୧୮ କୋଟି ଟଙ୍କାରେ ହାର ବିକ୍ରି କରି ଅଡ଼ୁଆରେ ଇମ୍ରାନ ଖାନ

ଇସଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରୁ ବିଦା ହୋଇଥିବା ଇମ୍ରାନ ଖାନଙ୍କ ଅଡ଼ୁଆ ବଢ଼ିଛି। ପ୍ରଧାନମନ୍ତ୍ରୀ ଥିବା ସମୟରେ ତାଙ୍କୁ ଉପହାର ଆକାରରେ ମିଳିଥିବା ଗୋଟିଏ ଦାମୀ ହାରକୁ ସେ ବେଆଇନ ଭାବେ ୧୮ କୋଟି ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି। ନିୟମ ଅନୁସାରେ ପ୍ରଧାନମନ୍ତ୍ରୀତ୍ୱ କାଳରେ ମିଳିଥିବା ସବୁ ଉପହାରକୁ ଦେଶର ସଂଗ୍ରହାଳୟରେ ଜମା କରିବାକୁ ହେବ। ହେଲେ ଇମ୍ରାନ ଖାନ ଉପହାର ଆକାରରେ ପାଇଥିବା ହାରକୁ ଗୋଟିଏ ସୁନା ଦୋକାନୀଙ୍କୁ ୧୮ କୋଟି ଟଙ୍କାରେ […]

Imran khan

Imran khan

Hemant Lenka
  • Published: Thursday, 14 April 2022
  • Updated: 14 April 2022, 09:15 AM IST

Sports

Latest News

ଇସଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରୁ ବିଦା ହୋଇଥିବା ଇମ୍ରାନ ଖାନଙ୍କ ଅଡ଼ୁଆ ବଢ଼ିଛି। ପ୍ରଧାନମନ୍ତ୍ରୀ ଥିବା ସମୟରେ ତାଙ୍କୁ ଉପହାର ଆକାରରେ ମିଳିଥିବା ଗୋଟିଏ ଦାମୀ ହାରକୁ ସେ ବେଆଇନ ଭାବେ ୧୮ କୋଟି ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି।

ନିୟମ ଅନୁସାରେ ପ୍ରଧାନମନ୍ତ୍ରୀତ୍ୱ କାଳରେ ମିଳିଥିବା ସବୁ ଉପହାରକୁ ଦେଶର ସଂଗ୍ରହାଳୟରେ ଜମା କରିବାକୁ ହେବ। ହେଲେ ଇମ୍ରାନ ଖାନ ଉପହାର ଆକାରରେ ପାଇଥିବା ହାରକୁ ଗୋଟିଏ ସୁନା ଦୋକାନୀଙ୍କୁ ୧୮ କୋଟି ଟଙ୍କାରେ ବିକ୍ରି କରିଦେଇଛନ୍ତି। ଏହି ଅଭିଯୋଗ ଆସିବା ପରେ ପାକିସ୍ତାନର ସବୁଠାରୁ ବଡ଼ ତଦନ୍ତକାରୀ ସଂସ୍ଥା ଏହାର ଯାଞ୍ଚ ଆରମ୍ଭ କରିଛି।

ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନଙ୍କୁ ମିଳିଥିବା ଗୋଟିଏ ଉପହାର ସେ ପାକିସ୍ତାନର ତୋଶା ଖାନା(ଦେଶର ଉପହାର ସଂଗ୍ରହ କେନ୍ଦ୍ର)ରେ ଜମା କରି ନାହାନ୍ତି। ଜମା କରିବା ପରିବର୍ତ୍ତେ ସେ ଉପହାର ଆକାରେ ପାଇଥିବା ହାରକୁ ନିଜର ପୂର୍ବତନ ସ୍ୱତନ୍ତ୍ର ସହାୟକ ଜୁଲଫିକର ବୁଖାରୀଙ୍କୁ ଦେଇଥିଲେ।

ପରବର୍ତ୍ତୀ ଅବସ୍ଥାରେ ଜୁଲଫିକର ଏହାକୁ ଲାହୋରରେ ଥିବା ଗୋଟିଏ ସୁନା ଦୋକାନୀଙ୍କୁ ୧୮ କୋଟି ଟଙ୍କାରେ ବିକ୍ରି କରିଥିଲେ। ଏବେ ସଂଘୀୟ ତଦନ୍ତକାରୀ ସଂସ୍ଥ(ଏଫଆଇଏ) ଇମ୍ରାନ ଖାନଙ୍କ ବିରୋଧରେ ଏପରି ଅଭିଯୋଗ ଆସିବା ପରେ ଯାଞ୍ଚ ଆରମ୍ଭ କରିଛି।

ପାକିସ୍ତାନର ନିୟମ ଅନୁସାରେ ଯଦି ଉପହାର ଆକାରରେ କୌଣସି ନେତା କିମ୍ବା ଅଧିକାରୀ କିଛି ଜିନିଷ ପାଇଥିବେ, ତା’ହେଲେ ସେ ଚାହିଁଲେ ଏହାର ଅଧା ଦାମ ସରକାରୀ ଜମା କେନ୍ଦ୍ରରେ ଦାଖଲ କରି ନିଜ ପାଖରେ ଏହାକୁ ରଖିପାରିବେ। କିନ୍ତୁ ଇମ୍ରାନ ଖାନ ଉକ୍ତ ହାର ବାବଦରେ ମାତ୍ର କିଛି ହଜାର ଟଙ୍କା ଜମା କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହାକୁ ୧୮ କୋଟି ଟଙ୍କାରେ ବିକ୍ରି କରିଥିଲେ। ତେଣୁ ଏହା ନିୟମ ଅନୁସାରେ ବେଆଇନ ବୋଲି ରିପୋର୍ଟରେ ଦାବି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story