ଛାଡ଼ପତ୍ର ବାବଦରେ ୫୫ କୋଟି ପାଉଣ୍ଡର କ୍ଷତିପୂରଣ ଦେବେ ଦୁବାଇ ଶାସକ

ଲଣ୍ଡନ: ବ୍ରିଟେନର ଗୋଟିଏ କୋର୍ଟ ଦୁବାଇର ଶାସକଙ୍କୁ ଛାଡ଼ପତ୍ର ବାବଦରେ ତାଙ୍କ ପତ୍ନୀ ଓ ପିଲାମାନଙ୍କ ଭରପୋଷଣ ପାଇଁ ୫୫ କୋଟି ପାଉଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ବ୍ରିଟିଶ ଇତିହାସର ସବୁଠାରୁ ମହଙ୍ଗା ଛାଡ଼ପତ୍ର ଚୁକ୍ତି ବା ଭରପୋଷଣ ଅର୍ଥ ଭାବେ ବିବେଚନା କରାଯାଉଛି। ଲଣ୍ଡନ ହାଇକୋର୍ଟ କହିଛନ୍ତି ଯେ ଦୁବାଇ ଶାସକ ଶେଖ ମହମ୍ମଦ ବିନ ରସିଦ ଅଲ ମାକତୌମ ତାଙ୍କ ପତ୍ନୀ ରାଜକୁମାରୀ ହାୟା ବିଣ୍ଟ ଅଲ ହୁସେନଙ୍କୁ ୨୫.୧୫ କୋଟି ପାଉଣ୍ଡ […]

dubai

dubai

Hemant Lenka
  • Published: Tuesday, 21 December 2021
  • Updated: 21 December 2021, 10:36 PM IST

Sports

Latest News

ଲଣ୍ଡନ: ବ୍ରିଟେନର ଗୋଟିଏ କୋର୍ଟ ଦୁବାଇର ଶାସକଙ୍କୁ ଛାଡ଼ପତ୍ର ବାବଦରେ ତାଙ୍କ ପତ୍ନୀ ଓ ପିଲାମାନଙ୍କ ଭରପୋଷଣ ପାଇଁ ୫୫ କୋଟି ପାଉଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ବ୍ରିଟିଶ ଇତିହାସର ସବୁଠାରୁ ମହଙ୍ଗା ଛାଡ଼ପତ୍ର ଚୁକ୍ତି ବା ଭରପୋଷଣ ଅର୍ଥ ଭାବେ ବିବେଚନା କରାଯାଉଛି।

ଲଣ୍ଡନ ହାଇକୋର୍ଟ କହିଛନ୍ତି ଯେ ଦୁବାଇ ଶାସକ ଶେଖ ମହମ୍ମଦ ବିନ ରସିଦ ଅଲ ମାକତୌମ ତାଙ୍କ ପତ୍ନୀ ରାଜକୁମାରୀ ହାୟା ବିଣ୍ଟ ଅଲ ହୁସେନଙ୍କୁ ୨୫.୧୫ କୋଟି ପାଉଣ୍ଡ ଦେବେ। ଏଥିସହ ଦୁଇ ପିଲା ୧୪ ବର୍ଷୀୟ ଅଲ ଜଲିଲା ଓ ୯ ବର୍ଷୀୟ ଜାୟେଦଙ୍କୁ ୨୯ କୋଟି ପାଉଣ୍ତର ବ୍ୟାଙ୍କ ଗ୍ୟାରେଣ୍ଟି ଦେବେ। ଏହାକୁ ମିଶାଇ ସେ ମୋଟ ୫୫ କୋଟି ପାଉଣ୍ଡ କ୍ଷତିପୂରଣ ଭାବେ ପ୍ରଦାନ କରିବେ।

ଅଦାଲତ କହିଛନ୍ତି, ପିଲାମାନଙ୍କୁ ଦେବାକୁ ଥିବା ୨୯ କୋଟି ପାଉଣ୍ଡକୁ ଶେଖ ମହମ୍ମଦ ଚାହିଁଲେ କମ ବେଶୀ କରିପାରିବେ। ୭୨ ବର୍ଷୀୟ ଶେଖ ମହମ୍ମଦ ଏବେ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରଧାନମନ୍ତ୍ରୀ ମଧ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ହାଇକୋର୍ଟ ବିଚାରପତି ଜଷ୍ଟିସ ଜଜ୍ ଫିଲିପ୍ ମୋରଙ୍କ ଏପରି ନିର୍ଦ୍ଦେଶ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।

କୋର୍ଟ ଆହୁରି କହିଛନ୍ତି, ଶେଖ ମହମ୍ମଦ ୩ ମାସ ମଧ୍ୟରେ କ୍ଷତିପୂରଣ ରାଶିରୁ ୨୫୧.୫ ମିଲିୟନ ପାଉଣ୍ଡ ହାୟାଙ୍କୁ ଦେବେ। ଜାଲିଲା ଓ ଜାୟେଦଙ୍କ ପାଠପଢ଼ା ଖର୍ଚ୍ଚ ବାଦରେ ଶେଖ ମହମ୍ମଦ ୩ ମିଲିୟନ ପାଉଣ୍ଡ ଦେବେ। ସେହିପରି ଭରପୋଷଣ ପାଇଁ ୯.୬ ମିଲିୟନ ପାଉଣ୍ଡ ଦେବାକୁ ହେବ।

୪୭ ବର୍ଷୀୟ ରାଜକୁମାରୀ ହାୟା ୨୦୧୯ରେ ଦୁବାଇରୁ ବ୍ରିଟେନକୁ ଖସି ପଳାଇଥିଲେ। ଏହାପରେ ବ୍ରିଟିଶ କୋର୍ଟଙ୍କ ଜରିଆରେ ପିଲାମାନଙ୍କ ଭବିଷ୍ୟତ ପାଇଁ ସୁରକ୍ଷା ମାଗିଥିଲେ। ଜୋର୍ଡାନର ସ୍ୱର୍ଗତ ରାଜା ହୁସେନ୍‌ଙ୍କ ଝିଅ ହେଉଛନ୍ତି ହାୟା। ସେ କହିଛନ୍ତି ତାଙ୍କ ସ୍ୱାମୀ ତାଙ୍କୁ ଭୟଭୀତ କରିଛନ୍ତି ଓ ଦୁଇ ଝିଅଙ୍କୁ ଗଲ୍ଫ ଏମିରେଟ୍ସକୁ ବଳପୂର୍ବକ ନେଇଯିବାକୁ ଚେଷ୍ଟା କରୁଛନ୍ତି।

ଅକ୍ଟୋବରରେ ବ୍ରିଟେନର ଗୋଟିଏ ପରିବାର କୋର୍ଟର ଜଜ୍ କହିଥିଲେ ଯେ ଆଇନଗତ ଲଢ଼େଇ ମଧ୍ୟରେ ଶେଖ ମହମ୍ମଦ ରାଜକୁମାରୀ ହାୟାଙ୍କ ଫୋନ୍ ହ୍ୟାକ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ଅଭିଯୋଗକୁ ଶେଖ ମହମ୍ମଦ ଖଣ୍ଡନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story