ନିଖୋଜ ମେହୁଲ ଚୋକସି ଡୋମିନିକାରୁ ଗିରଫ

ଡୋମିନସିଆ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ପୁଲିସ ପଞ୍ଝାରେ। ଆଣ୍ଟିଗୁଆରୁ ନିଖୋଜ ହେବାପରେ ସ୍ଥାନୀୟ ପୁଲିସ ସର୍ଚ୍ଚ ଅପରେସନ ଜାରି ରଖିଥିଲା। ଏବେ ଡୋମିନିକାରୁ ମେହୁଲ ଚୋକସି ଗିରଫ ହୋଇଥିବା ସୂଚନା ରହିଛି। କାରବିଆନ୍ ସମୁଦ୍ର ମଧ୍ୟରେ ଏହି ଡୋମିନସିଆ ରହିଛି। ଆଣ୍ଟିଗୁଆ ମିଡିଆ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଡୋମିନିକା ସିଆଇଡି ଦ୍ୱାରା ମେହୁଲ ଚୋକସି ଗିରଫ ହୋଇଛି। ତିନି ଦିନ ପୂର୍ବେ ସେ ଆଣ୍ଟିଗୁଆର ଏକ ରେଷ୍ଟୁରାଣ୍ଟକୁ ଆସି ନିଖୋଜ ହୋଇଯାଇଥିଲା। ତେବେ […]

mehul-choksi

mehul-choksi

Subhransu Sekhar
  • Published: Wednesday, 26 May 2021
  • Updated: 27 May 2021, 11:50 AM IST

Sports

Latest News

ଡୋମିନସିଆ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ପୁଲିସ ପଞ୍ଝାରେ। ଆଣ୍ଟିଗୁଆରୁ ନିଖୋଜ ହେବାପରେ ସ୍ଥାନୀୟ ପୁଲିସ ସର୍ଚ୍ଚ ଅପରେସନ ଜାରି ରଖିଥିଲା। ଏବେ ଡୋମିନିକାରୁ ମେହୁଲ ଚୋକସି ଗିରଫ ହୋଇଥିବା ସୂଚନା ରହିଛି। କାରବିଆନ୍ ସମୁଦ୍ର ମଧ୍ୟରେ ଏହି ଡୋମିନସିଆ ରହିଛି।

ଆଣ୍ଟିଗୁଆ ମିଡିଆ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଡୋମିନିକା ସିଆଇଡି ଦ୍ୱାରା ମେହୁଲ ଚୋକସି ଗିରଫ ହୋଇଛି। ତିନି ଦିନ ପୂର୍ବେ ସେ ଆଣ୍ଟିଗୁଆର ଏକ ରେଷ୍ଟୁରାଣ୍ଟକୁ ଆସି ନିଖୋଜ ହୋଇଯାଇଥିଲା। ତେବେ ସେ ଜାଣିଶୁଣି ସେ ଫେରାର ହୋଇଯାଇଥିଲେ ନା କେହି ତାଙ୍କୁ ଅପହରଣ କରିଥିଲେ ସେ ନେଇ ସ୍ପଷ୍ଚ ହୋଇନାହିଁ। କାରଣ ମେହୁଲ ନିଖୋଜ ହେବା ପରେ ତାଙ୍କ ପରିବାର ଲୋକେ ମେହୁଲଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଟ କରିଥିଲେ।

ଆଣ୍ଟିଗୁଆ ଏବଂ ବାରବୁଡାରୁ ସେ ନିଖୋଜ ହୋଇଥିବା ନେଇ ମେହୁଲଙ୍କ ଓକିଲ ବିଜୟ ଅଗ୍ରଓ୍ୱାଲ ସୂଚନା ଦେଇଥିଲେ। ପିଏନବି ବ୍ୟାଙ୍କରେ ଋଣ ଠକେଇ କରି ଆଣ୍ଟିଗୁଆ ପଳାଇଛନ୍ତି ମେହୁଲ ଚୋକସି। ୨୦୧୮ ପାଖରୁ ସେ ଆଣ୍ଟିଗୁଆରେ ରହିଛନ୍ତି। ୧୪ ହଜାର କୋଟି ଋଣ ଠକେଇ ମାମଲାରେ ସଂପୃକ୍ତ ଏହି ପଳାତକ ବ୍ୟବସାୟୀଙ୍କ ବିରୋଧରେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି।

ସୂଚନା ଅନୁଯାୟୀ ଚୌକସିଙ୍କ ନାମରେ ଗ୍ଲୋବାଲ ପୁଲିସ ରେଡ୍ ନୋଟିସ ଜାରି କରିଛି। ୨୦୧୮ରେ ଏହି ନୋଟିସ ଜାରି କରିଥିଲା ଗ୍ଲୋବାଲ ପୁଲିସ। ଏହାର ଅର୍ଥ ଯଦି ମେହୁଲ ଅନ୍ୟ କୌଣସି ଦେଶକୁ ଯିବେ ତାହେଲେ ସଙ୍ଗେସଙ୍ଗେ ଗ୍ଲୋବାଲ ପୁଲିସ ସତର୍କ ହୋଇ ବିହିତ ପଦକ୍ଷେପ ଗ୍ରହଣ କରିବ।

ତେବେ ଆଣ୍ଟିଗୁଆର ସ୍ଥାନୀୟ ମିଡିଆର ରିପୋର୍ଟ ଅନୁଯାୟୀ ଚୋକସି ଏବେ କ୍ୟୁବା ଯାଇଥାଇପାରନ୍ତି। କାରଣ ଆଣ୍ଟିଗୁଆ ଭଳି କ୍ୟୁବା ସହିତ ଭାରତର ପ୍ରତ୍ୟର୍ପଣ ଚୁକ୍ତି ନାହିଁ। ଆଣ୍ଟିଗୁଆ ସହିତ ପ୍ରତ୍ୟର୍ପଣ ଚୁକ୍ତି ନଥିବାରୁ ଭାରତ ମେହୁଲ ଚୋକସିକୁ ଆଣିବରେ ବିଳମ୍ୱ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos