ବୀମା କରିନଥିବା ଚାଷୀ ଓ ଭାଗଚାଷୀଙ୍କୁ ସିଧାସଳଖ ସରକାର ଦେବେ ସହାୟତା: ରାଜସ୍ୱ ମନ୍ତ୍ରୀ

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ବୀମାଭୁକ୍ତ ହୋଇନଥିବା ଚାଷୀଙ୍କୁ ସହାୟତା ଦେବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେବଳ ଧାନ ନୁହେଁ ପନିପରିବାର, କପା, ଚିନାବାଦାମ ଫସଲ ମଧ୍ୟ କ୍ଷତି ହୋଇଛି ।

BJP PhotoOR

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ

Ordigital Desk
  • Published: Monday, 30 December 2024
  • Updated: 30 December 2024, 10:07 PM IST

Sports

Latest News

ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତି ଓ ଚାଷୀଙ୍କୁ ସହାୟତା ପ୍ରଦାନକୁ ନେଇ ଏବେ ଶାସକ ବିଜେପି ଓ ବିରୋଧୀ ବିଜେଡି ମୁହାଁମୁହିଁ ସ୍ଥିତିରେ । ପ୍ରଭାବିତ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଗସ୍ତ କରି ଚାଷୀଙ୍କୁ ଭେଟିବା ସହ ସ୍ଥିତି ଅନୁଧ୍ୟାନ କରିବାର ଦିନକ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ଗସ୍ତରେ ଯାଇ ସ୍ଥିତି ପରଖିଛନ୍ତି । ଏପଟେ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବା ପାଇଁ ପ୍ରକ୍ରିୟା ଜୋରଦାର କରିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ(ପିଏମଏଫବିୱାଇ) ବୀମାଭୁକ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ଶୀଘ୍ର ପ୍ରକ୍ରିୟା ଶେଷ କରିବାକୁ ବୀମା କମ୍ପାନୀଗୁଡ଼ିକୁ ସରକାର ତାଗିଦ୍ କରିଛନ୍ତି । ଏପଟେ ବୀମାଭୁକ୍ତ ହୋଇନଥିବା ଚାଷୀ ଓ ଭାଗଚାଷୀଙ୍କୁ ରାଜ୍ୟ ସରକାର ସିଧାସଳଖ ସହାୟତା ଦେବାକୁ ବିଚାର କରୁଛନ୍ତି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ସ୍ପଷ୍ଟ କରିଛନ୍ତି ।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ବୀମାଭୁକ୍ତ ହୋଇନଥିବା ଚାଷୀଙ୍କୁ ସହାୟତା ଦେବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେବଳ ଧାନ ନୁହେଁ ପନିପରିବାର, କପା, ଚିନାବାଦାମ ଫସଲ ମଧ୍ୟ କ୍ଷତି ହୋଇଛି । ପନିପରିବା ଓ କପା ଚାଷୀ ବୀମା କରିନାହାନ୍ତି । ଭାଗ ଚାଷୀ କିମ୍ବା ଅନ୍ୟ ଯେଉଁଚାଷୀ ବୀମାଭୁକ୍ତ ହୋଇନାହାନ୍ତି ସେମାନଙ୍କୁ ରାଜ୍ୟ ସରକାର ସିଧାସଳଖ ସହାୟତା ଦେବାକୁ ବିଚାର କରୁଛନ୍ତି । ସମସ୍ତଙ୍କୁ ସହଯୋଗ ରାଶି ଯୋଗାଇ ଦିଆଯିବ । ଅଦିନିଆ ବର୍ଷା କ୍ଷୟକ୍ଷତି ଏବେ ପ୍ରାକୃତିକ ବିପର୍ଯ୍ୟୟ ପରିଧି ଭିତରେ ନାହିଁ । ଏହାକୁ ପ୍ରାକୃତିକ ବିପର୍ଯ୍ୟୟର ପରିଧିକୁ ଆଣିବା ପାଇଁ ସରକାର ଚେଷ୍ଟା କରୁଛନ୍ତି । ଏ ଦିଗରେ ୃଅଧ୍ୟୟନ ମଧ୍ୟ ଆରମ୍ଭ କରିଛନ୍ତି । ବୀମା କରିଥିବା ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ବୀମାକମ୍ପାନୀଗୁଡ଼ିକ ସହ ସରକାର ଯୋଗାଯୋଗରେ ଅଛନ୍ତି । ୨ଲକ୍ଷ ଚାଷୀ ବୀମା କମ୍ପାନୀଙ୍କୁ ଅଭିଯୋଗ ଜଣାଇ ସାରିଲେଣି । ଧାନ ଚାଷ ଆରମ୍ଭଠାରୁ ମଣ୍ଡିକୁ ଯିବା ପର୍ଯ୍ୟନ୍ତ ତାହା ବୀମା ପରିସରଭୁକ୍ତ ହେବା କଥା । ଅତୀତରେ ବୀମାକମ୍ପାନୀଗୁଡ଼ିକ ଟାଳଟୂଳ ନୀତି ଅବଲମ୍ବନ କରିଛନ୍ତି । କିନ୍ତୁ ବିଜେପି ସରକାର ଅମଳରେ ବୀମାକମ୍ପାନୀଗୁଡ଼ିକ ଉଚିତ୍ ସମୟରେ କ୍ଷତିପୂରଣ ନଦେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଚାଷୀଙ୍କୁ ବୀମା କମ୍ପାନୀମାନେ ଠକି ପାରିବେ ନାହିଁ ବୋଲି ଶ୍ରୀ ପୂଜାରୀ ସ୍ପଷ୍ଟ କରିଛନ୍ତି ।

Also Read

ଅନ୍ୟପକ୍ଷରେ ଆଜି କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୀମା କମ୍ପାନୀଗୁଡ଼ିକର ପ୍ରତିନିଧିମାନଙ୍କ ସହ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସମବାୟ ସଚିବ ରାଜେଶ ପ୍ରଭାକର ପାଟିଲ ଓ କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ । ଯୋଗ୍ୟ ଚାଷୀଙ୍କ ହିତରେ ସମସ୍ତ ପ୍ରକ୍ରିୟାକୁ ଅତିଶୀଘ୍ର ସାରିବା ପାଇଁ କମ୍ପାନୀଗୁଡ଼ିକୁ କହିବା ସହ କୌଣସି ବ୍ୟତିକ୍ରମକୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ପାଢ଼ୀ ସ୍ପଷ୍ଟ କରିଛନ୍ତି । ଏହାସହିତ ଅଦିନିଆ ବର୍ଷା ଯୋଗୁ କଟା ହୋଇ ଜମିରେ ଥିବା ଧାନ ଫସଲ କ୍ଷତି ହୋଇଥିଲେ ସେବାବଦରେ କୃଷି ରକ୍ଷକ ଆପ୍ କିମ୍ବା ହେଲପଲାଇନ ନମ୍ବର-୧୪୪୪୭ ମାଧ୍ୟମରେ ବୀମା କମ୍ପାନୀଗୁଡ଼ିକୁ ଅବଗତ କରାଇବାକୁ ବୀମାଭୁକ୍ତ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି । ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମାଭୁକ୍ତ ଚାଷୀମାନେ ନିଜ ଫସଲ କ୍ଷତି ସମ୍ପର୍କରେ ଜାନୁୟାରୀ ୧ତାରିଖ ପର୍ଯ୍ୟନ୍ତ ବୀମା କମ୍ପାନୀଗୁଡ଼ିକୁ ଅବଗତ କରାଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାର ଏହି ଅବଧିକୁ ଜାନୁୟାରୀ ୧ତାରିଖକୁ ବଢ଼ାଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଅନୁରୋଧ କରାଯାଇଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story