ଅଡୁଆରେ ଇମ୍ରାନ ଖାନ୍‌ ସରକାର, ଅପ୍ରତ୍ୟାଶିତ ଭାବେ ହାରିଲେ ଅର୍ଥମନ୍ତ୍ରୀ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସରକାର ପ୍ରତି ବିପଦ ସୃଷ୍ଟି ହୋଇଛି। ୩ ବର୍ଷ ତଳେ କ୍ଷମତା ଦଖଲ କରିଥିବା ଇମ୍ରାନ୍‌ଙ୍କ ଦଳ ଏବେ ଦେଶର ନିମ୍ନ ସଦନରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଛି। ଇମ୍ରାନ ଖାନ୍‌ଙ୍କ ସରକାରରେ ଥିବା ଅର୍ଥମନ୍ତ୍ରୀ ଅପ୍ରତ୍ୟାଶିତ ଭାବେ ଉଚ୍ଚ ସଦନ ବା ସିନେଟ୍‌ର ଗୋଟିଏ ଆସନରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ପରାସ୍ତ ହୋଇଛନ୍ତି। ଫଳରେ ୩ ବର୍ଷ ତଳେ ଗଠନ ହୋଇଥିବା ସରକାର ଭାଙ୍ଗିଯିବାର ଆଶଙ୍କା ପ୍ରକାଶ […]

Imran-Khan

Imran-Khan

Hemant Lenka
  • Published: Thursday, 04 March 2021
  • Updated: 04 March 2021, 05:53 PM IST

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସରକାର ପ୍ରତି ବିପଦ ସୃଷ୍ଟି ହୋଇଛି। ୩ ବର୍ଷ ତଳେ କ୍ଷମତା ଦଖଲ କରିଥିବା ଇମ୍ରାନ୍‌ଙ୍କ ଦଳ ଏବେ ଦେଶର ନିମ୍ନ ସଦନରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଛି। ଇମ୍ରାନ ଖାନ୍‌ଙ୍କ ସରକାରରେ ଥିବା ଅର୍ଥମନ୍ତ୍ରୀ ଅପ୍ରତ୍ୟାଶିତ ଭାବେ ଉଚ୍ଚ ସଦନ ବା ସିନେଟ୍‌ର ଗୋଟିଏ ଆସନରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ପରାସ୍ତ ହୋଇଛନ୍ତି। ଫଳରେ ୩ ବର୍ଷ ତଳେ ଗଠନ ହୋଇଥିବା ସରକାର ଭାଙ୍ଗିଯିବାର ଆଶଙ୍କା ପ୍ରକାଶ ପାଇଛି।

ସିନେଟ୍‌ର ଗୋଟିଏ ଆସନ ପାଇଁ ଅର୍ଥମନ୍ତ୍ରୀ ଅବଦୁଲ ହାଫିଜ ଶେଖ ଓ ବିରୋଧୀଙ୍କ ସମର୍ଥିତ ୟୁସୁଫ ରାଜ ଗିଲାନୀଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା। ବିରୋଧୀଙ୍କ ଗୋଷ୍ଠୀର ୧୧ଟି ଦଳ ରହିଛନ୍ତି। ସଂସଦର ନିମ୍ନ ସଦନକୁ ନିର୍ବାଚିତ ହୋଇଥିବା ସଦସ୍ୟମାନେ ସିନେଟ୍‌କୁ ଭୋଟିଂ ମାଧ୍ୟମରେ ଅନ୍ୟମାନଙ୍କୁ ନିର୍ବାଚିତ କରିଥାଆନ୍ତି।

ତେବେ ବର୍ତ୍ତମାନ ଗୋଟିଏ ଆସନ ପାଇଁ ହୋଇଥିବା ଭୋଟିଂ ବେଳେ ଶେଖ୍‌ଙ୍କ ସମର୍ଥନରେ ୧୬୪ ଖଣ୍ଡ ଭୋଟ ପଡ଼ିଛି। ସେହିପରି ଗିଲାନୀଙ୍କୁ ୧୬୯ ଭୋଟ ମିଳିଥିଲା। ୭ଟି ଭୋଟକୁ ରଦ୍ଦ କରାଯାଇଥିଲା। କ୍ଷମତା ଦଖଲ କରିବା ବେଳେ ଇମ୍ରାନ ଖାନ୍‌ଙ୍କୁ ନିମ୍ନ ସଦନରେ ୧୮୦ ସଦସ୍ୟଙ୍କ ସମର୍ଥନ ମିଳିଥିଲା। ସିନେଟ୍‌ ପାଇଁ ଭୋଟିଂରେ ଇମ୍ରାନ ଖାନ୍‌ଙ୍କ ସମର୍ଥିତ ପ୍ରାର୍ଥୀ ୧୬୪ ଖଣ୍ଡ ଭୋଟ ପାଇବାରୁ ବିରୋଧୀ ତାଙ୍କ ଇସ୍ତଫା ଦାବି କରିଛନ୍ତି। ଏହି କାରଣରୁ ସେ ଆସ୍ଥା ଭୋଟ୍‌ର ସମ୍ମୁଖୀନ ହେବାକୁ ଯାଉଛନ୍ତି।

ଇମ୍ରାନ ଖାନ୍‌ଙ୍କ ସରକାରରେ ଥିବା ବୈଦେଶିକ ମନ୍ତ୍ରୀ ଶାହ ମେହେମୁଦ କ୍ୟୁରେଶୀ କହିଛନ୍ତି, ୩୪୨ ଆସନ ବିଶିଷ୍ଟ ନିମ୍ନ ସଦନରେ ଇମ୍ରାନ୍‌ ଖାନ୍‌ ନିଶ୍ଚିତ ଆସ୍ଥା ରଖିପାରିବେ। ଆପଣମାନେ ଖାଲି ଭୋଟିଂ ଦିନକୁ ଅପେକ୍ଷା କରନ୍ତୁ। ଇମ୍ରାନ ଖାନ ସରକାର ପ୍ରତି କୌଣସି ବିପଦ ନାହିଁ। ସରକାର ଭୋଟ ଗଣତି ଓ ବାତିଲ ହୋଇଥିବା ଭୋଟ ଗୁଡ଼ିକୁ ଚ୍ୟାଲେଞ୍ଜ କରିବେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story