ହୋଟେଲରେ ବଡ଼ ଧରଣର ବିସ୍ଫୋରଣ, ୧୮ ମୃତ
ହୱାନା: ହୋଟେଲ ଭିତରେ ବଡ ଧରଣର ବିସ୍ଫୋରଣ। ଏଥିରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ବିସ୍ଫୋରଣ ଯୋଗୁ ହୋଟେଲଟି ପୂରାପୁରି ଧ୍ୱଂସ ହୋଇଯାଇଛି। କ୍ୟୁବାର ରାଜଧାନୀ ହୱାନାରେ ଘଟିଛି ଏଭଳି ଅଘଟଣ। ଏଠାକାର ରାଷ୍ଟ୍ରପତି ମିଗେଲ ଡିୟାଜ କନେଲଙ୍କ କାର୍ଯ୍ୟାଳୟରୁ ଏନେଇ ସୂଚନା ଦିଆଯାଇଛି। ଗ୍ୟାସ୍ ଲିକ୍ ଯୋଗୁଁ ଏହି ବିସ୍ଫୋରଣ ଘଟିଥିବା କୁହାଯାଇଛି।
ନ୍ୟଜ୍ ଏଜେନ୍ସି ଏପି ମୁତାବକ, ଯେଉଁ ସମୟରେ ଏହି ବିସ୍ଫୋରଣ ଘଟିଥିଲା, ସେତେବେଳେ ହୋଟେଲ ଭିତରେ ମରାମତି କାମ ଚାଲିଥିଲା। ବିସ୍ଫୋରଣର ଭିଡିଓରେ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ହୋଟେଲଟି ପୂରା କ୍ଷତିଗ୍ରସ୍ତ ହୋଇଥିବା ସହ ବିସ୍ଫୋରଣ ଯୋଗୁଁ ପୂରା ପରିବେଶ ଧୂଆଁମୟ ହୋଇଯାଇଥିବା ଦେଖିବାକୁ ମିଳିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖର ବିଲ୍ଡିଂ ଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ସୂଚନା ମୁତାବକ ଏହି ଫାଇଭ୍ ଷ୍ଟାର୍ ହୋଟେଲ ସାରାଟୋଗାରେ ଦୁଇଟି ବାର୍, ଦୁଇଟି ରେଷ୍ଟୁରାଣ୍ଟ ଓ ଗୋଟିଏ ପୁଲ୍ ଥିଲା। ତେବେ ଏହି ବିସ୍ଫୋରଣ କୌଣସି ପ୍ରକାରର ଆକ୍ରମଣ ନଥିଲା ଏହା ଏକ ଦୁର୍ଘଟଣା ଥିଲା ବୋଲି କ୍ୟୁବାର ରାଷ୍ଟ୍ରପତି କହିଛନ୍ତି। ଗ୍ୟାସ୍ ଲିକ୍ ଯୋଗୁ ଏହି ଦୁର୍ଘଟଣା ଘଟିଥିଲା। ଏଥିପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି।
🎥 Momento de la explosión en el Hotel Saratoga, frente al Capitolio de La Habana pic.twitter.com/Zot9jMkpPq
— Cubadebate (@cubadebatecu) May 6, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।