Advertisment

ଟିକାକୁ ମାତ ଦେଉଥିବା କରୋନା ଭାରିଏଣ୍ଟ ମୂଷା ଓ କୁକୁରଙ୍କୁ କଲାଣି ସଂକ୍ରମିତ!

ୱାଶିଂଟନ: କରୋନା ଟିକାକୁ ମାତ ଦେବାର କ୍ଷମତା ରଖିଥିବା ଏକାଧିକ ନୂଆ ଭାରିଏଣ୍ଟ ଏବେ କୁକୁର ଓ ମୂଷାଙ୍କୁ ସଂକ୍ରମିତ କରିବାରେ ଲାଗିଛି। ଆମେରିକାର ନ୍ୟୁୟର୍କ ଠାରେ ଏପରି ଘଟଣାର ଦେଖିବାକୁ ମିଳିଛି। ଗବେଷକମାନେ ନୂଆ ପରୀକ୍ଷା ମାଧ୍ୟମରେ ଏପରି ତଥ୍ୟ ହାସଲ କରିଛନ୍ତି। କରୋନା ଭାଇରସ ଉପରେ ଗବେଷଣା କରୁଥିବା କିଛି ବୈଜ୍ଞାନିକ ନ୍ୟୁୟର୍କ ସିଟିର ଗୋଟିଏ ବିରାଟ ଡ୍ରେନ୍‌ ମଧ୍ୟରେ କୋଭିଡ ଭୂତାଣୁ ରହିଛି କି ନାହିଁ, ତା’ ଉପରେ ପରୀକ୍ଷା କରିଥିଲେ। ଏହି […]

ଟିକାକୁ ମାତ ଦେଉଥିବା କରୋନା ଭାରିଏଣ୍ଟ ମୂଷା ଓ କୁକୁରଙ୍କୁ କଲାଣି ସଂକ୍ରମିତ!

Rats

Advertisment

ୱାଶିଂଟନ: କରୋନା ଟିକାକୁ ମାତ ଦେବାର କ୍ଷମତା ରଖିଥିବା ଏକାଧିକ ନୂଆ ଭାରିଏଣ୍ଟ ଏବେ କୁକୁର ଓ ମୂଷାଙ୍କୁ ସଂକ୍ରମିତ କରିବାରେ ଲାଗିଛି। ଆମେରିକାର ନ୍ୟୁୟର୍କ ଠାରେ ଏପରି ଘଟଣାର ଦେଖିବାକୁ ମିଳିଛି। ଗବେଷକମାନେ ନୂଆ ପରୀକ୍ଷା ମାଧ୍ୟମରେ ଏପରି ତଥ୍ୟ ହାସଲ କରିଛନ୍ତି।

Advertisment

କରୋନା ଭାଇରସ ଉପରେ ଗବେଷଣା କରୁଥିବା କିଛି ବୈଜ୍ଞାନିକ ନ୍ୟୁୟର୍କ ସିଟିର ଗୋଟିଏ ବିରାଟ ଡ୍ରେନ୍‌ ମଧ୍ୟରେ କୋଭିଡ ଭୂତାଣୁ ରହିଛି କି ନାହିଁ, ତା’ ଉପରେ ପରୀକ୍ଷା କରିଥିଲେ। ଏହି ଗବେଷଣା ବେଳେ ଚମକାଇ ଦେବା ଭଳି ତଥ୍ୟ ଆସିଛି।

ଗବେଷଣା ବେଳେ ଜଣାପଡ଼ିଛି ଯେ କରୋନାର ଏମିତି ୪ ଭାରିଏଣ୍ଟ ରହିଛି, ଯାହା ଟିକା ନେବା ପରେ ସୃଷ୍ଟି ହେଉଥିବା ଆଣ୍ଟିବଡିକୁ ହ୍ରାସ କରିବାର କ୍ଷମତା ରଖିଛି। ଏହି ଭାରିଏଣ୍ଟ ଗୁଡ଼ିକ ଦ୍ୱାରା ଡ୍ରେନ ଓ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ମୂଷାମାନେ ସଂକ୍ରମିତ ହେଉଛନ୍ତି।

Advertisment

କୁକୁରମାନେ ମଧ୍ୟ ଏଥିରୁ ବର୍ତ୍ତିପାରି ନାହାନ୍ତି। ଜାନୁଆରୀ ମାସରୁ ହିଁ ଆମେରିକାର ବୈଜ୍ଞାନିକମାନେ ନ୍ୟୁୟର୍କରେ ଥିବା ଡ୍ରେନଗୁଡ଼ିକରୁ ନମୁନା ସଂଗ୍ରହ କରି ଅଧିକ ପରୀକ୍ଷା ନୀରିକ୍ଷା ଜାରି ରଖିଥିଲେ। ଏହି ସମୟରେ ସେମାନଙ୍କ ହାତରେ ଏଭଳି ତଥ୍ୟ ଲାଗିଛି।
ଗବେଷକମାନେ ପରୀକ୍ଷା ବେଳେ ୩ଟି ୱେଷ୍ଟୱାଟର ପ୍ଲାଣ୍ଟରୁ କୋଭିଡର ମ୍ୟୁଟେସନ ଠାବ କରିଛନ୍ତି।

ଏହା ଡ୍ରେନ ଭିତରେ ଓ ଡ୍ରେନ ନିକଟରେ ରହୁଥିବା ପଶୁମାନଙ୍କ ପାଖରୁ ପାଣିରେ ମିଶିଥିବା ଜଣାପଡ଼ିଛି। ଏଗୁଡ଼ିକ ୬ ମାସ ଯାଏ ସଂକ୍ରମଣ କରିବାର କ୍ଷମତା ମଧ୍ୟ ରଖିଛନ୍ତି। ମୂଷା ଓ କୁକୁର ହିଁ ଏହି ଭୂତାଣୁ ବାହାକର ପ୍ରମୁଖ କାରଣ ବୋଲି ଗବେଷକମାନେ କହିଛନ୍ତି।

ଅବଶ୍ୟ ଏହା ପ୍ରାଥମିକ ରିପୋର୍ଟ। ତେଣୁ ଏହା ଉପରେ ଅଧିକ ଗବେଷଣା କରିବାର ଆବଶ୍ୟକତା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe