'ଚୋର ଚୋର' ସ୍ଲୋଗାନ୍‌ ଦେଇ ଫସିଲେ ଇମ୍ରାନ, ଏଫ୍‌ଆଇଆର୍‌ ରୁଜୁ

ଇସଲାମାବାଦ: ଗାଦିଚ୍ୟୁତ ହୋଇସାରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ଏବେ ଏହି କଥାକୁ ସେ ସହଜରେ ହଜମ କରିପାରୁନାହାନ୍ତି। ଏଥିପାଇଁ ନିଜ ସମର୍ଥକଙ୍କୁ କେତେବେଳେ ରାଲି କରିବାକୁ କହୁଛନ୍ତି ତ ଆଉ କେତେବେଳେ ବିକ୍ଷୋଭ ପ୍ରଦର୍ଶନ କରିବାକୁ। ବର୍ତ୍ତମନା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ବିରୋଧରେ ନାରାବାଜି କରିବାକୁ ନିଜ ସମର୍ଥକଙ୍କୁ ସେ ଉସକାଉଛନ୍ତି। ଏପରିକି ବିଦେଶରେ ମଧ୍ୟ ତାଙ୍କ ବିରୋଧରେ କରୁଛନ୍ତି ବିକ୍ଷୋଭ ପ୍ରଦର୍ଶନ। ତେବେ ତାଙ୍କୁ ଏଭଳି ବିକ୍ଷୋଭ ପ୍ରଦର୍ଶନ କରିବା ମହଙ୍ଗା […]

Imran khan

Imran khan

Madhupriya Mistry
  • Published: Sunday, 01 May 2022
  • Updated: 01 May 2022, 11:17 AM IST

Sports

Latest News

ଇସଲାମାବାଦ: ଗାଦିଚ୍ୟୁତ ହୋଇସାରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ଏବେ ଏହି କଥାକୁ ସେ ସହଜରେ ହଜମ କରିପାରୁନାହାନ୍ତି। ଏଥିପାଇଁ ନିଜ ସମର୍ଥକଙ୍କୁ କେତେବେଳେ ରାଲି କରିବାକୁ କହୁଛନ୍ତି ତ ଆଉ କେତେବେଳେ ବିକ୍ଷୋଭ ପ୍ରଦର୍ଶନ କରିବାକୁ। ବର୍ତ୍ତମନା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ବିରୋଧରେ ନାରାବାଜି କରିବାକୁ ନିଜ ସମର୍ଥକଙ୍କୁ ସେ ଉସକାଉଛନ୍ତି। ଏପରିକି ବିଦେଶରେ ମଧ୍ୟ ତାଙ୍କ ବିରୋଧରେ କରୁଛନ୍ତି ବିକ୍ଷୋଭ ପ୍ରଦର୍ଶନ। ତେବେ ତାଙ୍କୁ ଏଭଳି ବିକ୍ଷୋଭ ପ୍ରଦର୍ଶନ କରିବା ମହଙ୍ଗା ପଡିଛି।

ନିକଟରେ ସାଉଦୀ ଆରବରେ ଇମ୍ରାନ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରି ସେ ହରଡ଼ଘଣାରେ ପଡ଼ିଛନ୍ତି। ଏହି ଘଟଣାରେ ପାକିସ୍ତାନ ପଞ୍ଜାବ ପୁଲିସ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସମେତ ୧୫୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏମାନେ ସମସ୍ତେ ବର୍ତ୍ତମାନର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଓ ତାଙ୍କ ମନ୍ତ୍ରୀମଣ୍ଡଳ ବିରୋଧରେ ସାଉଦୀ ଆରବରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏନେଇ ପାକିସ୍ତାନ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଗୁରୁବାର ଶାହବାଜ ସରିଫ ଓ ତାଙ୍କ ମନ୍ତ୍ରୀ ମଣ୍ଡଳ ସାଉଦିଆରବ ମଦିନାରରେ ଥିବା ପ୍ରଫେଟ୍ ମସ୍‌ଜିଦ୍‌କୁ ଯାଇଥିଲେ। ଏହି ସମୟରେ ଇମ୍ରାନ ଖାନ୍‌ଙ୍କ ସମର୍ଥକମାନେ ଶାହବାଜଙ୍କ ବିରୋଧରେ ଚୋର ଚୋର ଭଳି ସ୍ଲୋଗାନ ଦେଇଥିଲେ। ଏଥିସହ ଗଦ୍ଦାର ଭଳି ଶବ୍ଦ ବ୍ୟବହାର କରିଥିଲେ। ତା' ସହିତ ମନ୍ତ୍ରୀମଣ୍ଡଳ ବିରୋଧରେ ଅପଶବ୍ଦର ବ୍ୟବହାର ମଧ୍ୟ କରିଥିଲେ। ଏହି ଘଟଣାରେ ୫ ପାକିସ୍ତାନୀଙ୍କୁ ଗିରଫ କରାଯାଇଥିବା ମଦିନା ପୁଲିସ ସୂଚନ ଦେଇଛି।

ଏହି ମାମଲାରେ ଶନିବାର ପଞ୍ଜାବ ପୁଲିସ ଇମ୍ରାନ ଖାନ୍‌ଙ୍କ ସମେତ ପୂର୍ବତନ ମନ୍ତ୍ରୀ ଫୱାଦ ଚୌଧୁର, ଶେଖ ରସିଦ, ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ଉପଦେଶ ଶେହବାଜ ଗୁଲ, ପୂର୍ବତନ ଡେପୁଟି ସ୍ପିକର କ୍ୱସିମ ସୁର, ଲଣ୍ଡନରେ ଇମ୍ରାନଙ୍କ ସହଯୋଗୀ ଅନୀଲ ମୁସର୍ରତ ଏବଂ ଶାହିବଜାଦା ଜାହଙ୍ଗୀର ଆଦି ୧୫୦ ଜଣଙ୍କ ବିରୋଧରେ ଏଫଆଇଆର୍‌ ରୁଜୁ କରିଛି ପୁଲିସ୍। ଫୈସଲବାଦ ଥାନାରେ ଏମାନଙ୍କ ବିରୋଧରେ ମାମଲା ହୋଇଛି।

‘ଏଫ୍‌ଆଇଆର୍‌’ରେ ଉଲ୍ଲେଖ ଅଛି ଯେ, ଶାହବାଜ୍‌ ସରିଫ୍‌ ଏବଂ ତାଙ୍କ ପ୍ରତିନିଧି ଦଳକୁ ଟାର୍ଗେଟ୍‌ କରି ଇମ୍ରାନ୍‌ ଖାନ ନିଜର ଶତାଧିକ ସମର୍ଥକଙ୍କୁ ସାଉଦି ପଠାଇଥିଲେ। ଏଭଳି ସ୍ଲୋଗାନ୍‌ ଦେବା ପାଇଁ ଖାନ୍‌ ଏବଂ ତାଙ୍କ ଦଳର ଅନ୍ୟ ନେତାମାନେ ଦଳୀୟ କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପାକିସ୍ତାନୀ ନାଗରିକରଙ୍କର ବିଶୃଙ୍ଖଳାରେ ପବିତ୍ର ମଦିନା ସ୍ଥଳରେ ମର୍ଯ୍ୟାଦା କ୍ଷୁଣ୍ଣ ହୋଇଛି। ମୁସଲମାନଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚିଛି ବୋଲି ନଈମ ଭଟ୍ଟି ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ଏମାନଙ୍କ ବିରୋଧରେ ମାମଲା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos