ବୁଡ଼ି ଯାଉଥିବା ଜାହାଜ ପାଇଲା ନୂଆ କ୍ୟାପ୍ଟେନ୍‌, ରାନିଲ ବିକ୍ରମସିଙ୍ଘେ ହେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ: ହତାଶାର ଅନ୍ଧାର ଭିତରେ ଆଶାର ଆଲୋକ। ବୁଡ଼ି ଯାଉଥିବା ଜାହାଜ ପାଇଲା ନୂଆ କ୍ୟାପ୍ଟେନ। ଶେଷରେ ବହୁ ବାଦ ବିବାଦ ଓ ରାଜନୈତିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କା ପାଇଛି ନୂଆ ରାଷ୍ଟ୍ରପତି। ଆଜି ଶ୍ରୀଲଙ୍କାରେ ନୂଆ ରାଷ୍ଟ୍ରପତି ଭାବେ ରାନିଲ ବିକ୍ରମସିଙ୍ଘେ ନିର୍ବାଚିତ ହୋଇଛନ୍ତି । ପୂର୍ବତନ ରାଷ୍ଟ୍ରପତି  ଗୋଟବାୟା ରାଜପକ୍ଷ ଦେଶ ଛାଡ଼ି ପଳାଇବା ପରେ କାମଚଳା ରାଷ୍ଟ୍ରପତି ଥିବା ରାନିଲ ବିକ୍ରମସିଙ୍ଘେ ବିଧିବଦ୍ଧଭାବେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ୧୩୪ଟି ଭୋଟ ପାଇ […]

lanka

Tapas Behera
  • Published: Wednesday, 20 July 2022
  • , Updated: 20 July 2022, 01:40 PM IST

କଲମ୍ବୋ: ହତାଶାର ଅନ୍ଧାର ଭିତରେ ଆଶାର ଆଲୋକ। ବୁଡ଼ି ଯାଉଥିବା ଜାହାଜ ପାଇଲା ନୂଆ କ୍ୟାପ୍ଟେନ। ଶେଷରେ ବହୁ ବାଦ ବିବାଦ ଓ ରାଜନୈତିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କା ପାଇଛି ନୂଆ ରାଷ୍ଟ୍ରପତି। ଆଜି ଶ୍ରୀଲଙ୍କାରେ ନୂଆ ରାଷ୍ଟ୍ରପତି ଭାବେ ରାନିଲ ବିକ୍ରମସିଙ୍ଘେ ନିର୍ବାଚିତ ହୋଇଛନ୍ତି । ପୂର୍ବତନ ରାଷ୍ଟ୍ରପତି  ଗୋଟବାୟା ରାଜପକ୍ଷ ଦେଶ ଛାଡ଼ି ପଳାଇବା ପରେ କାମଚଳା ରାଷ୍ଟ୍ରପତି ଥିବା ରାନିଲ ବିକ୍ରମସିଙ୍ଘେ ବିଧିବଦ୍ଧଭାବେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ୧୩୪ଟି ଭୋଟ ପାଇ ପ୍ରତିପକ୍ଷକୁ ପରାସ୍ତ କରି ଦେଶର ସର୍ବୋଚ୍ଚପଦବୀର ଅଧିକାରୀ ହୋଇପାରିଛନ୍ତି ରାନିଲ ବିକ୍ରମସିଙ୍ଘେ।

ଶ୍ରୀଳଙ୍କା ସଂସଦଦରେ ୨୨୫ ସଦସ୍ୟ ମଧ୍ୟରୁ  ୨୨୩ ଜଣ ଭୋଟ୍‌ ଦେଇଥିବା ବେଳେ ୨ ଜଣ ଅନୁପସ୍ଥିତ ଥିଲେ।  ଏଥିରେ ୪ଟି ଭୋଟ ନାକଚ ହୋଇଥିବା ବେଳେ ମୋଟ ୨୧୯ଟି ଭୋଟ୍‌ ବୈଧ ହୋଇଥିଲା। ତବେ ଆଜିର ମତଦାନରେ ରାନିଲ ବିକ୍ରମସିଙ୍ଘେ ଅଧିକ ସମର୍ଥନ ପାଇ ବହୁମତ ହାସଲ କରିଛନ୍ତି । ରାଷ୍ଟପତି ଭାବେ ବିଜୟପରେ ଶ୍ରୀଲଙ୍କା ସଂସଦରେ ଅଭିଭାସଣ ରଖିଛନ୍ତି ରାନିଲ ବିକ୍ରମସିଙ୍ଘେ। ଏହି ଅବସରରେ ସେ ସଂସଦ ବାହାରେ ଶପଥ ନେବାକୁ ସଦନର ବାଚସ୍ପତ୍ତିଙ୍କୁ ନିବେଦନ କରିଛନ୍ତି।  ତେବେ ଆସନ୍ତାକାଲି ଶ୍ରୀଲଙ୍କା ଆର୍ଥିକ ସଙ୍କଟର ମୁକାବିଲା ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ନୂଆ ରାଷ୍ଟ୍ରପତି।

ପୂର୍ବରୁ ୬ ଥର ଦେଶର ପ୍ରଧାନମମନ୍ତ୍ରୀ ହୋଇଛନ୍ତି ରାନିଲ ବିକ୍ରମସିଙ୍ଘେ। ରାଷ୍ଟପତି ରେସ୍‌ରେ ଅନ୍ୟ ଦୁଇ ଜଣ ୬୩ ବର୍ଷୀୟ ସିଂହଳୀ ବୁଦ୍ଧିଷ୍ଟ ଦୁଲାସ ଆଲାପେରୁମ୍ମା ଏବଂ ୫୩ ବର୍ଷୀୟ ଅନୁରା କୁମାର ଦିସାନାୟକେ ଅଶାୟୀ ଥିଲେ ।  ଶ୍ରୀଲଙ୍କାର ପ୍ରମୁଖ ବିରୋଧୀ ଦଳର ନେତା ସାଜିଥ୍ ପ୍ରେମଦାସା ରାଷ୍ଟ୍ରପତି ପଦ ରେସରୁ ନିଜକୁ ବାହାରେ ରଖିଥିବା ବେଳେ ଦୁଲାସ ଆଲାପେରୁମ୍ମାଙ୍କୁ ସମର୍ଥନ ଘୋଷଣା କରିଥିଲେ । ତେବେ ଏବେ ରାନିଲ ବିକ୍ରମସିଙ୍ଘେ ଗୋଟାବାୟାଙ୍କ କାର୍ଯ୍ୟକାଳ ସରିବା ଯାଏଁ ପଦରେ ରହିବେ । ଅର୍ଥାତ ନୂଆ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ନଭେମ୍ବର ୨୦୨୪ ଯାଏ ରହିବ।

Related story