ଇଂଲଣ୍ଡରେ ମରୁଡ଼ି ଘୋଷଣା, ଜଳ ସଙ୍କଟ ତୀବ୍ର

ନୂଆଦିଲ୍ଲୀ: ଭୀଷଣ ତାତି ଏବଂ ହିଟ୍‌ୱେଭ ଜାରି ଯୋଗୁ ଇଂଲଣ୍ଡର ସ୍ଥିତି ବେହାଲ।  ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଦୀର୍ଘ ଦିନ ଧରି ବର୍ଷା ନହେବାରୁ ଇଂଲଣ୍ଡର ପରିସ୍ଥିତି ବିପର୍ଯ୍ୟସ୍ତ ହୋପଡ଼ିଛି। ଫଳରେ ଇଂଲଣ୍ଡର ଅଧିକାଂଶ ସ୍ଥାନରେ ମରୁଡ଼ି ଘୋଷଣା କରାଯାଇଛି। ଶୁକ୍ରବାର ଇଂଲଣ୍ଡର ବିଭିନ୍ନ ଅଞ୍ଚଳକୁ ମରୁଡ଼ି ପ୍ରଭାବିତ ଘୋଷଣା କରାଯାଇଥିଲା। ଅର୍ଥାତ୍ ଉକ୍ତ ଅଞ୍ଚଳର ଘରୋଇ ଏବଂ ବାଣିଜ୍ୟିକ ଜଳ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯିବ। ମୁଖ୍ୟତଃ ଦକ୍ଷିଣ-ପଶ୍ଚିମ, ଦକ୍ଷିଣ ଏବଂ କେନ୍ଦ୍ରୀୟ ଇଂଲଣ୍ଡ ଏବଂ […]

londn

londn

Tapas Behera
  • Published: Friday, 12 August 2022
  • Updated: 12 August 2022, 10:18 PM IST

Sports

Latest News

ନୂଆଦିଲ୍ଲୀ: ଭୀଷଣ ତାତି ଏବଂ ହିଟ୍‌ୱେଭ ଜାରି ଯୋଗୁ ଇଂଲଣ୍ଡର ସ୍ଥିତି ବେହାଲ।  ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଦୀର୍ଘ ଦିନ ଧରି ବର୍ଷା ନହେବାରୁ ଇଂଲଣ୍ଡର ପରିସ୍ଥିତି ବିପର୍ଯ୍ୟସ୍ତ ହୋପଡ଼ିଛି। ଫଳରେ ଇଂଲଣ୍ଡର ଅଧିକାଂଶ ସ୍ଥାନରେ ମରୁଡ଼ି ଘୋଷଣା କରାଯାଇଛି। ଶୁକ୍ରବାର ଇଂଲଣ୍ଡର ବିଭିନ୍ନ ଅଞ୍ଚଳକୁ ମରୁଡ଼ି ପ୍ରଭାବିତ ଘୋଷଣା କରାଯାଇଥିଲା। ଅର୍ଥାତ୍ ଉକ୍ତ ଅଞ୍ଚଳର ଘରୋଇ ଏବଂ ବାଣିଜ୍ୟିକ ଜଳ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯିବ। ମୁଖ୍ୟତଃ ଦକ୍ଷିଣ-ପଶ୍ଚିମ, ଦକ୍ଷିଣ ଏବଂ କେନ୍ଦ୍ରୀୟ ଇଂଲଣ୍ଡ ଏବଂ ସମସ୍ତ ପୂର୍ବ ଇଂଲଣ୍ଡର ଅଞ୍ଚଳରେ ମରୁଡ଼ିର ପଦଧ୍ୱନି ସଷ୍ଟି ହୋଇଛି।

ପରିବେଶ ଏଜେନ୍ସି, ସରକାର, ଜଳ କମ୍ପାନୀର ପ୍ରମୁଖ ପ୍ରତିନିଧିକୁ ନେଇ ଗଠିତ ଜାତୀୟ ଡ୍ରାଫ୍ଟ ଗ୍ରୁପ୍ ଶୁକ୍ରବାର ମରୁଡ଼ି ସ୍ଥିତି ଘୋଷଣା କରିଛନ୍ତି । ବ୍ରିଟେନର ଜଳ ମନ୍ତ୍ରୀ ଷ୍ଟିଭ୍ ଡବଲ୍ କହିଛନ୍ତି ଯେ ଜୁଲାଇରେ ଦେଶର କିଛି ଅଂଶରେ ହିଟୱେଭ ପରେ ଆମେ ଦ୍ୱିତୀୟ ଗ୍ରୀଷ୍ମ ଲହର ଅନୁଭବ କରୁଛୁ। ସେ କହିଛନ୍ତି, ପ୍ରବଳ ତାତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ। କୃଷି ଉତ୍ପାଦନ ଉପରେ ନଜର ରଖିବା ସହ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ।

ମୁଖ୍ୟତଃ ଇଂଲଣ୍ଡରେ ଜଳ ସଙ୍କଟ ଦେଖା ଦେଇଥିବା ବେଳେ ଅଧିକ ବ୍ୟବହାର ପରେ କଟକଣା ଜାରି କରାଯାଇଛି। ଲୋକମାନଙ୍କୁ ସାବଧାନତାର ସହ  ପାଣି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ବ୍ରିଟେନର ଅନେକ ଭାଗରେ  ରେକର୍ଡସ୍ତରୀୟ  ତାପମାତ୍ରା ଆକଳନ କରାଯାଇଛି। ଦକ୍ଷିଣ ଇଂଲଣ୍ଡରେ ୩୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପାମାତ୍ରା ବୃଦ୍ଧି ପାଇଛି। ଯାହା ଯଥେଷ୍ଟ ଅଧିକ। ଏହାପୂର୍ବରୁ ୨୦୧୮ରେ ମରୁଡ଼ି ଘୋଷଣା କରାଯାଇଥିଲା। ତାପୂର୍ବରୁ ୨୦୧୧ରେ ଏହା ଅଧିକ ଭୟଙ୍କର ହୋଇଥିଲା। ପାଣିପାଗ  ବିଜ୍ଞାନୀମାନେ ଆଗକୁ ସ୍ଥତି ଜଟିଳ ନେଇ ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos