ଚାଇନା ଭରସାରେ ତାଲିବାନ!

ବେଜିଂ: ୨୦ ବର୍ଷରେ ଆଫଗାନିସ୍ତାନର ତାଲିବାନ ଶାସନ ଫେରିଛି। ଚାଇନା ପ୍ରଥମ ଦେଶ ଭାବେ ତାଲିବାନକୁ ସ୍ୱୀକୃତି ଦେଇଛି। ଚାଇନା ବ୍ୟବୀତ ରୁଷ ଓ ପାକିସ୍ତାନ ମଧ୍ୟ ଆଫଗାନିସ୍ତାନରେ ନୂଆ ତାଲିବାନ ଶାସନକୁ ନେଇ ନିୟମିତ ଯୋଗାଯୋଗ ରଖିଛନ୍ତି। ତାଲିବାନ ଶୁକ୍ରବାର ଆଫଗାନିସ୍ତାନରେ ସରକାର ଗଠନ କରିବାକୁ ଯାଉଛି। ଏହାରି ଭିତରେ ତାଲିବାନ ସ୍ପଷ୍ଟ କରିଦେଇଛି ଯେ ସେମାନେ ଫଣ୍ଡ ପାଇଁ ଚାଇନା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। କାରଣ ଚାଇନା ହିଁ ସେମାନଙ୍କର ସବୁଠାରୁ ଭରସାଯୋଗ୍ୟ ସହଯୋଗୀ। […]

taliban

taliban

Ranjit Kumar Jena
  • Published: Friday, 03 September 2021
  • Updated: 03 September 2021, 06:03 PM IST

Sports

Latest News

ବେଜିଂ: ୨୦ ବର୍ଷରେ ଆଫଗାନିସ୍ତାନର ତାଲିବାନ ଶାସନ ଫେରିଛି। ଚାଇନା ପ୍ରଥମ ଦେଶ ଭାବେ ତାଲିବାନକୁ ସ୍ୱୀକୃତି ଦେଇଛି। ଚାଇନା ବ୍ୟବୀତ ରୁଷ ଓ ପାକିସ୍ତାନ ମଧ୍ୟ ଆଫଗାନିସ୍ତାନରେ ନୂଆ ତାଲିବାନ ଶାସନକୁ ନେଇ ନିୟମିତ ଯୋଗାଯୋଗ ରଖିଛନ୍ତି। ତାଲିବାନ ଶୁକ୍ରବାର ଆଫଗାନିସ୍ତାନରେ ସରକାର ଗଠନ କରିବାକୁ ଯାଉଛି। ଏହାରି ଭିତରେ ତାଲିବାନ ସ୍ପଷ୍ଟ କରିଦେଇଛି ଯେ ସେମାନେ ଫଣ୍ଡ ପାଇଁ ଚାଇନା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। କାରଣ ଚାଇନା ହିଁ ସେମାନଙ୍କର ସବୁଠାରୁ ଭରସାଯୋଗ୍ୟ ସହଯୋଗୀ। ତେବେ ଏହି ପ୍ରଶ୍ନ ଉଠୁଛି ଚାଇନା କାହିଁକି ତାଲିବାନର ସହାୟତା କରୁଛି? ଏହା ବଦଳରେ ଚାଇନାକୁ କ'ଣ ଦରକାର?

ଆଫଗାନିସ୍ତାନରେ ତାଲିବାନ ଶାସନର ମୁଖିଆ ହେବାକୁ ଯାଉଥିବା ମୁଲ୍ଲା ଅବଦୁଲ୍ ଗନି ବରାଦର କିଛି ଦିନ ତଳେ ବେଜିଂ ଗସ୍ତ କରିଥିଲେ। ଏହି ଗସ୍ତରେ ସେ ଚାଇନାର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ଏହି ଗସ୍ତରୁ ଏବେ ଚିତ୍ର ସ୍ପଷ୍ଟ ହୋଇଯାଇଛି। ବିଶେଷଜ୍ଞଙ୍କ ମତରେ ଆଫଗାନିସ୍ତାନରେ ୩ ଟ୍ରିଲିୟନ୍ ଡଲାର୍ (ପାଖାପାଖି ୨୦୦ ଲକ୍ଷ କୋଟି ଟଙ୍କା)ର ଖଣିଜ ସମ୍ପଦ ରହିଛି। ଏହା ଉପରେ ଚାଇନାର ନଜର ରହିଛି। ଏଥିପାଇଁ ସେମାନେ ତାଲିବାନର ସହାୟତା କରୁଛନ୍ତି।

ଚାଇନାର କହିବା ଅନୁଯାୟୀ, ସେମାନେ ତାଲିବାନ ସହ ବନ୍ଧୁତା କରିବାକୁ ଚାହାନ୍ତି, ଯାହାଦ୍ୱାରା ଜିନଜିଆଙ୍ଗ୍ ପ୍ରାନ୍ତରେ ଆତଙ୍କୀ ସଂଗଠନର ଗତିବିଧିକୁ ରୋକାଯାଇପାରିବ। ବରାଦରଙ୍କ ସହ ହୋଇଥିବା ସେହି ବୈଠକରେ ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଆତଙ୍କୀ ପ୍ରସଙ୍ଗ ଉଠାଇଥିଲେ। ୱାଙ୍ଗ ୟି କହିଥିଲେ ଯେ ତାଲିବାନକୁ ଇଟିଆଇଏମ୍ ସହ ସମସ୍ତ ସମ୍ପର୍କ ତୁଟାଇବାକୁ ପଡ଼ିବ। ଏହି ସଂଗଠନ ଚାଇନାର ଜାତୀୟ ସୁରକ୍ଷା ଓ ଆଞ୍ଚଳିକ ଅଖଣ୍ଡତା ପ୍ରତ୍ୟକ୍ଷ ବିପଦ।

ଚାଇନା ତା'ର ଷ୍ଟ୍ରାଟେଜିକ୍ ବେଲ୍ଟ-ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ) ପାଇଁ ମଧ୍ୟ ଆଫଗାନିସ୍ତାନର ସହାୟତା ଚାହେଁ। ଚାଇନା ବିଆରଆଇକୁ ପେଶାୱରରୁ କାବୁଲ ସହ ସଂଯୋଗ କରିବାକୁ ଚାହୁଁଛି। ଏହି ରୋଡକୁ ନିର୍ମାଣ ପାଇଁ ପୂର୍ବରୁ ଆଲୋଚନା ହୋଇସାରିଛି। ଯଦି ରୋଡ୍ ନିର୍ମାଣ ହୋଇଯିବ, ତାହେଲେ ମିଡଲ୍ ଇଷ୍ଟ ପାଇଁ ଚାଇନାର ସାମଗ୍ରୀକୁ ପହଞ୍ଚାଇବା ସହଜ ହୋଇଯିବ। ଏହା ଅଧିକ ସୁବିଧାଜନକ ଓ ଫାଷ୍ଟ ଡେଲିଭରୀ ପାଇଁ ଉପଯୋଗୀ ହେବ। ଯଦି ନୂଆ ରାସ୍ତା କାବୁଲରୁ ନିର୍ମାଣ ହୁଏ, ତାହେଲେ ବିଆରଆଇ ସହ ଯୋଗଦେବା ପାଇଁ ଭାରତ ଉପରେ ନିର୍ଭରଶୀଳତା ବହୁତ କମିଯିବ।  ବିଆରଆଇରେ ଯୋଗ ଦେବା ପାଇଁ ଚାଇନା ଦୀର୍ଘ ଦିନ ଧରି ଭାରତକୁ ଅନୁରୋଧ କରିଆସୁଛି। କିନ୍ତୁ ଭାରତ ଏହାର ପ୍ରତ୍ୟାଖାନ କରିଆସିଛି।

ନିକଟରେ ତାଲିବାନର ମୁଖପାତ୍ର ସୁହେଲ୍ ଶାହୀନ ଟ୍ୱିଟ୍ କରି କହିଛନ୍ତି, କତାରର ରାଜଧାନୀ ଦୋହାରେ ଇସଲାମିକ ୟୁନିଟର ସଦସ୍ୟ ଅବଦୁଲ ସଲାମ ହନଫି ଚାଇନାର ଉପବୈଦେଶିକ ମନ୍ତ୍ରୀ ଉ ଜିଆଙ୍ଗହାଓଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ଚାଇନା ତରଫରୁ ତାଲିବାନ ସରକାରଙ୍କୁ ଫଣ୍ଡିଂ କରିବା ପାଇଁ ଭରସା ଦିଆଯାଇଥିବା ଶାହୀନ କହିଛନ୍ତି। ଶାହୀନ୍ ଆହୁରି କହିଛନ୍ତି, ଚାଇନାର ଉପବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ କାବୁଲରେ ସେମାନଙ୍କର ଦୂତାବାସକୁ ଜାରି ରଖିବେ ଏବଂ ତାଲିବାନ ସହ ସମ୍ପର୍କକୁ ଆହୁରି ମଜଭୁତ୍ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story