ଟ୍ୱିଟର୍‌ର ସିଇଓ ଭାବେ କାମ କରିବେ ଏଲନ ମସ୍କ!

ୱାଶିଂଟନ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ ମସ୍କ ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର୍‌ର ସିଇଓ ଭାବେ ମଧ୍ୟ କାମ କରିପାରନ୍ତି। ସେ ଅସ୍ଥାୟୀ ଭାବେ ଅର୍ଥାତ ନୂଆ ସିଇଓ ନିଯୁକ୍ତ ହେବା ଯାଏ ଏହି ପଦରେ ରହିବେ। ଏହାର ଅର୍ଥ ୫ ମାସ ତଳେ ଟ୍ୱିଟର୍‌ର ସିଇଓ ହୋଇଥିବା ପରାଗ ଅଗ୍ରୱାଲଙ୍କୁ ଏଲନ ମସ୍କ ଏହି ପଦରୁ ହଟାଇବା ପାଇଁ ଏକ ପ୍ରକାରର ନିଷ୍ପତ୍ତି ନେଇ ସାରିଛନ୍ତି। ତେବେ ଟ୍ୱିଟରକୁ କିଣିବା […]

musk

musk

Hemant Lenka
  • Published: Friday, 06 May 2022
  • Updated: 06 May 2022, 10:43 AM IST

Sports

Latest News

ୱାଶିଂଟନ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ ମସ୍କ ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର୍‌ର ସିଇଓ ଭାବେ ମଧ୍ୟ କାମ କରିପାରନ୍ତି। ସେ ଅସ୍ଥାୟୀ ଭାବେ ଅର୍ଥାତ ନୂଆ ସିଇଓ ନିଯୁକ୍ତ ହେବା ଯାଏ ଏହି ପଦରେ ରହିବେ। ଏହାର ଅର୍ଥ ୫ ମାସ ତଳେ ଟ୍ୱିଟର୍‌ର ସିଇଓ ହୋଇଥିବା ପରାଗ ଅଗ୍ରୱାଲଙ୍କୁ ଏଲନ ମସ୍କ ଏହି ପଦରୁ ହଟାଇବା ପାଇଁ ଏକ ପ୍ରକାରର ନିଷ୍ପତ୍ତି ନେଇ ସାରିଛନ୍ତି।

ତେବେ ଟ୍ୱିଟରକୁ କିଣିବା ପାଇଁ ଏଲନ ମସ୍କ କରିଥିବା ୪୪ ବିଲିୟନ ଡିଲ୍‌ ଫାଇନାଲ ହେବା ପରେ ହିଁ ସେ ସିଇଓ ହୋଇପାରିବେ। ଚଳିତ ବର୍ଷ ଶେଷ ସୁଦ୍ଧା ଏଲନ ମସ୍କ ବିଧିବଦ୍ଧ ଟ୍ୱିଟର୍‌ର ମାଲିକାନା ହାସଲ କରିବେ। ଏହାପରେ ସେ କ’ଣ ସବୁ ପଦକ୍ଷେପ ନେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଜ୍ୟାକ୍ ଡୋରସେ ଟ୍ୱିଟର ଛାଡ଼ିବା ପରେ ଗତବର୍ଷ ନଭେମ୍ବର୍‌ରେ ଭାରତର ପରାଗ ଏହାର ସିଇଓ ହୋଇଥିଲେ। ସବୁ କିଛି ଠିକଠାକ ଚାଲିଥିବା ବେଳେ ଏଲନ ମସ୍କ ଟ୍ୱିଟର୍ର ସିଂହ ଭାଗ ଶେୟାର କିଣିଥିଲେ। ଏହାପରେ ସେ ପୂରା ଟ୍ୱିଟରକୁ କିଣିବା ପାଇଁ ୪୪ ବିଲିୟନର ଡିଲ କରିଥିଲେ। ଏଲନ ମସ୍କ ଟ୍ୱିଟର୍ର ମାଲିକ ହେବାକୁ ଯାଉଥିବାରୁ ପରାଗ ସଂସ୍ଥାର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରିଥିଲେ।

ଏଥିସହ ମସ୍କଙ୍କ ମାଲିକାରେ ଟ୍ୱିଟର୍‌ର ଭାଗ୍ୟ ଅନିଶ୍ଚିତା ମଧ୍ୟକୁ ଚାଲି ଯାଇଥିବା ମଧ୍ୟ ସେ କହିଥିଲେ। ତେଣୁ ଡିଲ ଫାଇନାଲ ହେବା ପରେ ମସ୍କ ପୂରା ମ୍ୟାନେଜମେଣ୍ଟକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ହେଲେ କାଗଜପତ୍ର କାମ ସରିବା ପରେ ହିଁ ସେ ସିଇଓଠାରୁ ଆରମ୍ଭ କରି ଅନ୍ୟ ବରିଷ୍ଠ ପଦପଦବୀରେ ପରବର୍ତ୍ତନ କରିବେ ବୋଲି ଜଣାପଡ଼ିଛି। ପୂର୍ବତନ ସିଇଓ ଜ୍ୟାକ ଡୋରସେଙ୍କୁ ମଧ୍ୟ ମସ୍କ ପୁଣି କମ୍ପାନୀରେ ନିଯୁକ୍ତି ଦେବାକୁ ବିଚାର କରୁଥିବା ରିପୋର୍ଟ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos