ସୁପ୍ରିମକୋର୍ଟ ଗଲା ଇମ୍ରାନ୍‌ ଖାନ୍‌ଙ୍କ ଦଳ

ନୂଆଦିଲ୍ଲୀ: ପାକିସ୍ତାନ ସୁପ୍ରିମକୋର୍ଟ ଗଲା  ଇମ୍ରାନ୍‌ଙ୍କ ଦଳ।  ଅନାସ୍ଥା ପ୍ରସ୍ତାବ ରଦ୍ଦ ନିର୍ଣ୍ଣୟକୁ କୋର୍ଟ ଅସିଦ୍ଧ କହିବା ପରେ ରାୟର ପୁନର୍ବିଚାର ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଦଳ ଆବେଦନ କରିଛି। ଏନେଇ ଆଜି ପାକିସ୍ତାନ ତେହେରିକ୍-ଇ-ଇନସାଫ୍(ପିଟିଆଇ) ପାକିସ୍ତାନର ସର୍ବୋଚ୍ଚ ନ୍ୟାୟାଳୟ ଆବେଦନ କରିଛି। ତେବେ ଆଜି  ଦିନ ୧୦ଟା ବେଳେ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ଭୋଟ୍ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଆଜି ଭୋଟ ଗ୍ରହଣ ଥିବା ବେ‌ଳେ ଇମ୍ରାନ ଖାନଙ୍କ ଦଳ ବିଭିନ୍ନ […]

Imran-khan

Imran-khan

Tapas Behera
  • Published: Saturday, 09 April 2022
  • Updated: 10 April 2022, 07:33 AM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନ ସୁପ୍ରିମକୋର୍ଟ ଗଲା  ଇମ୍ରାନ୍‌ଙ୍କ ଦଳ।  ଅନାସ୍ଥା ପ୍ରସ୍ତାବ ରଦ୍ଦ ନିର୍ଣ୍ଣୟକୁ କୋର୍ଟ ଅସିଦ୍ଧ କହିବା ପରେ ରାୟର ପୁନର୍ବିଚାର ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଦଳ ଆବେଦନ କରିଛି। ଏନେଇ ଆଜି ପାକିସ୍ତାନ ତେହେରିକ୍-ଇ-ଇନସାଫ୍(ପିଟିଆଇ) ପାକିସ୍ତାନର ସର୍ବୋଚ୍ଚ ନ୍ୟାୟାଳୟ ଆବେଦନ କରିଛି। ତେବେ ଆଜି  ଦିନ ୧୦ଟା ବେଳେ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ଭୋଟ୍ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଆଜି ଭୋଟ ଗ୍ରହଣ ଥିବା ବେ‌ଳେ ଇମ୍ରାନ ଖାନଙ୍କ ଦଳ ବିଭିନ୍ନ ବାହାନା ନେଇ ଭୋଟ ଗ୍ରହଣ ବିଳମ୍ବ କରିଛନ୍ତି।

ଆଜି ରାତିରେ ‌ଭୋଟ ଗ୍ରହଣ‌ ହେବ ବୋଲି କୁହାଯାଉଛି। ହେଲେ ଏହା ପୂର୍ବରୁ ନିଜ ସରକାର ବଞ୍ଚାଇବା ପାଇଁ ପିଟିଆଇ ପକ୍ଷରୁ ସୁପ୍ରିମକୋର୍ଟରେ ପୁର୍ନବିଚାର ଆବେଦନ କରାଯାଇଛି। ଗତକାଲି ଅନାସ୍ଥା ପ୍ରସ୍ତାବ ଭୋଟ୍‌ ପୂର୍ବରୁ  ଇମ୍ରାନ୍‌ ଇସ୍ତଫା ଦେବେ ନାହିଁ ବୋଲି କହିଥିଲେ। ଲଢ଼େଇ ପାଇଁ ସବୁ ଅସ୍ତ୍ର ଫେଲ ମାରିବା ସତ୍ତ୍ୱେ ଇସ୍ତଫା ଦେବା ଦେବାକୁ ମନା କରିଦେଇଛନ୍ତି ଇମ୍ରାନ୍‌। ।

ସେ କହିଛନ୍ତି ଯେ, ଯଦ ସିଏ ଇସ୍ତଫା ଦିଅନ୍ତି ତାଙ୍କ ବିରୋଧରେ ଥିବା ବିଦେଶୀ ଷଡ଼ଯନ୍ତ୍ରକୁ ସେ ସମର୍ଥନ କରୁଛନ୍ତି ବୋଲି ମାନିନିଆଯିବ । ତେଣୁ କୌଣସି ପରିସ୍ଥତିରେ ଇସ୍ତଫା ପ୍ରସଙ୍ଗ ଉଠୁ ନାହିଁ ବୋଲି ସେ କହିଛନ୍ତି। ପୂର୍ବରୁ ପାକିସ୍ତାନ ସୁପ୍ରିମ୍‌କୋର୍ଟ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ ସଂକ୍ରାନ୍ତ ମାମଲାର ଶୁଣାଣି କରି ଉପବାଚସ୍ପତିଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ। ଏହା ସହିତ ସଂସଦ ଭଙ୍ଗ ପାଇଁ ନିଆଯାଇଥିବା ନିଷ୍ପତ୍ତି ସମ୍ବିଧାନର ପ୍ରକ୍ରିୟା ମୁତାବକ ହୋଇନଥିବାରୁ ଏହାକୁ କୋର୍ଟ ବେଆଇନ ଦର୍ଶାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos