଭିଡ ନୀତି ଆପଣାଇବାରେ […]

Corona1

Corona1

Hemant Lenka
  • Published: Tuesday, 04 January 2022
  • Updated: 04 January 2022, 11:52 AM IST

ବେଜିଂ: ପୁଣିଥରେ ଚାଇନାକୁ ଫେରିଛି ଲକଡାଉନ। ମାତ୍ର ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚାଇନାର ୧.୧୭ ମିଲିୟନ ଜନସଂଖ୍ୟା ବିଶିଷ୍ଟ ୟୁଝୌ ସହରରେ ସଂପୂର୍ଣ୍ଣ ଲକଡାଉନ ଲାଗୁ କରାଯାଇଛି। ଏହି ୩ କରୋନା ଆକ୍ରାନ୍ତଙ୍କର କୌଣସି ଲକ୍ଷଣ ଦେଖାଯାଇ ନଥିଲା।

ତଥାପି ଟେଷ୍ଟ ବେଳେ ରିପୋର୍ଟ ପଜିଟିଭ ଆସିବାରୁ ଚାଇନା ସରକାର ଏପରି ପଦକ୍ଷେପ ନେଇଛନ୍ତି। ଦେଶରୁ କରୋନା ଭାଇରସ ଠାବ ହେବା ଦିନ ଠାରୁ ଚାଇନା ଶୂନ କୋଭିଡ ନୀତି ଆପଣାଇବାରେ ଲାଗିଛି। ସୀମାକୁ ସିଲ୍‌ କରିବା ସହ ବିଭିନ୍ନ ସହରରେ ଲକଡାଉନ ଭଳି କଡ଼ା କଟକଣା ଲାଗୁ କରାଯାଉଛି।

ଆଗକୁ ଚାଇନାରେ ଶୀତ କାଳୀନ ଅଲିମ୍ପିକ୍ସ ଅନୁଷ୍ଠିତ ହେବ। ଏହାପୂର୍ବରୁ ଚାଇନାରେ ସଂକ୍ରମଣ ବଢ଼ୁଛି। ଚାଇନା ପ୍ରକୃତ ତଥ୍ୟ ସାର୍ବଜନୀନ କରୁ ନଥିବାରୁ ଏକାଧିକ ରାଷ୍ଟ୍ର ବେଜିଂକୁ ଯାଇ ଅଲିମ୍ପିକ୍ସରେ ଭାଗ ନେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏସବୁ ଭିତରେ ଚାଇନା ସରକାର ମଧ୍ୟ ଚାପରେ ରହିଛନ୍ତି। ତେଣୁ ସଂକ୍ରମଣ ଉପରେ ବ୍ରେକ ଲଗାଇବାକୁ ଲକଡାଉନ ଭଳି ପଦକ୍ଷେପ ନେଇଛନ୍ତି।

ହେନାନ ପ୍ରଦେଶ ଅନ୍ତର୍ଗତ ୟୁଝୌ ସହରର ମୋଟ ଜନସଂଖ୍ୟା ହେଲା ୧.୧୭ ମିଲିୟନ। ଏଠାରେ ୩ ଜଣ ସ୍ଥାନୀୟ କରୋନା ସଂକ୍ରମିତ ଚିହ୍ନଟ ହେବାରୁ ସମଗ୍ର ସହରରେ ସୋମବାର ରାତିରୁ ଲକଡାଉନ ଲାଗୁ କରାଯାଇଛି। ଏହାର ଅର୍ଥ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କେହି ବି ଘରୁ ବାହାରି ପାରିବେ ନାହିଁ। କେବଳ ଜରୁରୀ ସାମଗ୍ରୀ ପାଇଁ ଗୋଟିଏ ଘରୁ ଜଣେ ବ୍ୟକ୍ତି ଦିନେ ଛଡ଼ା ଦିନେ ବାହାରକୁ ଆସିପାରିବେ। ଏଥସହ ସହରରେ ରହୁଥିବା ସବୁ ଲୋକଙ୍କର କରୋନା ଟେଷ୍ଟ ମଧ୍ୟ କରାଯିବ।

ପୂର୍ବରୁ ସହରରେ ସଂକ୍ରମଣକୁ ଦୃଷ୍ଟିରେ ରଖି ବସ୍‌ ଓ ଟ୍ୟାକ୍ସି ଚଳାଚଳ ଉପରେ କଟକଣା ଲଗା ଯାଇଥିଲା। ଶପିଂ ମଲ, ମ୍ୟୁଜିୟମ ଓ ପର୍ଯ୍ୟଟନସ୍ଥଳ ଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଥିଲା। ଏବେ ଲକଡାଉନ ଲାଗୁ କରି ଚାଇନା ସରକାର ଲୋକଙ୍କୁ ଘର ମଧ୍ୟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର ଚାଇନାରେ ୧୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ହେନାନ ପ୍ରଦେଶରୁ ୫ ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ ନିଙ୍ଗବୋ ଠାରେ ଥିବା ଗୋଟିଏ ଗାରମେଣ୍ଟ ଫ୍ୟାକ୍ଟ୍ରୀରୁ ୮ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଦୁଇ ସପ୍ତାହ ହେଲା କଠୋର ଲକଡାଉନ ମଧ୍ୟରେ ଥିବା ଜିଆନ ପ୍ରଦେଶରୁ ୯୫ ଜଣ ଆକ୍ରାନ୍ତ ସାମ୍ନାକୁ ଆସିଛନ୍ତି।

ଏଠାରେ ରହୁଥିବା ୧୩ ମିଲିୟନ ଲୋକ ଘର ଭିତରେ ରହିଛନ୍ତି। ଡିସେମ୍ବର ୯ ତାରିଖରୁ ଇତି ମଧ୍ୟରେ ଜିଆନରୁ ୧୬ ଶହ ଆକ୍ରାନ୍ତ ଚିହ୍ନଟ ହେଲେଣି। ତେବେ ଗତ ସପ୍ତାହ ତୁଳନାରେ ଏବେ ସେଠାରେ ସଂକ୍ରମଣ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ଯଦି କୌଣସି ପ୍ରଶାସନିକ ଅଧିକାରୀ ସଂକ୍ରମଣ ରୋକିବାରେ ବିଫଳ ହେଉଛନ୍ତି, ତା’ହେଲେ ସେମାନଙ୍କୁ ପଦରୁ ବିଦା କରାଯାଉଛି କିମ୍ବା ଦଣ୍ଡିତ କରାଯାଉଛି। ନିକଟରେ ଜିଆନ ପ୍ରଦେଶର ୨ ଜଣ ଅଧିକାରୀଙ୍କୁ ସଂକ୍ରମଣ ରୋକିବାରେ ବିଫଳ ହେବା କାରଣରୁ ବିଦା ହେବାକୁ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story