ଡୋନାଲଡ୍‌ ଟ୍ରମ୍ପଙ୍କ ପ୍ରଥମ ପତ୍ନୀଙ୍କ ପରଲୋକ

ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପଙ୍କ ପ୍ରଥମ ପତ୍ନୀ ଇଭାନା ଟ୍ରମ୍ପଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା।  ଏକ ଦୁର୍ଘଟଣାରେ ତାଙ୍କ ଛାତିରେ ଗୁରୁତର ଆଘାତ ଲାଗିବା ପରେ ତାଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ନ୍ୟୁୟର୍କ ମୁଖ୍ୟ ମେଡିକାଲ ଅଫିସର ଏହା କହିଛନ୍ତି। କେଉଁ କାରଣରୁ ତାଙ୍କର ଦୁର୍ଘଟଣା ଘଟିଲା, ପୁଲିସ ତାହା ସ୍ପଷ୍ଟ କରି ନଥିଲେ ମଧ୍ୟ ଘଟଣାର ତଦନ୍ତ ଜାରି ରହିଛି।  କୁହାଯାଉଛି, ଇଭାନା ତାଙ୍କ ବାସଭବନରେ […]

ivana

ivana

Tapas Behera
  • Published: Saturday, 16 July 2022
  • Updated: 16 July 2022, 04:52 PM IST

Sports

Latest News

ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପଙ୍କ ପ୍ରଥମ ପତ୍ନୀ ଇଭାନା ଟ୍ରମ୍ପଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା।  ଏକ ଦୁର୍ଘଟଣାରେ ତାଙ୍କ ଛାତିରେ ଗୁରୁତର ଆଘାତ ଲାଗିବା ପରେ ତାଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ନ୍ୟୁୟର୍କ ମୁଖ୍ୟ ମେଡିକାଲ ଅଫିସର ଏହା କହିଛନ୍ତି। କେଉଁ କାରଣରୁ ତାଙ୍କର ଦୁର୍ଘଟଣା ଘଟିଲା, ପୁଲିସ ତାହା ସ୍ପଷ୍ଟ କରି ନଥିଲେ ମଧ୍ୟ ଘଟଣାର ତଦନ୍ତ ଜାରି ରହିଛି।  କୁହାଯାଉଛି, ଇଭାନା ତାଙ୍କ ବାସଭବନରେ ପାହାଚରୁ ଖସି ଗୁରୁତର ହୋଇଥିଲେ।

ନିଜ ପ୍ରଥମ ପତ୍ନୀ ଇଭାନାଙ୍କୁ ମନେ ପକାଇ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ସେ ଜଣେ ସୁନ୍ଦର ଓ ଅଦ୍ଭୁତ ମହିଳା ଥିଲେ। ସେ ଜଣେ ପ୍ରେରଣାଦାୟୀ ମହିଳା ମଧ୍ୟ ଥିଲେ। ତାଙ୍କଠାରୁ ମୁଁ ୩ଟି ସନ୍ତାନ- ଡୋନାଲଡ୍‌ ଜେଆର, ଇଭାଙ୍କା ଓ ଏରିକ୍‌ଙ୍କୁ ପାଇଛି।

ଇଭାନା ଟ୍ରମ୍ପ ବୃତ୍ତିରେ ଜଣେ ମଡେଲ ଥିଲେ। ପୂର୍ବରୁ ଥିବା ଚେକସ୍ଳୋଭାକିଆରେ କମ୍ୟୁନିଷ୍ଟ ଶାସନ ଅଧୀନରେ ଇଭାନା ବଢ଼ି‌ଥିଲେ। ୧୯୭୭ ଜଣେ ରିୟଲ ଇଷ୍ଟେଟ ଡେଭଲପର ଭାବେ ଜଣାଶୁଣା ଡୋନାଲଡ୍‌ ଟ୍ରମ୍ପଙ୍କୁ ବିବାହ କରିଥିଲେ ଇଭାନା।

ବିବାହର ୨ ବର୍ଷ  ପରେ ୧୯୮୧ ଇଭାନାଙ୍କ ପ୍ରଥମ ସନ୍ତାନ ଡୋନାଲଡ୍‌ ଜେଆରଙ୍କ ଜନ୍ମ ହୋଇଥିଲା। ୧୯୮୨ରେ ଜନ୍ମ ହୋଇଥିଲେ ଏରିକ୍‌।  ୮୦ ଦଶକରେ ନ୍ୟୁୟର୍କରେ ଟ୍ରମ୍ପ କପଲ୍‌ ହାଇପ୍ରୋଫାଇଲ କପ୍‌ଲ ଭାବେ ଚର୍ଚ୍ଚାରେ ଥିଲେ।  ଟ୍ରମ୍ପ ଜଣେ ସଫଳ ବ୍ୟବସାୟୀ ହେବା ପଛରେ ତାଙ୍କ ପ୍ରଥମ ପତ୍ନୀ ଇଭାନାଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ପରେ ଟ୍ରମ୍ପ ଅନ୍ୟ ଜଣେ ମହିଳାଙ୍କ ସମ୍ପର୍କରେ ଆସିବା ପରେ ଉଭୟଙ୍କ ଦାମ୍ପତ୍ୟ ଜୀବନରେ ତିକ୍ତତା ସୃଷ୍ଟି ହୋଇଥିଲା। ୧୯୯୦ରେ ଡୋନାଲଡ୍‌ ଟ୍ରମ୍ପ ତାଙ୍କ ପ୍ରଥମ ପତ୍ନୀ ଇଭାନାଙ୍କୁ ଛାଡ଼ପତ୍ର ଦେଇଥିଲେ। ଇଭାନା ତାଙ୍କ ଜୀବନରେ ୪ ଜଣଙ୍କୁ ବିବାହ କରିଥିଲେ। ଡୋନାଲଡ୍‌ ଟ୍ରମ୍ପଙ୍କ ବିବାହ ପୂର୍ବରୁ  ଇଭାନା ୨ ଜଣଙ୍କୁ ବିବାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story