ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼: ଭାସିଗଲା ଘର, ଉଡ଼ିଲେ ରିପୋର୍ଟର

ଫ୍ଲୋରିଡା: ଆମେରିକାରେ ଭୟଙ୍କର ତାଣ୍ଡବ ରଚିତ ଅତ୍ୟନ୍ତ ବିପଦଜନକ ସାମୁଦ୍ରିକ ଝଡ଼ ଇଆନ। ଫ୍ଲୋରିଡା ଦକ୍ଷିଣପଶ୍ଚିମ ଭାଗରେ ଲ୍ୟାଣ୍ଡଫଲ କରିଥିବା ଇଆନ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିଛି । ଲ୍ୟାଣ୍ଡଫଲ ବେଳେ ଇଆନର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା। ଶତାଧିକ ଘର ପାଣିରେ ଭାସି ଯାଇଥିବା ବେଳେ ଗଛଠାରୁ ଆରମ୍ଭ କରି ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି। ସେହିପରି ଜଣେ ରିପୋର୍ଟର ବାତ୍ୟାର ଦୃଶ୍ୟ ଦେଖାଉଥିବା ବେଳେ ତାଙ୍କୁ ପବନ କିଛି ବାଟ […]

IAN

IAN

Hemant Lenka
  • Published: Thursday, 29 September 2022
  • Updated: 29 September 2022, 09:41 AM IST

ଫ୍ଲୋରିଡା: ଆମେରିକାରେ ଭୟଙ୍କର ତାଣ୍ଡବ ରଚିତ ଅତ୍ୟନ୍ତ ବିପଦଜନକ ସାମୁଦ୍ରିକ ଝଡ଼ ଇଆନ। ଫ୍ଲୋରିଡା ଦକ୍ଷିଣପଶ୍ଚିମ ଭାଗରେ ଲ୍ୟାଣ୍ଡଫଲ କରିଥିବା ଇଆନ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିଛି । ଲ୍ୟାଣ୍ଡଫଲ ବେଳେ ଇଆନର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା। ଶତାଧିକ ଘର ପାଣିରେ ଭାସି ଯାଇଥିବା ବେଳେ ଗଛଠାରୁ ଆରମ୍ଭ କରି ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି। ସେହିପରି ଜଣେ ରିପୋର୍ଟର ବାତ୍ୟାର ଦୃଶ୍ୟ ଦେଖାଉଥିବା ବେଳେ ତାଙ୍କୁ ପବନ କିଛି ବାଟ ଉଡ଼ାଇ ନେଉଥିବାର ଭିଡିଓ ସାମ୍ନାକୁ ଆସିଛି।

ପବନର ବେଗ ଏତେ ଥିଲା ଯେ ରିପୋର୍ଟର ଜଣଙ୍କ ଗୋଟିଏ ଖୁଣ୍ଟକୁ ଧରି ବେଶ କିଛି ସମୟ ଛିଡ଼ା ହୋଇଥିଲେ। ଏହାପରେ ସେ ସୁରକ୍ଷିତ ସ୍ଥାନକୁ ଯିବାକୁ ସକ୍ଷମ ହୋଇଥିଲେ। ପ୍ରବଳ ବର୍ଷା ଯୋଗୁ ରାସ୍ତାଘାଟ ମଧ୍ୟ ବୁଡ଼ି ଯାଇଛି। କିଛି ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ମାଡ଼ି ଆସିବାରୁ ଏହା ମଧ୍ୟରେ ଥିବା ସାର୍କ ମଧ୍ୟ ମୁଖ୍ୟ ରାସ୍ତାକୁ ଚାଲି ଆସିଥିବା ଜଣେ ବ୍ୟକ୍ତି ଭିଡିଓ ଜାରି କରି ଦାବି କରିଛନ୍ତି।

ଏନଏଚସି କହିଛି, “ଅତ୍ୟନ୍ତ ଭୟଙ୍କର ରୂପ ଧାରଣ କରିଥିବା ବାତ୍ୟା ଇଆନ ସ୍ଥାନୀୟ ସମୟ ଦିନ ୩ଟା ପରେ ଲ୍ୟାଣ୍ଡଫଲ କରିଛି। ଫ୍ଲୋରିଡାର ଫୋଟଆ ମେୟର୍ସ ସହର ଅନ୍ତର୍ଗତ କାୟୋ କୋଷ୍ଟୋରେ ଏହାସ୍ଥଳ ଭାଗ ଛୁଇଁ ବ୍ୟାପକ କ୍ଷୟକ୍ଷତି କରିଛି। ଲ୍ୟାଣ୍ଡଫଲ ବେଳରେ ପବନର ବେଗ ଘଣ୍ଟା ପ୍ରତି ୨୪୧ କିମି ରହିଥିଲା। ତେବେ ଲ୍ୟାଣ୍ଡଫଲ କରିବା କ୍ଷଣି ଏହା ସାମାନ୍ୟ ଦୁର୍ବଳ ହୋଇ କ୍ୟାଟାଗୋରୀ ୩କୁ ଆସିଥିଲା। ପୂର୍ବରୁ ଏହା ଅତ୍ୟନ୍ତ ଭୟଙ୍କର ବାତ୍ୟା ବା କ୍ୟାଟାଗୋରୀ ୪ରେ ରହିଥିଲା। ବାତ୍ୟା ଇଆନର ପ୍ରଭାବ ରାତି ତମାମ ରହିବ।”

ନାପଲେସରୁ ଆସିଥିବା ଭିଡିଓ ସମସ୍ତଙ୍କୁ ବିଚଳିତ କରିଛି। ଏଠାରେ ସୁମଦ୍ର କୂଳରେ ଥିବା ଘରଗୁଡ଼ିକ ଭିତରେ ଢେଉ ପଶିବା ସହ ରାସ୍ତାରେ ପାଣି ସୁଅ କାଟୁଛି। ସେହିପରି କିଛି ଘର ଓ ରାସ୍ତାରେ ଥିବା ଗାଡ଼ିଗୁଡ଼ିକ କେମିତି ପାଣିର ସୁଅରେ ଭାସି ଯାଉଛନ୍ତି, ତା’ର ଦୃଶ୍ୟ ଭିଡିଓରେ ରହିଛି। ଚାରିଆଡ଼େ କେବଳ ପାଣି ଓ ପାଣି ଥିବା ବେଳେ ବାତ୍ୟାର ବିଧ୍ୱଂସ ରୂପ ଦେଖାଯାଉଛି।

ବାତ୍ୟା ଇଆନ ପାଇଁ ଫ୍ଲୋରିଡାର ପ୍ରାୟ ୧୮ ଲକ୍ଷ ଲୋକ ଅନ୍ଧାରରେ ରହିଛନ୍ତି। ଲ୍ୟାଣ୍ଡଫଲ କରିଥିବା ଅଞ୍ଚଳ ଓ ଏହାର ଆଖପାଖ ସହରର ଗୁଡ଼ିକ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ବର୍ଷା ସହ ପବନ ଯୋଗୁ ଲୋକମାନେ ଭୟରେ କେବଳ ଘର ମଧ୍ୟରେ ରହିଛନ୍ତି। ତେବେ ଏଯାଏ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ସାମ୍ନାକୁ ଆସିନି।

ଫ୍ଲୋରିଡାରେ ଲ୍ୟାଣ୍ଡଫଲ କରିବା ପୂର୍ବରୁ ବାତ୍ୟା ଇଆନ କ୍ୟୁବାରେ ମଧ୍ୟ ତାଣ୍ଡବ ରଚିଥିଲା। ୨୭ ତାରିଖରେ କ୍ୟୁବାର ଇଆନ ଯୋଗୁ ୨ ଜଣଙ୍କ ମୃତ୍ୟୁ ଘଟିଥିଲା।  ବାତ୍ୟା ଯୋଗୁ ଫ୍ଲୋରିଡା ଉପକୂଳରେ କ୍ୟୁବାରୁ ଲୋକଙ୍କୁ ନେଇ ଆସୁଥିବା ଗୋଟିଏ ଡଙ୍ଗା ବୁଡ଼ି ଯାଇଥିଲା। ଫଳରେ ୨୦ ଜଣ କ୍ୟୁବା ଶରଣାର୍ଥୀ ନିଖୋଜ ହୋଇଯାଇଥିବା ଆମେରିକା କହିଥିଲା। କ୍ୟୁବାରେ ବାତ୍ୟା ଯୋଗୁ ୧୧ ମିଲିୟନ ଲୋକ ଅନ୍ଧାରରେ ରହିଛନ୍ତି। ଏଠାରେ ଇଆନ ପବନରେ ବିଦ୍ୟୁତ ଗ୍ରୀଡ଼ ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story