ଆଫଗାନରେ ଦାଢ଼ି ରଖିବା ବାଧ୍ୟତାମୂଳକ ନୁହେଁ

କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ପୂର୍ବରୁ ନେଇଥିବା ନିଷ୍ପତ୍ତିରେ ପରବିର୍ତ୍ତନ କରିଛି। ପୂର୍ବରୁ ଆଫଗାନରେ ରହିବାକୁ ହେଲେ ଦାଢ଼ି ବଢ଼ାଇବାକୁ ପଡ଼ିବ ବୋଲି ତାଲିବାନ ସରକାର କହିଥିଲା। ହେଲେ ଏବେ ଏହି ନିୟମରେ ପରିବର୍ତ୍ତନ କରାଯାଇଛି। ଦେଶରେ ତାଲିବାନ ନୂଆ କରି ଗଠନ କରିଥିବା ପୁଣ୍ୟ ପ୍ରୋତ୍ସାହନ-ପାପ ଦୂରୀକରଣ ମନ୍ତ୍ରଣାଳୟ କହିଛି ଯେ ଆଫଗାନିସ୍ତାନରେ ଦାଢ଼ି ରଖିବା ପାଇଁ ଲୋକଙ୍କୁ କେବଳ ପରାମର୍ଶ ଦିଆଯାଇଥିଲା। ଏହାକୁ କେବେ ହେଲେ ବାଧ୍ୟତାମୂଳକ କରାଯାଇନି। ଏହାକୁ […]

Taliban

Taliban

Hemant Lenka
  • Published: Friday, 31 December 2021
  • Updated: 31 December 2021, 06:53 PM IST

Sports

Latest News

କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ପୂର୍ବରୁ ନେଇଥିବା ନିଷ୍ପତ୍ତିରେ ପରବିର୍ତ୍ତନ କରିଛି। ପୂର୍ବରୁ ଆଫଗାନରେ ରହିବାକୁ ହେଲେ ଦାଢ଼ି ବଢ଼ାଇବାକୁ ପଡ଼ିବ ବୋଲି ତାଲିବାନ ସରକାର କହିଥିଲା। ହେଲେ ଏବେ ଏହି ନିୟମରେ ପରିବର୍ତ୍ତନ କରାଯାଇଛି।

ଦେଶରେ ତାଲିବାନ ନୂଆ କରି ଗଠନ କରିଥିବା ପୁଣ୍ୟ ପ୍ରୋତ୍ସାହନ-ପାପ ଦୂରୀକରଣ ମନ୍ତ୍ରଣାଳୟ କହିଛି ଯେ ଆଫଗାନିସ୍ତାନରେ ଦାଢ଼ି ରଖିବା ପାଇଁ ଲୋକଙ୍କୁ କେବଳ ପରାମର୍ଶ ଦିଆଯାଇଥିଲା। ଏହାକୁ କେବେ ହେଲେ ବାଧ୍ୟତାମୂଳକ କରାଯାଇନି। ଏହାକୁ ନେଇ ଅପପ୍ରଚାର କରାଯାଇଛି ବୋଲି ମନ୍ତ୍ରଣାଳୟ ସଫେଇ ଦେଇଛି।

ସେହିପରି ମନ୍ତ୍ରଣାଳୟ ନିଜ ଟ୍ୱିଟର ଆକାଉଣ୍ଟରେ ଲୋକଙ୍କୁ ବଳପୂର୍ବକ ଦାଢ଼ି ବଢ଼ାଇବା ପାଇଁ କେହି ବି ଚାପ ନ ପକାଇବେ ନାହିଁ ବୋଲି ତାଲିବାନ ସ୍ୱୀକୃତି ପ୍ରାପ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ଏଥିସହ ଦାଢ଼ି ରଖିବା ଓ କାଟିବା ଲୋକଙ୍କ ବ୍ୟକ୍ତିଗତ ପସନ୍ଦ ବୋଲି ମନ୍ତ୍ରଣାଳୟ କହିଛି।

ଆଫଗାନର କିଛି ପ୍ରଦେଶରେ ଲୋକଙ୍କୁ ବଳପୂର୍ବକ ଦାଢ଼ି କାଟିବାକୁ ଦିଆଯାଉ ନଥିବା ଖବର ମିଳିଥିଲା। ଯେଉଁମାନେ ଦାଢ଼ି କାଟିବେ କିମ୍ବା ଟ୍ରିମିଂ କରିବେ, ସେମାନଙ୍କୁ ଦଣ୍ଡ ମିଳିବ ବୋଲି ତାଲିବାନ ସରକାର କହିଥିବା ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ଉଭୟ ଦେଶ ଭିତରେ ଓ ବାହାରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଦିନକୁ ଦିନ ବିବାଦ ବଢ଼ୁଥିବାରୁ ଆଜି ତାଲିବାନ ସରକାର ଏପରି ଘୋଷଣା କରିଥିବା କୁହାଯାଉଛି।

ଅନ୍ୟପକ୍ଷରେ କିଛି ଦିନ ତଳେ ମନ୍ତ୍ରଣାଳୟ ପକ୍ଷରୁ ମହିଳାଙ୍କ ସ୍ୱାଧୀନତା ଉପରେ କଟକଣା ଲାଗୁ କରାଯାଇଥିଲା। ମନ୍ତ୍ରଣାଳୟ ଡ୍ରାଇଭରମାନଙ୍କୁ ନିର୍ଦ୍ଦେଶ ଦେଇ କହିଥିଲା ଯେ ଗାଡ଼ିର ଆଗ ସିଟ୍‌ରେ ମହିଳାମାନେ ବସି ପାରିବେ ନାହିଁ। ସେହିପରି ଯେଉଁମାନେ ହିଜାବ ପରିଧାନ କରି ନଥିବେ, ସେମାନଙ୍କୁ ମଧ୍ୟ ଗାଡ଼ିରେ ବସିବାକୁ ଅନୁମତି ମିଳିବ ନାହିଁ। ମହିଳାମାନେ ୪୫ ମିନିଟ୍‌ରୁ ଅଧିକ ସମୟ ଏକାକୀ ଯାତ୍ରା କରିପାରିବେ ନାହିଁ ବୋଲି ମନ୍ତ୍ରଣାଳୟ କହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos