ସାଙ୍ଘାଇ ସ୍ଥିତି ସଙ୍ଗୀନ, ଭୟରେ ଦେଶ ଛାଡୁଛନ୍ତି ଲୋକେ

ବେଜିଂ: ଚୀନ୍‌କୁ କଲବଲ କଲାଣି ମହାମାରୀ କରୋନା। କରୋନା ଯୋଗୁଁ ଚୀନ୍‌ର ଆର୍ଥିକ ରାଜଧାନୀ କୁହାଯାଉଥିବା ସାଙ୍ଘାଇ ଅଧିକ ପ୍ରଭାବିତ ହୋଇଛି। ବିଗିଡିବାକୁ ଲାଗିଲାଣି ଏଠାକାର ସ୍ଥିତି। ଏଠାରେ କରୋନା ସଂକ୍ରମଣ ମାମଲା ବେକାବୁ ହୋଇପଡିଛି। ଏଥିଯୋଗୁଁ ଏଠାରେ ହାହାକାର ପିରସ୍ଥିତି ସୃଷ୍ଟି ହୋଇଛି। ସଂକ୍ରମଣ ରୋକିବା ପାଇଁ ସରକାର ଏଠାରେ କଡା ଲକଡାଉନ୍‌ ମଧ୍ୟ ଲଗାଇଛନ୍ତି। ଦେଶରେ ଦୈନିକ ସଂକ୍ରମଣ ଯେତିକି ଚିହ୍ନଟ ହେଉଛନ୍ତି ସେଥିମଧ୍ୟରୁ ଅଧିକାଂଶ ଆକ୍ରାନ୍ତ ସାଂଘାଇରୁ ଚିହ୍ନଟ ହେଉଛନ୍ତି । ଦେଶରେ […]

shanghai corona

shanghai corona

Madhupriya Mistry
  • Published: Friday, 29 April 2022
  • Updated: 29 April 2022, 04:42 PM IST

Sports

Latest News

ବେଜିଂ: ଚୀନ୍‌କୁ କଲବଲ କଲାଣି ମହାମାରୀ କରୋନା। କରୋନା ଯୋଗୁଁ ଚୀନ୍‌ର ଆର୍ଥିକ ରାଜଧାନୀ କୁହାଯାଉଥିବା ସାଙ୍ଘାଇ ଅଧିକ ପ୍ରଭାବିତ ହୋଇଛି। ବିଗିଡିବାକୁ ଲାଗିଲାଣି ଏଠାକାର ସ୍ଥିତି। ଏଠାରେ କରୋନା ସଂକ୍ରମଣ ମାମଲା ବେକାବୁ ହୋଇପଡିଛି। ଏଥିଯୋଗୁଁ ଏଠାରେ ହାହାକାର ପିରସ୍ଥିତି ସୃଷ୍ଟି ହୋଇଛି। ସଂକ୍ରମଣ ରୋକିବା ପାଇଁ ସରକାର ଏଠାରେ କଡା ଲକଡାଉନ୍‌ ମଧ୍ୟ ଲଗାଇଛନ୍ତି।

ଦେଶରେ ଦୈନିକ ସଂକ୍ରମଣ ଯେତିକି ଚିହ୍ନଟ ହେଉଛନ୍ତି ସେଥିମଧ୍ୟରୁ ଅଧିକାଂଶ ଆକ୍ରାନ୍ତ ସାଂଘାଇରୁ ଚିହ୍ନଟ ହେଉଛନ୍ତି । ଦେଶରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବେଜିଂର ୨ଶହ କୋଟି ଲୋକଙ୍କର କରୋନା ପରୀକ୍ଷା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ଥିତି ଏପରି ହୋଇଯାଇଛି ଯେ, ଲୋକେ ଭୟରେ ଏବେ ଦେଶ ଛାଡି ଚାଲିଯିବାକୁ ବାଧ୍ୟ ହେଉଛନ୍ତି। ସେହିପରି ଏଠାରେ ଥିବା ଲୋକେ ଖାଇବାକୁ ମଧ୍ୟ ପାଉନାହାନ୍ତି। ଦେଶର ଆର୍ଥିକ ବ୍ୟବସ୍ଥା ଏକ ପ୍ରକାରର ଦୋହଲିଯାଇଛି।

As coronavirus spread in critical early weeks, Chinese officials failed to  raise the alarm - The Washington Post

ଅଢ଼େଇ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ସହରରେ ବିପୁଳ ମଲ୍ଟି ନ୍ୟାସନାଲ କମ୍ପାନୀ ରହିଛି। ଏଠାରେ ଅଧିକ ସଂଖ୍ୟାରେ ବିଦେଶୀମାନେ ବାସ କରନ୍ତି। କିନ୍ତୁ କରୋନା ମାମଲା ବଢ଼ିବା ପରେ ସେମାନେ ଏଠାରୁ ଏବେ ପଳାୟନ କରିବା ଆରମ୍ଭ କରିଦେଇଛନ୍ତି।  ସହର ଛାଡି ପଳାଉଥିବା ଲୋକଙ୍କ କହିବା ଅନୁସାରେ, ଟ୍ୟାକ୍ସିର ଭଡା ମାତ୍ରାଧିକ ଭାବେ ବଢାଇ ଦିଆଯାଇଛି। ଯେଉଁ ସ୍ଥାନକୁ ଯିବା ପାଇଁ ୩୦ ଡଲାର ଦେବାକୁ ପଡୁଥିଲା, ସେହି ସ୍ଥାନକୁ ଯିବା ପାଇଁ ଏବେ ୫୦୦ ଡଲାର ଦେବାକୁ ପଡୁଛି। ଏହାବ୍ୟତୀତ ଅନେକ ବିମାନ ଉଡାଣ ବାତିଲ କରାଯାଇଛି। ଏଥିଯୋଗୁଁ ଅଧିକାଂଶ ଲୋକେ ବିମାନବନ୍ଦରରେ ଫସି ରହିଛନ୍ତି।

ଲକଡାଉନ ଯୋଗୁଁ ସାଂଘାଇରେ ସ୍ଥିତାବସ୍ଥା ଜାରି ରହିଛି। ଏଠାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କୁ ପାଉନାହାନ୍ତି। ସେମାନେ ଭୋକ ଉପାସରେ ଦିନ କାଟୁଛନ୍ତି। ସଂଘାଇର ୨.୫ କୋଟି ଲୋକ ଗୃହବନ୍ଦି ହୋଇ ରହିଛନ୍ତି। ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଛି । ଘରୁ ବାହାରିଲେ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଘରର ଅଳିଆ ଆବର୍ଜନା ଲୋକେ ବାହାରକୁ ପକାଇ ମଧ୍ୟ ପାରୁନାହାନ୍ତି। ଲୋକେ ଘରେ ସଞ୍ଚୟ କରି ରଖିଥିବା ଖାଦ୍ୟ ପଦାର୍ଥ ସରିଆସୁଥିବା ବେଳେ ତାଙ୍କ ପାଖରେ ପହଞ୍ଚୁନି ଖାଦ୍ୟ।

COVID: Inside Shanghai's lockdown - Frontline

ସେହିପରି ହସ୍ପିଟାଲଗୁଡିକ ମଧ୍ୟ ଜରୁରୀକାଳିନୀ ସ୍ଥିତିରେ ଚିକିତ୍ସା ଦେବା ପାଇଁ ମଧ୍ୟ ହାତ ଟେକି ଦେଇଛନ୍ତି। ତେଣୁ ଏଠାରେ ରହୁଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସେଠାକାର ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ, ଦିନକ ମଧ୍ୟରେ ଚୀନ୍‌ରେ ୧୧,୨୮୫ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏଥିରୁ ଅଧିକାଂଶ ସଂକ୍ରମିତ ସାଙ୍ଘାଇର। ସେହିପରି ୨୪ ଘଣ୍ଟା ମଧ୍ୟରେ ଏହି ମେଟ୍ରୋପଲିଟାନ ସହରରେ କରୋନାରେ ଆକ୍ରାନ୍ତ ହୋଇ ୪୭ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏତେ ସବୁ ଭିତରେ ବି ଗତ ଏକ ବର୍ଷ ହେବ କରୋନାରେ କୌଣସି ମୃତ୍ୟୁ ହୋଇନଥିବା ଚୀନ ଦାବି କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story